Advertisement
Posted inଜାତୀୟ

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅଗ୍ରହଣୀୟ: କଂଗ୍ରେସ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନି ଶ୍ରୀହରନ୍‌ଙ୍କ ସମେତ ୬ଜଣ ଦୋଷୀଙ୍କୁ ପୂର୍ଣ୍ଣ ସମୟସୀମା ଆଗରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି।

ରାୟକୁ ନେଇ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଅଗ୍ରହଣୀୟ ଏବଂ ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ। ଏହି ନିଷ୍ପତ୍ତିକୁ ଦଳ ସମାଲୋଚନା କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ଭାବନା ଅନୂରୂପ ଏହି ରାୟ ଦେଇନାହାନ୍ତି।

କହିରଖୁଛୁ, ୧୯୯୧ ମେ’ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପେରିଆଭାଲାନଙ୍କ ସମେତ ୬ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପେରିଆଭାଲାନଙ୍କୁ ପ୍ରଥମେ ଟାଡା କୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। କିନ୍ତୁ ଦୟା ଆବେଦନ କରାଯିବା ପରେ ସେ ଫାଶି ଦଣ୍ଡାଦେଶରୁ ରକ୍ଷା ପାଇଥିଲେ। ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୫ ହାଇକୋର୍ଟରେ ଗଡୁଛି ୪୩ ଲକ୍ଷ ମାମଲା: ୪୧୪ ବିଚାରପତି ପଦବୀ ଖାଲି

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି, ଯାହାକି ଅଦ୍ୟାବଧି ସର୍ବାଧିକ ବୋଲି ଆଇନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ସେପ୍ଟେମ୍ବର ୧ରେ...

ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ…

ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା...

ସିବିଆଇ ଜାଲରେ ରିୟା ଚକ୍ରବର୍ତ୍ତୀ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୬।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସିବିଆଇ ଏହି ଘଟଣାରେ ତଦନ୍ତ ଆରମ୍ଭ...

୬୦ ଯୁବକ ନିଖୋଜ ନେଇ କଶ୍ମୀର ଜୋନ୍‌ ପୋଲିସର ଉତ୍ତର, ଗୁଜବ ବୋଲି କହିଲେ ଆଇଜି…

ଶ୍ରୀନଗର,୧।୯: ଜମ୍ମୁ-କଶ୍ମୀର ୬୦ ଯୁବକ ନିଖୋଜ ହୋଇଥିବା ନେଇ କିଛି ଖବର ପ୍ରକାଶ ପାଇବା ପରେ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଏନେଇ ବିବୃତ୍ତି ଜାରି...

ଦାଉଦ୍‌ଙ୍କ ଟାର୍ଗେଟରେ ଭାରତୀୟ ନେତା

ନୂଆଦିଲ୍ଲୀ/ମୁମ୍ବାଇ,୨୦।୨: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଟାର୍ଗେଟରେ ଭାରତ ରହିଛି। ଭାରତୀୟ ରାଜନେତା ଓ ବିଶିଷ୍ଟ ବ୍ୟବସାୟୀମାନଙ୍କୁ ବିସ୍ଫୋରଣରେ ହତ୍ୟା କରିବା ଲାଗି ଦାଉଦ୍‌ ଏକ...

ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ, କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ, ୧୮।୧ : ଜଣେ ୧୬ ବର୍ଷ ବୟସ୍କା ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ। ଏକ ମାମଲାର ବିଚାର...

ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣା ଭଳି ଘଟଣାକୁ ରୋକାଯିବ: ଏବେ ଡିଆର୍‌ଡିଓ ତିଆରି କରିବ ନୂଆ ସଫ୍ଟଓ୍ବେର

ନୂଆଦିଲ୍ଲୀ, ୨୬।୯: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଯୁଦ୍ଧ ବିମାନର ରେଡ଼ିଓ ଫ୍ରିକ୍ୱେନ୍ସି କାମ କରିବା ବନ୍ଦ କରିବାରୁ ଏହା ନିୟନ୍ତ୍ରଣ ହରାଇ ତଳେ...

ଘର ବାହୁଡ଼ା ପରେ ହଟିଲା ଜେଡ୍‌ ସିକ୍ୟୁରିଟି

କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର...

Advertisement
Archives

Model This Week