ପୁନରୁଦ୍ଧାର ହେବ ସିଦ୍ଧମଠ ଔଷଧୀୟ ଉଦ୍ୟାନ

କେନ୍ଦୁଝର,୧୩ା୫(ସ୍ବ.ପ୍ର.): ବ୍ୟାପକ ଜଙ୍ଗଲ ନଷ୍ଟ, ଗଛ ଚୋରି କାରଣରୁ ଉଜୁଡ଼ି ଯାଇଥିବା ସିଦ୍ଧମଠ ଔଷଧୀୟ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ା ଗୁରୁବାର ବନ ବିଭାଗ କର୍ମଚାରୀ, ସ୍ଥାନୀୟ କାଉନ୍‌ସିଲର ଓ ଲୋକଙ୍କ ଉପସ୍ଥିତିରେ ଉକ୍ତ ଉଦ୍ୟାନକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାର ୧ ନଂ. ଓ୍ବାର୍ଡରେ ମନୋରମ ପରିବେଶରେ ଥିବା ଏହି ଜଙ୍ଗଲରେ ଆଗରୁ ବହୁ ମୂଲ୍ୟବାନ ଚନ୍ଦନ ଭଳି ବହୁ ପ୍ରକାରର ଔଷଧୀୟ ବୃକ୍ଷଲତା ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ କରା ନ ଯିବାରୁ ଏହା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ମୂଲ୍ୟବାନ ଚନ୍ଦନ ଗଛ ଓ ଅନ୍ୟାନ୍ୟ ବୃକ୍ଷକୁ ଦୁର୍ବୃତ୍ତ କାଟି ନେଇଛନ୍ତି। ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ କାଉନ୍‌ସିଲର ଓ ବୟୋଜ୍ୟେଷ୍ଠ ଲୋକଙ୍କ ଦାବି ପରେ ବନ ବିଭାଗ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି। ଏବେ ମଧ୍ୟ ଉଦ୍ୟାନରେ କରଞ୍ଜ, ବାହାଡ଼ା, ଅଂଳା, ଚିନି ଚମ୍ପା, ମୁଚୁକୁନ୍ଦ ଆଦି ବହୁ ପ୍ରକାରର ବୃକ୍ଷ ଲତା ରହିଛି। ଏହାକୁ ଆବଦ୍ଧ କରାଗଲେ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଯିବ ବୋଲି ସ୍ଥାନୀୟ କାଉନ୍‌ସିଲର ଶରତ ସାହୁ (ମୁନା) କହିଛନ୍ତି ା ଉଦ୍ୟାନ ଚୁଳିଆ ପାଦ ଦେଶରେ ରହିଥିବା ବେଳେ ସିଦ୍ଧମଠ ଧାର୍ମିକ ପୀଠ ନିକଟରେ ରହିଥିବାରୁ ଗୁରୁତ୍ୱବହନ କରିଥାଏ। ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, ଉକ୍ତ ସ୍ଥାନକୁ ସଫା କରିବା ସହ ପ୍ରଥମେ ବାଡ଼ ଦେବା ବ୍ୟବସ୍ଥା କରିବା ସହ ମୃତ୍ତିକା ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ସେହିପରି ସେଠାରେ ଏକ ପ୍ରବେଶ ଗେଟ୍‌ ନିର୍ମାଣ କରି ପ୍ରକୃତିପ୍ରେମୀ ତଥା ସିଦ୍ଧମଠ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କ ପାଇଁ ରାସ୍ତା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri