ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ଏହାର ପ୍ରଭାବ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ଉପରେ ଦେଖିବାକୁ ମିଳିଥାଏ। ଆପଣଙ୍କୁ ଜଣାଇଦେଉଛୁ ଯେ ଶୁକ୍ର ଏବେ କନ୍ୟା ରାଶିରେ ଅବସ୍ଥାନ କରୁଛନ୍ତି, ଯିଏକି ୨ ସେପ୍ଟେମ୍ୱରରେ ନିଜ ସ୍ୱରାଶି ତୁଳାକୁ ଗୋଚର କରିବେ। ଶୁକ୍ର ନିଜ ସ୍ୱରାଶି ତୁଳାରେ ଗୋଚର କରିବା ଦ୍ୱାରା ପଞ୍ଚ ମହାପୁରୁଷ ରାଜଯୋଗ ଅର୍ଥାତ ମାଳବ୍ୟ ରାଜଯୋଗ ସୃଷ୍ଟି ହେବ। ଯାହା ଫଳରେ ଏହାର ପ୍ରଭାବ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ଉପରେ ଦେଖିବାକୁ ମିଳିପାରେ।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ୨ ସେପ୍ଟେମ୍ୱର ୨୦୨୬ ରେ ତୁଳା ରାଶିରେ ପ୍ରବେଶ କରିବେ, ଯିଏକି ୩ ଅକ୍ଟୋବରରେ ବକ୍ରୀ ହେବେ ଏବଂ ଏହିପରି ଭାବେ ଶୁକ୍ରଙ୍କ ଗୋଚର ୬ ନଭେମ୍ୱର ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ୨୬ ସେପ୍ଟେମ୍ୱରରେ ବୁଧଙ୍କ ସହ ଯୁତି କରି ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରିବେ। ଆସନ୍ତୁ ଜାଣିବା ଶୁକ୍ର ତୁଳା ରାଶିରେ ଗୋଚର କରିବା ଦ୍ୱାରା କେଉଁ ରାଶିର ବ୍ୟକ୍ତିମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳିବାର ଯୋଗ ରହିଛି।

ମେଷ ରାଶି

୨ ସେପ୍ଟେମ୍ୱରରେ ଶୁକ୍ର ତୁଳା ରାଶିରେ ଗୋଚର କରିବା ଅତ୍ୟନ୍ତ ଶୁଭ ଏବଂ ଅନୁକୂଳ ସାବ୍ୟସ୍ତ ହୋଇପାରେ। ଆପଣଙ୍କ ରାଶିର ସପ୍ତମ ଭାବରେ ଶୁକ୍ରଙ୍କ ଗୋଚର ହେବ, ଯାହା ଫଳରେ ଆଗାମୀ କିଛି ଦିନରେ ଆପଣଙ୍କ ଜୀବନସାଥୀ ଏବଂ ବିଜନେସ ପାର୍ଟନରଙ୍କ ସହ ସମ୍ପର୍କ ଆହୁରି ଭଲ ହେବ। ବ୍ୟବସାୟରେ ଲାଭ ପାଇବାର ଭଲ ଯୋଗ ସୃଷ୍ଟି ହେବ, ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ରଙ୍କ ଗୋଚର ବେଶ ଶୁଭ ରହିବ। ଏଠାରେ ଶୁକ୍ରଙ୍କ ଗୋଚର ଆପଣଙ୍କ ରାଶିର ଲଗ୍ନ ଭାବରେ ହେବ, ଯାହା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ନେବାର କ୍ଷମତାରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚାକିରିିଆ ଲୋକଙ୍କ ପାଇଁ ଆଗାମୀ ସମୟ ବହୁତ ଭଲ ଏବଂ ଶୁଭ ସାବ୍ୟସ୍ତ ହେବ। ଆୟରେ ଦ୍ରୁତ ବୃଦ୍ଧି ଘଟିବ। ଟଙ୍କାପଇସା ଲେଣଦେଣ ମାମଲାରେ ଆପଣଙ୍କୁ କୌଣସି ବଡ଼ ଫାଇଦା ମିଳିପାରେ।

ମକର ରାଶି

ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ରଙ୍କ ଗୋଚର ଭଲ ଏବଂ ଲାଭଦାୟକ ହୋଇପାରେ। ଏଠାରେ ଶୁକ୍ରଙ୍କ ଗୋଚର ଆପଣଙ୍କ ରାଶିର ଦଶମ ଭାବରେ ହେବ, ଯାହା କ୍ୟାରିଅର ଏବଂ କର୍ମକ୍ଷେତ୍ର ଉପରେ ରହିବ। କାମରେ ଆପଣଙ୍କୁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ଯଦି ଶୁକ୍ର ଗୋଚର ଯୋଗୁଁ ମକର ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି କଥା କହିବା, ତେବେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପୈତୃକ ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ମାମଲା ଆପଣଙ୍କ ପକ୍ଷରେ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri