Posted inଖେଳ

IPL 2025: କୋହଲିଙ୍କୁ ପଛରେ ପକାଇଲେ ଗିଲ

ନୂଆଦିଲ୍ଲୀ,୧୯ା୫: ଚଳିତ ଆଇପିଏଲ୍‌ରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସ (ଜିଟି) ଅଧିନାୟକ ଶୁବମନ ଗିଲ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍‌ରେ ଟି୨୦ କ୍ୟାରିୟରରେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମ୍ୟାଚ୍‌ରେ ଗିଲ ୫୩ ବଲରେ ୩ ଚୌକା ଓ ୭ ଛକା ସହିତ ଅପରାଜିତ ୯୩ ରନ କରିଥିଲେ।

ଏହି ଅବସରରେ ଟି୨୦ ଫର୍ମାଟରେ ୫ ହଜାର ରନ ପୂରଣ କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। କୋହଲି ୧୬୭ତମ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିବା ବେଳେ ଗିଲ ୧୫୪ତମ ଇନିଂସରେ ୫ ହଜାର ପୁରଣ କରିଛନ୍ତି।

ତେବେ ଟି୨୦ କ୍ରିକେଟରେ ୫୦୦୦ ରନ ପୂରଣ କରିବାରେ ଲୋକେଶ ରାହୁଲ ଦ୍ରୁତତମ ଭାରତୀୟ। ସେ ୧୪୩ ଇନିଂସରେ ଏହି ସଫଳତା ପାଇଥିଲେ। ଟି୨୦ରେ ଦ୍ରୁତ ୫ ହଜାର ରନ କରିବାର ରେକର୍ଡ କ୍ରିସ ଗେଲ(୧୩୨ ଇନିଂସ)ଙ୍କ ନାମରେ ରହିଛି। ଏହି ତାଲିକାରେ ତାଙ୍କ ପଛକୁ ରାହୁଲ (୧୪୩), ଶନ ମାର୍ଶ (୧୪୪), ଡେଭନ କନଓ୍ବେ (୧୪୪), ବାବର ଆଜମ (୧୪୫) ଓ ଗିଲ (୧୫୪) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ଭାରତକୁ ବଡ଼ ଧକ୍କା: ମ୍ୟାଚରୁ ଓହରିଗଲେ ଆକାଶ

ଖ୍ରୀଷ୍ଟଚର୍ଚ୍ଚ,୨୯ା୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଫାଷ୍ଟ ବୋଲର ଆକାଶ ଦୀପ୍‌ କନ୍‌କସନ୍‌ରେ ପୀଡ଼ିତ ହେବାରୁ ଭାରତକୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ବଦଳ…

LIVE ମ୍ୟାଚ୍‌ରେ ମୁହାଁମୁହିଁ ଜେମି ଓଭରଟନ୍‌-ମିଚେଲ ମାର୍ଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୯।୧୧: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍‌…

୨୯୨ଟି ବଲ ପରେ ସଫଳତା ପାଇଲେ ଯଶପ୍ରୀତ ବୁମରା; ଟମ ଲାଥମଙ୍କ ୱିକେଟ ନେବା ପରେ ଦେଲେ ଏକ ଚମତ୍କାର ମନ୍ତବ୍ୟ

ନୂଆଦିଲ୍ଲୀ,୨୯।୧୧: ଜସପ୍ରୀତ ବୁମରା ସେହି ବୋଲରମାନଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ ନିଜର ବିସ୍ଫୋରକ ବୋଲିଂ ଦ୍ୱାରା ଯେକୌଣସି ବ୍ୟାଟିଂ ଲାଇନ-ଅପକୁ ଅଡୁଆରେ ପକାଇବାର କ୍ଷମତା ରଖନ୍ତି। ତେବେ,…

ମାତାପିତାଙ୍କୁ ବଡ଼ ଉପହାର ଦେଲେ ଧ୍ରୁବ ଜୁରେଲ, ନ୍ୟୁଜିଲ୍ୟାଣ୍ଡରେ ସେମାନଙ୍କ ସ୍ବପ୍ନ ପୂରଣ କଲେ

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳକୁ ଏକ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଥିବା ଧ୍ରୁବ ଜୁରେଲ, ନିଜ ମାତାପିତାଙ୍କ ସାମ୍ନାରେ ଏକ…

୨ ୱିକେଟ୍‌ ନେବା ପରେ ବି ବୁମ୍‌ରାଙ୍କ ବୋଲିଂକୁ ନେଇ ପ୍ରଶ୍ନ, କାର୍ତ୍ତିକ କହିଲେ ପୂର୍ବଭଳି ଆଉ…

ନୂଆଦିଲ୍ଲୀ,୨୯।୧୧: କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ତୃତୀୟ ଦିନ ଶେଷ ହୋଇଛି । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଦବଦବା ଜାରି ରହିଛି । ତୃତୀୟ ଦିନର ଖେଳ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?