Posted inଖେଳ

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯିବା ପରେ ରୋମାଞ୍ଚ ଅପେକ୍ଷା ଆଣ୍ଟି-କ୍ଲାଇମାକ୍ସ ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଭାରତ ମାତ୍ର ୩୨ ରନ କରିଥିବା ବେଳେ ଶେଷରେ ୨ ରନ୍‌ରେ ବିଜୟ ହାସଲ କରିଥିଲା।

ଏହି ମ୍ୟାଚ୍‌ରେ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଅଧିନାୟକ ଶ୍ରେୟସ ଆୟରଙ୍କୁ ଦିଆଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ପ୍ରଶଂସକ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଟ୍ରୋଲ ଦେଖିବାକୁ ମିଳିଛି। ଜାପାନର ସାନୋରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଆଶାନୁରୂପ ହୋଇ ନ ଥିଲା। ମାତ୍ର ୫ ଓଭରର ମ୍ୟାଚ୍‌ରେ ଟିମ ଇଣ୍ଡିଆ ୩୨ ରନ୍‌ରେ ସୀମିତ ରହିଥିଲା। ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ। ଅନ୍ୟପଟେ ଈଶାନ କିଶନ ୬ଟି ବଲ ଖେଳି ମାତ୍ର ୩ ରନ କରିଥିଲେ। ଆରମ୍ଭରୁ ଭାରତ ଚାପରେ ପଡ଼ିଥିଲା।

ମାତ୍ର ୮ଟି ବଲ୍‌ରେ ଦୁଇଟି ଉଇକେଟ ହରାଇ ଭାରତର ସ୍କୋର ମାତ୍ର ୯ ରନ ଥିଲା। ଏହି ସମୟରେ କ୍ରିଜକୁ ଆସିଥିଲେ ଅଧିନାୟକ ଶ୍ରେୟସ ଆୟର। ଆୟର କ୍ରିଜକୁ ଆସିବା ପରେ ମଧ୍ୟ ଭାରତକୁ ଝଟକା ଲାଗିଥିଲା। ୧୪ ରନ୍‌ରେ ତୃତୀୟ ଉଇକେଟ ପଡ଼ିଥିଲା। ସେତେବେଳେ ମାତ୍ର ୧୫ଟି ବଲ ବାକି ଥିଲା। ଏଭଳି ସ୍ଥିତିରେ ଆୟରଙ୍କ ଉପରେ ଦଳକୁ ଲଢ଼ିବା ଭଳି ସ୍କୋର ପର୍ଯ୍ୟନ୍ତ ନେବାର ଦାୟିତ୍ୱ ଥିଲା। ଅଧିନାୟକ ମଧ୍ୟ ଏହି ଦାୟିତ୍ୱ ତୁଲାଇଥିଲେ। ସେ ୧୨ଟି ବଲ୍‌ରୁ ୧୬ ରନ କରିଥିଲେ। ଅର୍ଥାତ୍‌ ଭାରତର ମୋଟ ୩୨ ରନ୍‌ର ଅଧା ରନ ଏକାକି ଆୟର କରିଥିଲେ। ଶେଷରେ ଏହି ସ୍କୋରକୁ ଭାରତ ରକ୍ଷା କରିବାରେ ସଫଳ ହୋଇ ୨ ରନ୍‌ରେ ମ୍ୟାଚ ଜିତିଥିଲା।

ଆୟରଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଦିଆଯିବା ପରେ ଚର୍ଚ୍ଚାର ମୁଖ୍ୟ କାରଣ ହୋଇଛନ୍ତି ଅକ୍ଷର ପଟେଲ। ଜାପାନର ବ୍ୟାଟିଂ ଇନିଂନ୍‌ରେ ଅକ୍ଷର ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଜାପାନ ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ ଶେଷ ଓଭରରେ ତାଙ୍କୁ ୭ ରନ ଆବଶ୍ୟକ ଥିଲା। ହେଲେ ଅକ୍ଷର ପଟେଲ ଚାପ ମଧ୍ୟରେ ଭଲ ବୋଲିଂ କରି ଜାପାନକୁ ଲକ୍ଷ୍ୟ ହାସଲ କରିବାକୁ ଦେଇ ନ ଥିଲେ। ଅକ୍ଷର ତାଙ୍କ ୨ ଓଭରରେ ମାତ୍ର ୭ ରନ ଖର୍ଚ୍ଚ କରିଥିଲେ। ତେଣୁ କିଛି ପ୍ରଶଂସକଙ୍କ ମତରେ, ମ୍ୟାଚ୍‌ର ନିର୍ଣ୍ଣାୟକ ପର୍ଯ୍ୟାୟରେ ବୋଲିଂ ପ୍ରଦର୍ଶନ ପାଇଁ ଅକ୍ଷରଙ୍କୁ ମଧ୍ୟ ପ୍ଲେୟର ଅଫ ଦି ମ୍ୟାଚ ଦିଆଯିବ ବୋଲି ଭାବୁଥିଲେ। ଏହି କାରଣରୁ ଶ୍ରେୟସ ଆୟରଙ୍କୁ ମିଳିଥିବା ପୁରସ୍କାରକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?