Posted inଖେଳ

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨ ରନରେ ଜିତି ନେଇଛି ଟିମ ଇଣ୍ଡିଆ। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା। ଭାରତୀୟ ବ୍ୟାଟରମାନେ ସହଜରେ ବଡ଼ ସ୍କୋର କରି ଏକତରଫା ବିଜୟ ହାସଲ କରିବେ ବୋଲି ଲାଗୁଥିଲେ ମଧ୍ୟ ମ୍ୟାଚ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ରହିଥିଲା।

ଜାପାନ ବିପକ୍ଷରେ କଷ୍ଟକର ବିଜୟ ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଆଶ୍ୱସ୍ତିକର ନିଃଶ୍ୱାସ ନେଇଥିଲେ। ମ୍ୟାଚ ପରବର୍ତ୍ତୀ ପ୍ରେଜେଣ୍ଟେସନରେ ସେ ପିଚ୍ର ପରିସ୍ଥିତି ଏବଂ ନିଜ ବ୍ୟାଟିଂ ରଣନୀତି ବିଷୟରେ କହିଥିଲେ।

ଶ୍ରେୟସ କହିଥିଲେ ଯେ ପିଚରେ ବଲ ଭଲ ଭାବେ ଟର୍ନ ହେଉଥିଲା। ଏଭଳି ପରିସ୍ଥିତିରେ ବ୍ୟାଟିଂ କରିବା ସହଜ ନଥିଲା। ଭାରତୀୟ ଓପନରମାନେ ନିୟମିତ ଭାବେ ରନ କରୁଥିଲେ ମଧ୍ୟ ଏହି ପିଚରେ ସ୍ପିନରେ ଗତିକୁ ବୁଝିବାରେ ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ଆୟର କହିଥିଲେ। ତାଙ୍କ କହିବାନୁସାରେ, ସତ କହିବାକୁ ଗଲେ ଏହି ପିଚ୍‌ରେ ବ୍ୟାଟିଂ କରିବା ବହୁତ କଷ୍ଟକର ଥିଲା। ପିଚରେ ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖି ଶ୍ରେୟସ ଆକ୍ରମଣାତ୍ମକ ସଟ ବଦଳରେ ସିଙ୍ଗଲ ଓ ଡବଲ ନେଇ ଷ୍ଟ୍ରାଇକ ରୋଟେଟ କରିବାକୁ ଯୋଜନା କରିଥିଲେ।

ସେ କହିଥିଲେ, ମୁଁ କ୍ରିଜକୁ ଆସିବା ପରେ ସିଙ୍ଗଲ ଓ ଡବଲ ନେଇ ଷ୍ଟ୍ରାଇକ ରୋଟେଟ କରିବା ଜରୁରୀ ବୋଲି ସ୍ଥିର କରିଥିଲି। ବଲ ସହ ଖେଳିବି ଏବଂ ପରିସ୍ଥିତି ଅନୁଯାୟୀ ଯୋଜନା କରିବି ବୋଲି ନିଷ୍ପତ୍ତି ନେଇଥିଲି ବୋଲି ଆୟର କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?