ଡ୍ରୋନ୍‌ କ୍ୟାମେରାରେ ମହାବଳ! ୨ ବଳଦଙ୍କୁ ମାରି ଖାଇବା ପରେ ଆତଙ୍କ

ଲଷ୍ମୀପୁର, ୨୪।୧୧(ଅନନ୍ତ ପ୍ରସାଦ ନାୟକ): ମହାବଳ ବାଘ ଦୁଇ ବଳଦଙ୍କୁ ମାରି ଖାଇବା ପରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଏବଂ ଡ୍ରୋନ ଲଗାଯାଇଥିଲା । ତେବେ ଡ୍ରୋନ କ୍ୟାମେରାରେ ମହାବଳ ବାଘର ଗତିବିଧି କଏଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା । ପାଞ୍ଚଦିନ ହେଲା ବିଳାପୁଟ ଜଙ୍ଗଲ ପାରିପାର୍ଶ୍ୱରେ ଦିନ ରାତି ଜଗି ରହିଛନ୍ତି ବନ ବିଭାଗର କର୍ମଚାରୀ । ସ୍ଥିତି ସମୀକ୍ଷା କରୁଛନ୍ତି ଡ଼ିଏଫଓ ସିଦାର୍ଥ ଜୈନ। ଚାଷ ଜମିକୁ ଯିବାକୁ ଲୋକେ ଭୟ କରୁଥିବା ମଧ୍ୟ ଦେଖାଦେଇଛି ।

କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଭିତରଗଡ଼ ପଞ୍ଚାୟତର ବିଳାପୁଟ ଗ୍ରାମ ନିକଟସ୍ଥ ହାତୀମାଳି ପାହାଡ଼ ତଳେ ଏକ ମହାବଳ ବାଘ ଦୁଇଟି ବଳଦଙ୍କୁ ମାରି ଖାଇବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସନ୍ଧ୍ୟା ହେଲେ ଅଞ୍ଚଳରେ ବିଦ୍ୟୁତ କାଟ୍ କରିବା ଦ୍ୱାରା ଭୟର ବାତାବରଣ ଦେଖାଦେଉଛି । ​ଶନିବାର ଦିନ ହାତୀମାଳି ପାହାଡ଼ ତଳେ ବିଳାପୁଟ ଗ୍ରାମର ରଘୁନାଥ ସାଉଁତା ଓ ସାନା ଯାନୀଙ୍କ ୨ଟି ବଳଦଙ୍କୁ ବାଘ ମାରି ଖାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ସଂଯୋଗ କରାଯାଇଛି ।

ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ କୁମାର ବେହେରା, ଭିଏସ୍ ଜଗନ୍ନାଥ ନାୟକ, ଏଲ୍‌ଆଇ ଜଗନ୍ନାଥ ସାଗର ଓ ପ୍ରମୋଦ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଦୁଇ ବଳଦ ବାଘ ମାରିଥିବା ସ୍ପଷ୍ଟ କରିଛନ୍ତି । କ୍ଷତିଗ୍ରସ୍ତ ୨ ବଳଦ ମାଲିକ ରଘୁନାଥ ସାଉଁତା ଓ ସାନା ଯାନୀଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦେବାକୁ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ପ୍ରତିଶ୍ରୁତି ଦେଇଛନ୍ତି। ​ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଭିତରଗଡ଼ ପଞ୍ଚାୟତର ଯାନୀଗୁଡ଼ା ଗ୍ରାମ ନିକଟରେ ବାଘର ପାଦଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ବନପାଳ ଝାଡ଼େଶ୍ୱର ଯାନୀ, ଫରେଷ୍ଟ ଗାର୍ଡ ଶିବପ୍ରସାଦ ବେହେରା ଓ ସ୍କ୍ୱାଡ୍ କର୍ମଚାରୀମାନେ ଯାନୀଗୁଡ଼ା ଗ୍ରାମକୁ ଯାଇ ପାଦଚିହ୍ନର ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନରୁ ଏହା ଏକ ମହାବଳ ବାଘର ପାଦଚିହ୍ନ ବୋଲି ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।
​ରାତି ସମୟରେ ଘରୁ ବାହାରକୁ ନ ବାହାରିବା ସହ ଜଙ୍ଗଲ ଭିତରକୁ ନ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ଏଥିସହ ଗାଈ, ଗୋରୁ, ଛେଳି ଓ ମେଣ୍ଢାମାନଙ୍କୁ ଜଙ୍ଗଲକୁ ନ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ କୋରାପୁଟ ଡିଏଫ୍‌ଓ ସିଦ୍ଧାର୍ଥ ଜୈନ ଓ ଏସିଏଫ୍ ଜଗନ୍ନାଥ ବିଷୋୟୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସଜାଗ ରହିବାକୁ କହିଛନ୍ତି। ବାଘର ଗତିବିଧିକୁ ଅନୁସରଣ କରିବା ପାଇଁ ବନ କର୍ମଚାରୀଙ୍କ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୬ ବଲ୍‌ରେ କମାଲ କଲେ ପ୍ରିୟାଂଶ: ଚୌକା-ଛକାରେ ବର୍ଷା, ବୋଲର୍‌ଙ୍କ ଉଡ଼ିଲା ହୋଶ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର…

ପୀତବାସ ହତ୍ୟା ମାମଲା: ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର,୨୪।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଭଜପା ନେତା ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ମଙ୍ଗଳବାର…

ପ୍ରସ୍ତୁତ ହେଲାଣି ICC, ଆଇପିଏଲ ପରି ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକରେ ମଧ୍ୟ ବ୍ୟାଟଗୁଡ଼ିକର ହେବ ସ୍ବତନ୍ତ୍ର ଯାଞ୍ଚ

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ଏକ ନୂତନ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ, ଜଣେ…

ରାହୁ-କେତୁଙ୍କ ଗୋଚର: କାର୍ତ୍ତିିକ ପୂର୍ଣ୍ଣିିମାଠୁ ୩ ରାଶିଙ୍କ ଉପରେ ଅଶୁଭ ପ୍ରଭାବ! ମାଡିଆସିବ ଘୋର ସମସ୍ୟା

ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୪ଟା ୩୪ ମିନିଟରେ ରାହୁ ଓ କେତୁଙ୍କ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହଙ୍କ ଗୋଚରର ପ୍ରଭାବ…

ଶୁଭମନ ଗିଲଙ୍କ ଗୋଟିଏ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଶ୍ୱିନ୍‌, କହିଦେଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚରେଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ…

ରାଗିଲେ ଗିଲ, ଅଧିନାୟକଙ୍କୁ ପାଠପଢାଇଲେ ଅଜିଙ୍କ୍ୟ ରାହାଣେ

ନୂଆଦିଲ୍ଲୀ,୨୪।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ମ୍ୟାଚ ସମୟରେ ଏପରି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ଅଧିନାୟକ…

ଶେୟାର ବଜାରରେ ଅଚାନକ ହ୍ରାସ

ମୁମ୍ବାଇ,୨୪ା୧୧: ଭାରତୀୟ ଶେୟାର ବଜାରରେ ଗତ କିଛିଦିନରେ ସକାରାତ୍ମକ ପ୍ରଭାବ ଅନୁଭୂତ ହେବା ପରେ ସୋମବାର ଅଚାନକ ହ୍ରାସ ଦେଖାଯାଇଛି। ଏସୀୟ ବଜାରର ଦୁର୍ବଳ ସଙ୍କେତ ସତ୍ତ୍ୱେ…

Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬…

ଭୁବନେଶ୍ୱର,୨୪।୧୧: ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନକ୍ଲେଭ ବା ଯୁବ ସମ୍ମିଳନା’ ଅନୁଷ୍ଠିତ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?