Posted inଖେଳ

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ ତରଫରୁ ସୋମବାର ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆୟାର ଜୁଲାଇ ୧୫ରେ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ପହଞ୍ଚତ୍ବେ। ସେଠାରେ ଏକ ସପ୍ତାହ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ ଖେଳିବେ। ପୂର୍ବରୁ ଏହି କ୍ଲବ ତରଫରୁ ଭାରତର ଫାରୁକ୍‌ ଇଞ୍ଜିନିୟର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ମହାନ୍‌ ଖେଳାଳି ପ୍ରତିନିଧିତ୍ୱ କରିଛନ୍ତି। ଆୟାରଙ୍କୁ ଭାରତର ଅନ୍ୟତମ ଉଦୀୟମାନ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ବୋଲି କହିଛନ୍ତି ଲାଙ୍କାଶାୟାର କ୍ରିକେଟ ନିର୍ଦ୍ଦେଶକ ପଲ୍‌ ଆଲଟ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲଙ୍କ ଶରୀରରେ ମାତା ଆସିଗଲେ

ଆଇପିଏଲ୍‌ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ...

ବିରାଟ-ଅନୁଷ୍କା ବ୍ୟସ୍ତ ରହିବା ପରେ ମଧ୍ୟ ପରସ୍ପର ପାଇଁ ଏପରି ସମୟ ବାହାର କରନ୍ତି..

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରୁ ପାର୍ଟନରଙ୍କ ପାଇଁ ସମୟ ବାହାର କରିବା  କଷ୍ଟକର ହୋଇପଡିଲାଣି । କାରଣ ଏବେ ଅଧିକାଂଶ ଘରେ ମହିଳାମାନେ ଅଫିସକୁ ଯାଉଛନ୍ତି। ଏହା ...

ଦରମାକୁ ନେଇ ଏମ୍‌ପି ହରଭଜନଙ୍କ ବଡ଼ ଘୋଷଣା

ଅମୃତସର,୧୬।୪: କ୍ରିକେଟରୁ ରାଜନେତା ବନିଥିବା ଭାରତୀୟ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ ନିକଟରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ରୁ ନିର୍ବାଚନ ଲଢ଼ି ପଞ୍ଜାବ ରାଜ୍ୟ ସଭା...

୧୯ବର୍ଷରୁ କମ୍‌ କ୍ରିକେଟ: ଦିବ୍ୟାଂଶଙ୍କ ସ୍ଥାନରେ ସିଦ୍ଧେଶ

ନୂଆଦିଲ୍ଲୀ, ୧୦ା୧(ପି.ଟି.)- ଆଘାତପ୍ରାପ୍ତ ହୋଇଥିବାରୁ ଭାରତର ୧୯ ବର୍ଷରୁ କମ୍‌ ଅଲରାଉଣ୍ଡର ଦିବ୍ୟାଂଶ ଯୋଶୀ ଆସନ୍ତା ବିଶ୍ୱକପ୍‌ରେ ଖେଳିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଦ୍ୱିପାକ୍ଷିକ ଦିନିକିଆ...

କରାଟେରେ ୪୪ଟି ମେଡାଲ ଜିତିଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମିଚେଲ ଜନସନ ୨୦୧୧ରେ ଜେସିକାଙ୍କ ହାତ ଧରିଥିଲେ। ଜେସିକାଙ୍କ ବିବାହ ପୂର୍ବରୁ ଏକ ଭିନ୍ନ ପରିଚୟ ଥିଲା। ଜେସିକା କରାଟେରେ ବେଶ୍‌...

ଟିକା ନେଇ ଫଶିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କରୋନା ଟିକା ନେଇ ଫଶିଯାଇଛନ୍ତି ଭାରତୀୟ କ୍ରିକେଟର୍‌ କୁଳଦୀପ ଯାଦବ। ମେ ୧୫ରେ, ଟୀକାକରଣର ପ୍ରଥମ ଡୋଜ୍‌ ଗ୍ରହଣ କରିବା ପରେ କୁଳଦୀପ ଯାଦବ...

ଟୋକିଓ ଅଲିମ୍ପିକ୍ସ: କୋଭିଡ୍‌-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର

ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍‌-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା...

ଜାଫର ଉତ୍ତରାଖଣ୍ଡ ହେଡ୍‌ କୋଚ୍‌ ନିଯୁକ୍ତ

ମୁମ୍ବାଇ,୨୩।୬(ପି.ଟି.): ପୂର୍ବତନ ଭାରତୀୟ ଓପନର ତଥା ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ଓ୍ବାସିମ୍‌ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ଘରୋଇ ସେସନ୍‌ରେ...

Advertisement
Archives

Model This Week