ରାମ୍‌କୋ ସିମେଣ୍ଟକୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରିିଥିବା ରାମ୍‌କୋ ସିମେଣ୍ଟ କାରଖାନାକୁ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କାରଣ ଦର୍ଶାଅ ନୋଟିସ ଦେଇଛି। ବୋର୍ଡର ସଦସ୍ୟ ସଚିବ କାରଖାନା କର୍ତ୍ତୃପକ୍ଷଙ୍କୁ ଜାରି କରିଥିବା ଉକ୍ତ ନୋଟିସ(ପତ୍ରସଂଖ୍ୟା ୮୬୯୦/୧୯ା୫ା୨୦୨୨)ରେ ୧୫ ଦିନ ମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ଅନିୟମିତତା ସଂକ୍ରାନ୍ତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କାରଖାନା କର୍ତ୍ତୃପକ୍ଷଙ୍କ ଉତ୍ତର ଯଦି ସନ୍ତୋଷଜନକ ନ ହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କାରଖାନା ମାଲିକଙ୍କ ରାଜ୍ୟ କ୍ଷମତା କେନ୍ଦ୍ରରେ ପ୍ରଭୂତ ପ୍ରଭାବ
ରହିଥିବା ପ୍ରଚାରିତ ହେଉଥିବାରୁ ଓ ଅତୀତରେ କାରଖାନାକୁ ରାଜନୈତିକ ଓ ପ୍ରଶାସନିକ ସୁରକ୍ଷା ମିିଳିଥିବାରୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ଲୋକେ ଦୁଃସାହସିକ ବୋଲି ଅଭିହିତ କରୁଛନ୍ତି। ସୂଚନାଥାଉ କି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ ସଂକ୍ରାନ୍ତରେ ଗତ ୧୦ ତାରିଖରେ ଧରିତ୍ରୀରେ ‘ଚାପରେ ଚେପା ତଦନ୍ତ ରିପୋର୍ଟ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର, ଗୁଆରଙ୍ଗ, ଖୁଣ୍ଟା, ବାଟିଜଙ୍ଗା, ଟେଲର, ଥାନୁଆଳ, ଜୋଗଡା, ମୁରାରୀପୁର, ନାନପୁର, ହରିଦାସପୁର, ଉଡଙ୍ଗା, ବାଜବାଟି, ଭାତୁରୁପୋଷି ଓ ରଥିଆ ଆଦି ଗ୍ରାମର ବାସିନ୍ଦା ରାମ୍‌କୋ କାରଖାନାର ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ଏସ୍‌ପିସିବି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳିପାରି ନ ଥିଲା। ଧରିତ୍ରୀରେ ଏନେଇ ନିୟମିତ ଭାବେ ଖବର ପ୍ରକାଶ ପାଇବା ପରେ ଗତ ମାର୍ଚ୍ଚରେ ଏସ୍‌ପିସିିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ଏକ ସ୍ବତନ୍ତ୍ର ବୈଜ୍ଞାନିକ ଦଳ ରାମ୍‌କୋ ସିମେଣ୍ଟ କାରଖାନାର ପାରିପାର୍ଶ୍ୱିକ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନରେ ପ୍ରାୟ ୧୨୦ ପାର୍ଟିକୁଲେଟ ମେଟର (ପିଏମ୍‌) ୧୦ ଠାରୁ ଅଧିକ ବାୟୁ ପ୍ରଦୂଷଣ, କାରଖାନାର ବେଗ ଫିଲ୍‌ଟର କାମ ନ କରିବା ଆଦି ଅନିୟମିତତା ହେଉଥିବା ଏହି ଦଳ ଜାଣିବାକୁ ପାଇବା ସହ ଏସ୍‌ପିସିବି ସଦସ୍ୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ଆଧାରରେ ଏସ୍‌ପିସିବିର ସଦସ୍ୟ ସଚିବ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡିଛି। ଉକ୍ତ ନୋଟିସରେ ବାୟୁ ପ୍ରଦୂଷଣ ପରମିସେବୁଲ ଲିମିଟ୍‌ ବାହାରେ ରହିଥିବା, ଷ୍ଟେମ୍‌ ଏମିଶନ କାର୍ଯ୍ୟକାରୀ କରୁ ନ ଥିବା, ଅନ୍‌ଲାଇନ୍‌ ଡାଟା ମନିଟରିଂ ସିଷ୍ଟମ୍‌ କାର୍ଯ୍ୟକାରୀ ନ ହେବା, ଧୂମନଳୀରେ ବିଷାକ୍ତ ଧୂଆଁ ବାହାରୁଥିବା, ଧୂଳିଧୂଆଁରେ ଅଞ୍ଚଳ ପ୍ରଦୂଷିତ ହେବା, କାରଖାନା ପରିସରର ବର୍ଷା ଜଳକୁ ଉପଚାର ନ କରି ବାହାରକୁ ଛାଡ଼ିବା ଆଦି ଅନିୟମିତତା ଉପରେ ଦର୍ଶାଯାଇଛି। ଏହିସବୁ ଅନିୟମିତତାର ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ନଚେତ୍‌ ଆଇନ ଅନୁଯାୟୀ କାରଖାନାକୁ ବନ୍ଦ କରାଯାଇପାରେ ବୋଲି ମଧ୍ୟ ଚେତାବନୀ ମିଳିଛି।
ସୂଚନାଯୋଗ୍ୟ, ଏସ୍‌ବିସିବିର ସର୍ତ୍ତ ଅନୁଯାୟୀ କାରଖାନା ପରିସରର ବୁନ୍ଦାଏ ବି ପାଣି ବାହାରକୁ ଛଡ଼ାଯାଇପାରିବ ନାହିଁ। କିନ୍ତୁ ସିମେଣ୍ଟ ଗୁଣ୍ଡ ତିଆରି ପାଇଁ ବିଭିନ୍ନ କଞ୍ଚାମାଳ, ରାସାୟନିକ ଦ୍ରବ୍ୟ ଆଦି ମିଶା କାରଖାନାର ପାଣି ନିକଟସ୍ଥ ଏକ ନାଳରେ ବୋହୁଛି। ଏଥିଯୋଗୁ ସେହି ନାଳ ପ୍ରଦୂଷିତ ହୋଇ ପଟୁଣିଆ ନିକଟରେ ଗେଙ୍ଗୁଟି ନଦୀରେ ମିଶୁଛି। ଏହାଦ୍ୱାରା ଆଖପାଖ ଅଞ୍ଚଳବାସୀ ଜଳ ପ୍ରଦୂଷଣର ଶିକାର ହେଉଥିବା ସହ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ କାରଖାନାର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। କାରଖାନା ପ୍ରତିଷ୍ଠା ପାଇଁ ବେଆଇନ ଭାବରେ ଗୋଚର ଜମି ଦଖଲ ହୋଇଥିବା ପୂର୍ବରୁ ଅଭିଯୋଗ ହୋଇ ସାରିଛି। ଏହିଭଳି ଭାବରେ ରାମ୍‌କୋ ସିମେଣ୍ଟ କାରଖାନାର ସରକାରୀ ଆଇନ ଓ ନିୟମ ଉଲ୍ଲଂଘନର ତାଲିକା ବେଶ୍‌ ଲମ୍ବା। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ରାମ୍‌କୋ କାରଖାନାର ବିଭିନ୍ନ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବା ତଦନ୍ତରେ ସ୍ପଷ୍ଟ ହୋଇଥିଲା। ଏନେଇ ଗତ ମାର୍ଚ୍ଚରେ ଏସ୍‌ପିସିବିକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ତଦନୁସାରେ ଏହି କାରଖାନା କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ୧୫ ଦିନ ପରେ ପୁଣି କାରଖାନାକୁ ପରିଦର୍ଶନରେ ଯାଇ ପ୍ରଦୂଷଣ ଉପରେ ସମୀକ୍ଷା କରାଯିବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri