Posted inଖେଳ

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ: ବୈଭବ କରିବେ ଓପନିଂ, ନୋଟ୍‌ କରନ୍ତୁ ମ୍ୟାଚ ତାରିଖ

ନୂଆଦିଲ୍ଲୀ,୧୬।୧୧: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅଳ୍ପ କ୍ରିକେଟ କ୍ୟାରିୟର ମଧ୍ୟରେ ଟି-୨୦ ଫର୍ମାଟରେ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି ସେ। ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷକରି ଚଳିତ ବର୍ଷ ତାଙ୍କ ପାଇଁ ବେଶ ଭଲ ରହିଛି। ଆଇପିଏଳରେ ଦମଦାର ରନ କରିବା ପରେ ଭାରତୀୟ ଟି-୨୦ ଦଳରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଛି। ଧୀରେ ଧୀରେ ଦଳରେ ନିଜ ସ୍ଥାନ ପକ୍କା କରିବା ଦିଗରେ ଆଗକୁ ବଢ଼ୁଛନ୍ତି ବୈଭବ।

ତେବେ ଏବେ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ, ବୈଭବ କେବେ ପୁଣି ମଇଦାନକୁ ଓହ୍ଲାଇବେ ଏବଂ କେଉଁ ଟୁର୍ନାମେଣ୍ଟରେ ନିଜ ବ୍ୟାଟିଂର ଜଲୱା ଦେଖାଇବେ? ତେବେ ଏହାର ଉତ୍ତର ହେଉଛି ରାଇଜିଂ ଷ୍ଟାର୍ସ ଏସିଆ କପ। ନଭେମ୍ବର ୧୯ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। କାତାରର ଦୋହାରେ ଏହା ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ।

ଭାରତୀୟ ଦଳ ନଭେମ୍ବର ୨୦ରେ ନେପାଳ ବିପକ୍ଷ ମ୍ୟାଚରେ ନିଜ ଅଭିଯାନ ଆରମ୍ଭ କରିବ। ଏହି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଖେଳୁଥିବା ନଜର ଆସିବେ। ସେ ଅଭିଷେକ ଶର୍ମାଙ୍କ ସହ ଭାରତ ପାଇଁ ଓପନିଂ କରିବେ। ଭାରତୀୟ ଦଳର ନେତୃତ୍ୱ ଭାର ତିଲକ ବର୍ମାଙ୍କୁ ଦିଆଯାଇଛି। ରିଙ୍କୁ ସିଂ, ପ୍ରଭସିମରନ ସିଂ, ହର୍ଷିତ ରାଣା ଓ ପ୍ରିନ୍ସ ଯାଦବଙ୍କ ଭଳି ଖେଳାଳି ମଧ୍ୟ ନିଜ ଦମ ଦେଖାଇବେ। ରିଙ୍କୁ ସିଂଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ମିଳିଛି।

ଭାରତୀୟ ଦଳର ଦ୍ୱିତୀୟ ମ୍ୟାଚ ନଭେମ୍ବର ୨୨ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ। ଏହି ମ୍ୟାଚକୁ କ୍ରିକେଟ ପ୍ରଶଂସକମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସେହିପରି ନଭେମ୍ବର ୨୪ରେ ଭାରତ ୟୁଏଇ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ। ଏହି ସମସ୍ତ ମ୍ୟାଚରେ ବୈଭବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତାଙ୍କଠାରୁ ବଡ଼ ସ୍କୋରର ଆଶା ରଖିଛନ୍ତି ପ୍ରଶଂସକ।

ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଭାରତୀୟ ଦଳ:

ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂ (ଉଇକେଟ୍‌କିପର), ତିଲକ ବର୍ମା (ଅଧିନାୟକ), ରିଙ୍କୁ ସିଂ (ଉପଅଧିନାୟକ), କୁମାର କୁଶାଗ୍ର (ଉଇକେଟ୍‌କିପର), ସୂର୍ଯ୍ୟାଂଶ ଶେଡଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅର୍ଶଦ ଖାନ ଓ ଆୟୁଷ ବଦୋନି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?