Posted inଖେଳ

ଧୋନୀ, ରାହୁଲ-ପନ୍ତଙ୍କୁ ପଛରେ ପକାଇଲେ ଏହି ଖେଳାଳି, ଦକ୍ଷିଣ ଆଫ୍ରିକାରେ ରଚିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୧୬।୧୧: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଆପଣ ଜାଣିଥିବେ, ଦକ୍ଷିଣ ଆଫ୍ରିକାର ପିଚରେ ରନ କରିବା ଆଦୌ ସହଜ ନୁହେଁ। ବିଶେଷକରି ଏସୀୟ ଦଳଗୁଡ଼ିକୁ ସେଠାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ସବୁ ଚ୍ୟାଲେଞ୍ଜକୁ ପଛରେ ପକାଇ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର୍‌ ଲିଟନ ଦାସ ଜୋହାନ୍ସବର୍ଗରେ ଧମାକାଦାର ଶତକ ହାସଲ କରିଛନ୍ତି। ତାଙ୍କର ଦମଦାର ବ୍ୟାଟିଂ ଜାରି ରହିଥିବା ବେଳେ ଏହି ଇନିଂସ ଜରିଆରେ ସେ ଅନେକ ଦିଗ୍ଗଜ ଖେଳାଳିଙ୍କୁ ପଛରେ ପକାଇ ନୂଆ ଇତିହାସ ରଚିଛନ୍ତି।

ପ୍ରଥମ ଇନିଂସରେ ବାଂଲାଦେଶ ଦଳ ଏକଦା ଗଭୀର ସଙ୍କଟରେ ପଡ଼ିଥିଲା। ଏଭଳି ସମୟରେ ବ୍ୟାଟିଂ କରିବାକୁ ଆସି ଲିଟନ ଦାସ ଦଳର ସ୍ଥିତି ସମ୍ଭାଳିଥିଲେ। ତାଙ୍କୁ ତୌହିଦ ହୃଦୟଙ୍କ ଭଲ ସହଯୋଗ ମଧ୍ୟ ମିଳିଥିଲା। ସେ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ।

ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକା ମାଟିରେ ଜଣେ ଏସୀୟ ଉଇକେଟ୍‌ କିପର ବ୍ୟାଟର୍ଙ୍କ ସର୍ବାଧିକ ସ୍କୋରର ରେକର୍ଡ କେଏଲ ରାହୁଲଙ୍କ ନାଁରେ ଥିଲା। ସେ ୧୦୧ ରନ କରିଥିଲେ। ଏହାବ୍ୟତୀତ ଋଷଭ ପନ୍ତ ମଧ୍ୟ ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନାଁରେ ୯୦ ରନର ରେକର୍ଡ ରହିଥିଲା। କିନ୍ତୁ ଏବେ ଲିଟନ ଦାସ ଏହି ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି।

ଲିଟନ ଦାସ ୧୭୯ଟି ବଲର ସାମ୍ନା କରି ୧୨୦ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା। ଏହାସହ ସେ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିଥିବା ବାଂଲାଦେଶର ପ୍ରଥମ ଉଇକେଟ୍‌କିପର ବ୍ୟାଟର୍‌ ହୋଇଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ ଯେ, SENA ଦେଶଗୁଡ଼ିକରେ ଏସୀୟ ଉଇକେଟ୍‌କିପରଙ୍କ ଶତକ ହାସଲ କରିବାର ରେକର୍ଡ ବେଶ ବିରଳ। ଏହି ତାଲିକାର ଶୀର୍ଷରେ ଋଷଭ ପନ୍ତ ରହିଛନ୍ତି। ତାଙ୍କ ନାଁରେ ୬ଟି ଶତକ ରହିଛି।

ଶତକ ହାସଲ କରିବା ପରେ ଲିଟନ ଦାସ ଏକ ନିଆରା ଢଙ୍ଗରେ ଏହାକୁ ସେଲିବ୍ରେଟ କରିଥିଲେ। ତାଙ୍କର ଏହି ଅନ୍ଦାଜ ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ନିଜ ନିଜ ଆସନରୁ ଉଠି ତାଳି ମାରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମ୍ୟାଚ୍ର ୮୮ତମ ଓଭରରେ ମାର୍କୋ ୟାନସେନଙ୍କ ବଲରେ ଛକା ମାରି ଲିଟନ ନିଜ ଶତକ ପୂରଣ କରିଥିଲେ।

ଶତକ ପୂରଣ କରିବା ପରେ ସେ ଏକ କାଗଜ ଖଣ୍ଡ ଦେଖାଇଥିଲେ। ସେଥିରେ ନିଜ ଝିଅ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଥିଲେ। ସେଥିରେ ଲେଖାଥିଲା, “ମୋ ରାଜକୁମାରୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା। ଏହି ଶତକ ତୁମ ପାଇଁ।” ନିଜ ଝିଅର ଜନ୍ମଦିନରେ ଶତକ ହାସଲ କରି ଲିଟନ ବେଶ ଖୁସି ଥିଲେ। ତାଙ୍କ ପାଇଁ ଏହି ଶତକ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍‌ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭଲ ପ୍ରଦର୍ଶନ ସତ୍ତ୍ୱେ ଖେଳିପାରିବେନି ଅଣ୍ଡର-୧୯ ବିଶ୍ୱକପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୧୧: ଭାରତର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିକଟରେ ଅଣ୍ଡର-୧୯ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ୧୦ ନୂଆ ଖେଳାଳିଙ୍କ ଏଣ୍ଟ୍ରି, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୬।୧୧: ଟି-୨୦ ଓ ଦିନିକିଆ ସିରିଜ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ନଭେମ୍ବର ୧୯ ତାରିଖରୁ ଏହି…

ଶନିଦେବଙ୍କ ସିଧା ଚଳନ: ୩ ରାଶିଙ୍କ ଫାଇଦା ହିିଁ ଫାଇଦା, ଶେଷ ହେବ ଖରାପ ସମୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ର ଶେଷ ମାସ ଡିସେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମାସରେ ଶନିଦେବ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳଦାତା…

ସୋରଡ଼ା ବ୍ଲକରେ ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ସମୂହ ଇସ୍ତଫା:ଦରମା ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆଣିଲେ କର୍ମଚାରୀ

ଛତ୍ରପୁର, ୧୬/୧୧(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାର ସୋରଡ଼ା ବ୍ଲକରେ କାର୍ଯ୍ୟରତ ୨୬ଟି ପଞ୍ଚାୟତର ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମୂହ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ…

ବିଜେଡିର ଗଞ୍ଜାମ ସାଂଗଠନିକ ଜିଲା ପାଇଁ ନୂତନ କମିଟି ଘୋଷଣା:୪୮ ଜଣଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ

ଛତ୍ରପୁର, ୧୬।୧୧(ଦଲ୍ଲୀପ ସାମଲ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଞ୍ଜାମ ସାଂଗଠନିକ ଜିଲାର ନୂତନ ଜିଲା କମିଟି ଘୋଷଣା କରାଯାଇଛି। ଦଳର ସଭାପତି ତଥା ଓଡ଼ିଶାର…

ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି

ୱାଶିଂଟନ,୧୬।୧୧: ଜନ୍ମଦିନକୁ ନେଇ ଏକ ଅଦ୍ଭୁତ ସଂଯୋଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ଏକ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ…

ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କ୍ରମାଗତ ତୃତୀୟ ଥର ଚାମ୍ପିୟନ ଲକ୍ଷ୍ୟରେ ଭାରତ

ଢାକା,୧୬ା୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଫାଇନାଲ ମଙ୍ଗଳବାର ଖେଳାଯିବ। ଭାରତ ଓଭର ଅଲ ରେକର୍ଡ ୯ଥର ଚାମ୍ପିୟନ ହୋଇସାରିଛି। ଏଥର ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?