ସମ୍ପୃକ୍ତ ଖଣିକୁ କାରଣ ଦର୍ଶାଅ ନୋଟିସ

ଯୋଡ଼ା,୫ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଓ ଏମ୍‌ଡିସି ଖଣିରୁ ଓଜନଠାରୁ ଅଧିକ ଲୁହାପଥର ପରିବହନ ହେଉଥିବା ୧୨ଟି ଟ୍ରକ୍‌ ଅଟକ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ଖଣିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଓଏମ୍‌ଡିସି ଭଦ୍ରାସାହି ଖଣିରୁ ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲକୁ ଲୁହାପଥର ପରିବହନ ହେଉଥିଲା। ପ୍ରତି ଟ୍ରକ୍‌ରେ ପ୍ରାୟ ଦୁଇ ମେଟ୍ରିକ ଟନ୍‌ ଲୁହାପଥର ଓଜନଠାରୁ ଅଧିକ ପରିବହନ ହେଉଥିବା ଜଣାପଡ଼ିବା ଅଗ୍ରୱାଲ କହିଛନ୍ତି। ଖଣି ବନ୍ଦ ଥିଲେ ହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଖଣିରେ ଥିବା ପୁରୁଣା ଉତ୍ତୋଳିତ ଖଣିଜକୁ ପରିବହନ ପାଇଁ ଖଣି ବିଭାଗ ଅନୁମତି ଦେଇଛି। ଖଣି ବିଭାଗ, ଡେପୁଟି ଡାଇରେକ୍ଟର କେମିକାଲ ଅନାଲିସିସ ଓ ଆଇବିଏମ(ଇଣ୍ଡିଆନ ବୁରୋ ଅଫ ମାଇନ୍ସ)ଙ୍କ ମିଳିତ ଭେରି ଫିକେସନ ପରେ ପରିବହନ ଅନୁମୋଦନ ଦିଆଯାଇଛି। ଏହି ଅନିୟମିତତା ସମ୍ପର୍କରେ ନାମକୁ ଗୋପନରେ ରଖି ରୋଇଡ଼ା ଅଞ୍ଚଳର କିଛି ଯୁବକ କହିଛନ୍ତି ଯେ, ଅତୀତରେ ମଧ୍ୟ ଏହିପରି ଖଣିଜ ପରିବହନକୁ ନେଇ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଓଏମ୍‌ଡିସି ଖଣିର ଅଧିକାରୀ ସରୋଜ ଖଣ୍ଡୁଆଳ କହିଛନ୍ତି ଯେ, ଖଣିର ଓଜନ କଣ୍ଟା ଦେଇ ବିଭିନ୍ନ ସ୍ଥାନକୁ ଖଣିଜ ପରିବହନ ଟ୍ରକ ମାଧ୍ୟମରେ ହୋଇଥାଏ। କଣ୍ଟାରେ କିପରି ତ୍ରୁଟି ହେଲା ଏ ନେଇ କିଛି ଜଣାପଡ଼ିନାହିଁ। ଏ ନେଇ ପୋଲିସ ମଧ୍ୟ ଏହାର ତଥ୍ୟ ସଂଗ୍ରହ କରୁଥିବା ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?