ସମ୍ପୃକ୍ତ ଖଣିକୁ କାରଣ ଦର୍ଶାଅ ନୋଟିସ

ଯୋଡ଼ା,୫ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଓ ଏମ୍‌ଡିସି ଖଣିରୁ ଓଜନଠାରୁ ଅଧିକ ଲୁହାପଥର ପରିବହନ ହେଉଥିବା ୧୨ଟି ଟ୍ରକ୍‌ ଅଟକ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ଖଣିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଓଏମ୍‌ଡିସି ଭଦ୍ରାସାହି ଖଣିରୁ ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲକୁ ଲୁହାପଥର ପରିବହନ ହେଉଥିଲା। ପ୍ରତି ଟ୍ରକ୍‌ରେ ପ୍ରାୟ ଦୁଇ ମେଟ୍ରିକ ଟନ୍‌ ଲୁହାପଥର ଓଜନଠାରୁ ଅଧିକ ପରିବହନ ହେଉଥିବା ଜଣାପଡ଼ିବା ଅଗ୍ରୱାଲ କହିଛନ୍ତି। ଖଣି ବନ୍ଦ ଥିଲେ ହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଖଣିରେ ଥିବା ପୁରୁଣା ଉତ୍ତୋଳିତ ଖଣିଜକୁ ପରିବହନ ପାଇଁ ଖଣି ବିଭାଗ ଅନୁମତି ଦେଇଛି। ଖଣି ବିଭାଗ, ଡେପୁଟି ଡାଇରେକ୍ଟର କେମିକାଲ ଅନାଲିସିସ ଓ ଆଇବିଏମ(ଇଣ୍ଡିଆନ ବୁରୋ ଅଫ ମାଇନ୍ସ)ଙ୍କ ମିଳିତ ଭେରି ଫିକେସନ ପରେ ପରିବହନ ଅନୁମୋଦନ ଦିଆଯାଇଛି। ଏହି ଅନିୟମିତତା ସମ୍ପର୍କରେ ନାମକୁ ଗୋପନରେ ରଖି ରୋଇଡ଼ା ଅଞ୍ଚଳର କିଛି ଯୁବକ କହିଛନ୍ତି ଯେ, ଅତୀତରେ ମଧ୍ୟ ଏହିପରି ଖଣିଜ ପରିବହନକୁ ନେଇ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଓଏମ୍‌ଡିସି ଖଣିର ଅଧିକାରୀ ସରୋଜ ଖଣ୍ଡୁଆଳ କହିଛନ୍ତି ଯେ, ଖଣିର ଓଜନ କଣ୍ଟା ଦେଇ ବିଭିନ୍ନ ସ୍ଥାନକୁ ଖଣିଜ ପରିବହନ ଟ୍ରକ ମାଧ୍ୟମରେ ହୋଇଥାଏ। କଣ୍ଟାରେ କିପରି ତ୍ରୁଟି ହେଲା ଏ ନେଇ କିଛି ଜଣାପଡ଼ିନାହିଁ। ଏ ନେଇ ପୋଲିସ ମଧ୍ୟ ଏହାର ତଥ୍ୟ ସଂଗ୍ରହ କରୁଥିବା ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri