ତୀର ମାରି ଗର୍ଭଣୀ ହାତୀକୁ ମାରିଦେଲେ

କେନ୍ଦୁଝର/ତେଲକୋଇ, ୮ା୧୧(ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ତାଳପଦା ସେକ୍ସନ ତାଳପଦା ବିଟ୍‌ ଅଧୀନ କୁଳିଆପାଳ ନିକଟ କଳାପାଟ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏକ ମାଈ ହାତୀ ଓ ଶାବକର ଗଳିତ ମୃତଦେହ ଠାବ କରିଛି। ମା’ ହାତୀକୁ ତୀର ବିଦ୍ଧ କରି ହତ୍ୟା କରାଯାଇ୍‌ଥିବା ବ୍ୟବଚ୍ଛେଦରୁ ଜଣାପଡ଼ିଛି। ବ୍ୟବଚ୍ଛେଦରେ ମୃତ ମାଈ ହାତୀର ଶରୀରରୁ ତୀର ବାହାରିଛି। ତୀରଟି ପାକସ୍ଥଳୀ ଦେଇ ଗର୍ଭାଶୟକୁ ଭେଦ କରିଥିଲା। ଅସହ୍ୟ ଯନ୍ତ୍ରଣା ଯୋଗୁ ଅପରିପକ୍ୱ ଛୁଆ ହାତୀ ଜନ୍ମ ଦେବା ପରେ ମା’ ହାତୀଟିର ମୃତ୍ୟୁ ଘଟିଛି ବୋଲି ବ୍ୟବଚ୍ଛେଦ କରିଥିବା ପ୍ରାଣୀ ଚିକିତ୍ସକ ଡା. କୈଳାଶ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ପାଖାପାଖି ଦୁଇ ସପ୍ତାହ ତଳୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖବରପାଇ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନ୍‌ରାଜ, ତେଲକୋଇ ରେଞ୍ଜର ଶିବାଜୀମୋହନ ରାଓ ଅନ୍ୟ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସୂଚନା ମୁତାବକ, ସୋମବାର କଳାପାଟ ଗ୍ରାମର କିଛି ଲୋକେ ଉକ୍ତ ଜଙ୍ଗଲକୁ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। ସେଠାରେ ଦୁଇ ହାତୀର ଗଳିତ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ତାଳପଦା ସେକ୍ସନ ବନ କର୍ମଚାରୀ ସଂରକ୍ଷିତ ଜଙ୍ଗଲକୁ ଯାଇ ଖୋଜାଖୋଜି କରି ମୃତଦେହ ଠାବ କରିଥିଲେ। ମାଈ ହାତୀ ମୃତଦେହର ବାମ ପଟ ପେଟରେ ତୀର ବିଦ୍ଧ ହୋଇଥିବା ଦାଗ ଥିବାରୁ ବିଷଯୁକ୍ତ ତୀରରେ ହାତୀର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏନେଇ ଡିଏଫ୍‌ଓ କହିଛନ୍ତି, ହାତୀ ସ୍ଥାନୀୟ ଅଞ୍ଚଳରେ ବହୁ ଚାଷଜମି କ୍ଷତି କରିଛନ୍ତି। ତେଣୁ କେହି ଚାଷୀ ଉକ୍ତ ହାତୀକୁ ତୀର ମାରିଥାଇପାରନ୍ତି। ମୃତ ହାତୀର ବ୍ୟବଚ୍ଛେଦ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷେ କେନ୍ଦୁଝର ଡିଭିଜନର ୭ଟି ରେଞ୍ଜରେ ସମୁଦାୟ ୧୨୫ ହାତୀଙ୍କ ଚଳପ୍ରଚଳ ରହିଛି। ତେଲକୋଇ ରେଞ୍ଜ ତାଳପଦା ସେକ୍ସନ ତାଳପଦା ବିଟ୍‌ରେ ଗତ ୫ ଦିନ ମଧ୍ୟରେ ହାତୀଙ୍କ ଚଳପ୍ରଚଳ ନେଇ ରିପୋର୍ଟ କରାଯାଇନାହିଁ। ଏହି ଦୁଇ ମୃତ ହାତୀ ସେଠାକୁ କିପରି ଆସିଲେ ଏବଂ ପୂର୍ବରୁ ରିପୋର୍ଟ ହୋଇଛି କି ନାହିଁ ତାହା ତଦନ୍ତ ଦାବି ହୋଇଛି। ତେବେ ହାତୀ ଜଗିବା ପାଇଁ ନିୟୋଜିତ ଥିବା ସ୍କ୍ବାଡ୍‌ କର୍ମଚାରୀଙ୍କୁ ଘରୋଇ କାମ, ବନୀକରଣ, ଅଫିସ କାମ ଆଦିରେ ନିୟୋଜିତ କରାଯାଉଥିବାରୁ ହାତୀମାନଙ୍କର ନିରୀକ୍ଷଣ ଠିକ୍‌ ଭାବରେ ହୋଇପାରୁନାହିଁ ବୋଲି କୁହାଯାଉଛି।

୨ ବର୍ଷରେ ୧୨ ହାତୀଙ୍କ ମୃତ୍ୟୁ

ଗତ ଜୁନ୍‌ ୨୬ରେ ଉକ୍ତ ବନାଞ୍ଚଳର କଳାପାଟ ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ଶବ ବନ ବିଭାଗ ଉଦ୍ଧାର କରିଥିଲା। କିଛି ମାସ ତଳେ ସଦର ରେଞ୍ଜରେ ୨ ହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିଲେ ଏବଂ ୨୦୨୧-୨୨ରେ କେନ୍ଦୁଝର ଡିଭିଜନରେ ୬ ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୦୨୨-୨୩ ଅଦ୍ୟାବଧି ୬ ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସନ୍ଦେହରେ ହାତୀ ଟ୍ରାକିଂ ବ୍ୟବସ୍ଥା
କେନ୍ଦୁଝର ଜିଲାରେ ହାତୀମାନଙ୍କ ଚଳପ୍ରଚଳ ନିରୀକ୍ଷଣ ଓ ହାତୀମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ଦିନ ହାତୀ ସ୍କ୍ବାଡ୍‌ ତଥା ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡମାନେ ନିଜ ନିଜ ବନାଞ୍ଚଳରେ ହାତୀର ଉପସ୍ଥିତି ନେଇ ଏକ ଆପ୍‌ ମାଧ୍ୟମରେ ରିପୋର୍ଟ କରିଥାନ୍ତି। ମାତ୍ର ଏହି ଘଟଣାରେ ଦୀର୍ଘ ଦିନ ଧରି ହାତୀ ମୃତ୍ୟୁବରଣ କରିଥିଲେ ହେଁ କିପରି ବନ ବିଭାଗ ଜାଣିପାରିଲେ ନାହିଁ, ଏ ନେଇ ହାତୀର ଉପସ୍ଥିତି ନେଇ ଦୈନନ୍ଦିନ ଦିଆଯାଉଥିବା ରିପୋର୍ଟ ଉପରେ ସନ୍ଦେହ ସୃଷ୍ଟି ହେଉଛି। ଏଣୁ ବନ କର୍ମଚାରୀମାନେ ଅଞ୍ଚଳକୁ ଯାଉ ନ ଥିବା ଏବଂ ଠିକ୍‌ ଟ୍ରାକିଂ ନ କରି ରିପୋର୍ଟ ଦେଉଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅବହେଳା ପରିଲକ୍ଷିତ ହୋଇ ଆସୁଥିଲେ ହେଁ ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନାହିଁ। ଫଳରେ ସୋମବାର ପୁଣି ୨ଟି ହାତୀର ମୃତଦେହ ଠାବ ହେବା ପରିବେଶବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri