ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଗୁଳି: ୭ ନିହତ

ହାମ୍‌ବର୍ଗ,୧୧ା୩: ଜର୍ମାନୀର ହାମ୍‌ବର୍ଗସ୍ଥିତ ଏକ ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଜଣେ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୮ ଆହତ ହୋଇଛନ୍ତି, ଯାହାଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି। ନରସଂହାର କରିଥିବା ଆତତାୟୀ ହେଲେ ଜେହନୋଭା ଓ୍ବିଟ୍‌ନେସ୍‌ର ଜଣେ ପୂର୍ବତନ ସଦସ୍ୟ। ପୋଲିସ ପହଞ୍ଚତ୍ବା ପୂର୍ବରୁ ସେ ନିଜକୁ ଗୁଳିକରି ଆମତ୍ହତ୍ୟା କରିଛନ୍ତି। ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପୋଲିସ କହିଛି। ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ଏହାକୁ ‘ବର୍ବର ହିଂସା’ ବୋଲି ନିନ୍ଦା କରିଛନ୍ତି। ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଗୁରୁବାର ରାତି ୯ଟା ୧୫ରେ ଏକ ଧର୍ମୀୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ୩୫ ବର୍ଷୀୟ ହତ୍ୟାକାରୀ ଫିଲିପ୍‌ ଏଫ୍‌. ସେଠାକୁ ଯାଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଆଖିବୁଜା ୧୦୦ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ସେ କାହିଁକି ଏହି ଆକ୍ରମଣ କରି ଶେଷରେ ନିଜେ ଆମତ୍ହତ୍ୟା କଲେ ସେନେଇ ପୋଲିସ କିଛି ସ୍ପଷ୍ଟ କରିପାରି ନାହିଁ।

ଜେହୋଭା କ’ଣ
ବାଇବେଲ୍‌ରେ ବର୍ଣ୍ଣିତ ଈଶ୍ୱରଙ୍କ ନାମକୁ ହିବ୍ର୍ୟୁ ଭାଷାରେ ଜେହୋଭା କୁହାଯାଏ। ଜେହୋଭା ଓ୍ବିଟ୍‌ନେସ୍‌ ହେଉଛି ଏକ ଅନ୍ତର୍ଜାତୀୟ ଚର୍ଚ୍ଚର ଅଂଶବିଶେଷ। ଊନବିଂଶ ଶତାବ୍ଦୀରେ ଆମେରିକାରେ ପ୍ରତିଷ୍ଠିତ ଏହି ସଂସ୍ଥାର ମୁଖ୍ୟାଳୟ ନ୍ୟୁୟର୍କରେ ରହିଛି। ବିଶ୍ୱବ୍ୟାପୀ ଏହାର ୮.୭ ନିୟୁତ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧,୭୦,୦୦୦ ଜଣ ଜର୍ମାନୀର। ଖ୍ରୀଷ୍ଟର୍ଧମର ଏହି ମତବାଦରେ ବିଶ୍ୱାସ କରୁଥିବା ଲୋକଙ୍କ ଧାରଣା ହେଉଛି, ଖୁବ୍‌ଶୀଘ୍ର ପୃଥିବୀର ଅନ୍ତ ଘଟିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri