ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଦୃଷ୍ଟିବାଧିତ କେଶବ

ପାରଳାଖେମୁଣ୍ଡି, ୧୧ା୩ (ଡି.ଏନ୍‌.ଏ): ଦୁନିଆ କ’ଣ ଦେଖିପାରୁ ନ ଥିଲେ ମଧ୍ୟ ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର କିଭଳି ପ୍ରତିପୋଷଣ କରାଯାଏ ତାହା ପ୍ରମାଣ କରି ଦେଖାଇଛନ୍ତି ଗଜପତି ଜିଲା ନୂଆଗଡ ବ୍ଲକ ସମ୍ବଲପୁର ଗ୍ରାମର କେଶବ ବେହେରଦଳାଇ। ଜମିରେ ଚାଷ କାମ ହେଉ ଅବା ଘରୋଇ ଉପକରଣ ସାମଗ୍ରୀ, କାଠରେ ତିଆରି ଖଟ କାମ ହେଉ ଅବା ଖଟରେ ସୂତା ବାନ୍ଧିବା ଓ ଖଜୁରୀ ଡାଳରେ ପଟି ତିଆରି କରିବା ଏ ସବୁ କାର୍ଯ୍ୟକୁ ଅତି ସହଜ ଓ ସରଳ ଭାବେ କରିପାରନ୍ତି ସେ। ଏସବୁ କାମ ପାଇଁ କୌଣସି ତାଲିମ ନେଇ ନ ଥିବାବେଳେ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି।
କେଶବଙ୍କ ବୟସ ୭୦ ପାର ହେଲାଣି। କିନ୍ତୁ ଦୃଷ୍ଟିଶକ୍ତି ନଥିବା ଯୋଗୁ କେବେ ବି ହାର ମାନି ନାହାନ୍ତି ସେ। ତାଙ୍କ ବାପାଙ୍କଠାରୁ ଶିଖିଥିବା ଖଟରେ ଦଉଡି ବାନ୍ଧିବା ଏବଂ ଖଜୁରୀ ପଟି ଆଦି ତିଆରି କରନ୍ତି l କେଶବ ୮ ବର୍ଷ ବୟସରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟିଶକ୍ତି ହରାଇଥିଲେ l କିଛି ବର୍ଷ ପରେ ବାପାଙ୍କୁ ବି ହରାଇଲେ, ହେଲେ ଦୁଃଖରେ ଭାଙ୍ଗି ନ ପଡି ନିଜ ପରିବାରର ଦାୟିତ୍ୱ ନେଇଥିଲେ। ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ଭଗବାନଙ୍କୁ ଭରସା କରି ଘରେ କିମ୍ବା ବାହାରେ ଅନ୍ୟ ଉପରେ ଆଶ୍ରା ନକରି ନିଜ ଘରେ ଛୋଟ ମୋଟ କାମ କରି ବାହାରେ ବିକ୍ରି କରୁଥିଲେ। ବାହାର ଗ୍ରାମକୁ ଯାଇ ମଧ୍ୟ ଖଟବୁଣା, ଖଟ ତିଆରି ଓ ଖଜୁରୀପଟି ତିଆରି ଭଳି ବିଭିନ୍ନ କାର୍ଯ୍ୟକରି ନିଜ ପାଇଁ ଓ ନିଜ ପରିବାର ପାଇଁ ରୋଜଗାର କରିପାରୁଛନ୍ତି। ଯେତେବେଳେ କେଶବ ଘରେ ବସିଥାନ୍ତି ସେତେବେଳେ ଗାଁର ଲୋକଙ୍କୁ ଚାରିପାଖରେ ବସାଇ ଘୁଡୁକି ବାଦ୍ୟର ତାଳେ ତାଳେ ଭାବବିହ୍ବଳ ହୋଇ ସ୍ବରଚିତ ଜଗନ୍ନାଥ ଜଣାଣ ଶୁଣାଇ ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି l ଆଜିର ଶିକ୍ଷିତ ସମାଜରେ ବେକାର ଯୁବକ ଯୁବତୀ ପାଇଁ ସେ ବଡ଼ ଉଦାହରଣ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri