ଡାୟାଲିସିସ ରୋଗୀଙ୍କୁ ଶୋଷଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୧ା୩: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ଖରାପ ରୋଗୀଙ୍କୁ ଡାୟାଲିସିସ ସେବା ଯୋଗାଇ ଦିଆଯାଉଛି । ଜୀବନ ସହ ସଂଘର୍ଷ କରି ବଞ୍ଚତ୍ବା ପାଇଁ ଆଶା ବାନ୍ଧୁଥିବା ଏହି ରୋଗୀଙ୍କୁ ଏଠାରେ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। କେହି ରୋଗୀ ସମ୍ପର୍କୀୟ ଏହାକୁ ବିରୋଧ କଲେ ସେମାନଙ୍କ ମାନସିକସ୍ତରରେ ଚାପ ପକାଯାଉଛି, ଯାହାକୁ ନେଇ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ, ଏ ନେଇ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ମଧ୍ୟ ଅଭିଯୋଗ କରାଯାଇଛି ।
ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଡାୟାଲିସିସ ସେବା ଚାଲିଛି। ଏକ ଘରୋଇ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଇଛି । ୨୦୧୮ ସେପ୍ଟେମ୍ବର ୧୨ରୁ ଏହି ସେବା ଯୋଗାଇ ଦିଆଯାଉଛି, ଯାହା ସମ୍ପୂର୍ଣ୍ଣ ମାଗଣାା କିନ୍ତୁ ବିଭିନ୍ନ ପ୍ରକାର ଆଳ ଦେଖାଇ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଅର୍ଥ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ସବୁଠୁ ବଡ କଥା ହେଉଛି ଏହି ସେବା କେନ୍ଦ୍ରର କାନ୍ଥରେ ଏକ ବ୍ୟାନର ଲଗାଯାଇଥିଲା, ଯେଉଁଥିରେ ଏହା ସମ୍ପୂର୍ଣ୍ଣ ମାଗଣା, ଯଦି କେହି ଟଙ୍କା ମାଗୁଥିବେ ତାହାଲେ ଫୋନ୍‌ ନଂରେ ଯୋଗାଯୋଗ କରିବାକୁ ଉଲ୍ଲେଖ କରାଯାଇଥିଲା। ହେଲେ ସେହି ବ୍ୟାନରକୁ କିଛିଦିନ ହେବ ସେଠାରୁ ହଟାଇ ଦିଆଯାଇଛିା ଖଜୁରୀପଡା ବ୍ଲକ ସିଦିଙ୍ଗି ଗ୍ରାମର ବିଶ୍ୱାନନ୍ଦ ଦେହୁରୀଙ୍କ ଦୁଇଟି କିଡନୀ ନଷ୍ଟ ହୋଇଯାଇଛି । ସେ ଜିଲା ମୁଖ୍ୟ ଚିକିତ୍ସାଳୟ ଆସି ଡାୟାଲିସିସ କରୁଛନ୍ତି। ବିଶ୍ୱାନନ୍ଦ ଆର୍ଥିକ ସ୍ବଚ୍ଛଳ ନୁହନ୍ତି । ସେ ଆଦିବାସୀ ଶ୍ରେଣୀର ଲୋକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ତାହରେ ତାଙ୍କର ଦୁଇ ଥର ଡାୟାଲିସିସ କରାଯାଉଛି । କିନ୍ତୁ ପରିଚାଳନା ସଂସ୍ଥାର ଟେକ୍ନିସିଆନ ଏବଂ ମ୍ୟାନେଜର ରୋଗୀଙ୍କୁ ଶୋଷଣ କରୁଛନ୍ତି । ବିଶ୍ୱାନନ୍ଦଙ୍କ ପୁଅ ଅମର କୁହନ୍ତି, ଡାୟାଲିସିସ ପାଇଁ ଏକ ଫିଲଟର ବ୍ୟବହାର କରାଯାଏ । ସରକାର ଏହାକୁ ସମ୍ପୂର୍ଣ୍ଣ ମାଗଣା ଦେଉଛନ୍ତି। ଜଣେ ରୋଗୀଙ୍କର ଏଥିରେ ୧୦ଥର ରକ୍ତ ଫିଲଟର ହୋଇପାରିବ। କିନ୍ତୁ ପରିଚାଳକ କହୁଛନ୍ତି ଆମେ ଏହାକୁ ୧୦ ଥର ବ୍ୟବହାର କରିବୁ ନାହିଁ। ୫ ଥର ବ୍ୟବହାର କରିବୁ। ବାକି ୫ ଥର ପାଇଁ ଫିଲଟର, ଟ୍ୟୁବ ବାବଦକୁ ୧୧୫୦ରୁ ୧୨୫୦ ଟଙ୍କା ଦେବାକୁ ପଡିବ କହି ଏକ ପ୍ରକାର ବ୍ଲାକମେଲିଂ କରୁଛନ୍ତି । ଉପାୟ ନ ପାଇ ଆମେ କେତେଥର ଟଙ୍କା ମଧ୍ୟ ଦେଇଛୁ  । କିନ୍ତୁ ଏହା ଉପରେ କିଛି ବିଲ ଦେଉ ନାହାନ୍ତି । ସେହିପରି ପ୍ଲାଷ୍ଟର, ଅଏଣ୍ଟମେଣ୍ଟ, ଇଞ୍ଜେକସନ ବାବଦକୁ ମଧ୍ୟ ଟଙ୍କା ମାଗୁଛନ୍ତି । ଟଙ୍କା ଦେବାକୁ ମନାକଲେ ଅଯଥା ଯୁକ୍ତି କରୁଛନ୍ତି। ଆମକୁ ସମ୍ପୂର୍ଣ୍ଣ ଭାବେ ଶୋଷଣ କରାଯାଉଛି । ଏ ନେଇ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଅମର ପ୍ରକାଶ କରିଛନ୍ତି। ତେବେ ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଘଟଣାର ତଦନ୍ତ ମେଡିକାଲ ଅଧ୍ୟକ୍ଷଙ୍କୁ ଦିଆଯାଇଛି। ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri