ଶୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ,୧୫।୩ (ସ୍ବ.ପ୍ର.) ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡକମଣ୍ଡରା, ସାନକମଣ୍ଡରା ଓ ଆଖପାଖ ଅଞ୍ଚଳର ଶୋଲା ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ଶୋଲା ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ବଜାର ଅଭାବରୁ କେନ୍ଦୁଝର ସହରକୁ ଆସି ରାସ୍ତା କଡ଼ରେ ବେପାରୀଙ୍କ ଅପେକ୍ଷାରେ ବସିବାକୁ ପଡୁଛି। ପ୍ରକାଶ ଯେ, ଉକ୍ତ ଗ୍ରାମରେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ୱ ପରିବାର ଏଭଳି ଶୋଲା ଚାଷ କରି ପରିବାର ଚଳାଇ ଆସୁଛନ୍ତି। ଏହି ଅଞ୍ଚଳର ମାଟି ଶୋଲା ଚାଷ ପାଇଁ ଉତ୍କୃଷ୍ଟ। ଏଣୁ ଏନେଇ ପ୍ରଶାସନ ପକ୍ଷରୁ ସହାୟତା ଓ ପ୍ରୋତ୍ସାହନ ମିଳିଲେ ଉକ୍ତ ଅଞ୍ଚଳବାସୀ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ସାନ କମଣ୍ଡରା ଗ୍ରାମର ବରିଷ୍ଠ ଚାଷୀ ବୃନ୍ଦାବନ ନାୟକ କହିଛନ୍ତି। ସେହିପରି ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଉପରେ ସେମାନେ ନିର୍ଭର କରି ଚାଷ କରିଥାନ୍ତି ବୋଲି କହିଛନ୍ତି ା ବଜାର ବ୍ୟବସ୍ଥା ନାହିଁ। ଅନେକ ସମୟରେ କ୍ଷତିଗ୍ରସ୍ତ ହେବା ସହ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅର୍ଥାତ ବର୍ଷରେ ସେମାନେ ବିନା ଜଳସେଚନ ବ୍ୟବସ୍ଥାରେ ଓ ପ୍ରୋତ୍ସାହନରେ ତିନୋଟି ଫସଲ କରୁଥିବା କହିଛନ୍ତି ା
ସମୟରେ ବେପାରୀ ଘରୁ ଯାଇ ଆଣିଆସନ୍ତି ା ଅନେକ ସମୟରେ ସେମାନଙ୍କୁ ହାଟବଜାର ବୁଲି ବିକିବାକୁ ପଡୁଛି। ବେପାରୀ ମାନେ କମ ଦାମରେ କିଣି ନେଇ ଅଧିକ ଦାମରେ ଜିଲା ତଥା ଜିଲାବାହାର ବେପାରୀଙ୍କୁ ବିକୁଛନ୍ତି। ଏକ ଏକର ଜମିରୁ ସେମାନେ ଭଳ ଅମଳ ହେଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଥାନ୍ତି ବୋଲି ସେମାନେ କୁହନ୍ତି ା କଞ୍ଚା ଶୋଲା ଛଡାଇ ଖାଇବାକୁ ସମସ୍ତେ ଭଲ ପାଆନ୍ତି ା ଏଣୁ କଞ୍ଚା ଶୋଲା ଗଛରେ ସେମାନେ ଅଧିକ ଲାଭ କରିଥାନ୍ତି। ବିଡ଼ା ବାହାରେ ୧୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ବେପାରୀ ମାନେ ୧୦୦ ଟଙ୍କାରେ ୧୩୦ରୁ ୧୫୦ ବିଡା ପର୍ଯ୍ୟନ୍ତ କିଣି ନେଇଥାନ୍ତି। ଗ୍ରାମ ପାଖରେ ବୋହିଯାଇଥିବା କାନଝରୀ ନାଳରେ ବନ୍ଧ ନିର୍ମାଣ ହେଲେ ସେମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି। ଚାଷ କରି ଏହି ଅଞ୍ଚଳର ଲୋକ ମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି ା ସରକାରଙ୍କ ପକ୍ଷରୁ ମାୈଳିକ ସୁବିଧା ମିଳୁ ନ ଥିଲେ ହେଁ ଲୋକ ମାନେ ଭଲରେ ଚଳୁଥିବା କହିଛନ୍ତି ା ଏହି ଶୋଲା ଗଛ ଶୁଖିଲେ ଏହା କିଲୋ ଦରରେ ବିକ୍ରି ହୋଇଥାଏ। ଏହାର ଚାହିଦା ସବୁଠି ରହିଛି। ବାହାରୁ ଏହି ଶୋଲା ଆସୁଥିବା ବେଳେ ପ୍ରୋତ୍ସାହନ ମିଳିଲେ ଏଠାରେ ଏହି ଶୋଲାକୁ ଶୁଖାଇ ବିକ୍ରିବଟା କରି ଅଧିକ ଲାଭବାନ ହୋଇ ପାରନ୍ତେ। ଏହି ଶୋଲାକୁ ତରକାରୀ କରି ଲୋକେ ଖାଇଥାନ୍ତି ଏବଂ ଗୁଣ୍ଡ କରି ଏଥିରୁ ଛତୁଆ, ବେସନ ଆଦି ପ୍ରସ୍ତୁତ ହୋଇଥାଏ। ଏହାକୁ ବିଭିନ୍ନ ଏସଏଚଜି ଗ୍ରୁପ ସହିତ ଲିଙ୍କ କରାଯାଇପାରିଲେ ଏହା ଏକ ଶିଳ୍ପର ରୂପ ନେଇ ପାରନ୍ତା ବୋଲି ମତପ୍ରକାଶ ପାଉଛି ା ଗ୍ରାମର ରାଧୁ ନାୟକ, ସାଲୁକା ନାୟକ, ଭବାନୀ ନାୟକ ସମେତ ବହୁ ପୁରୁଣା ଚାଷୀ ଏହି ବ୍ୟବସାୟରୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri