ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ଭାଙ୍ଗିପଡ଼ିଥିଲେ ଅଭିନେତ୍ରୀ; କିଛି ଏଭଳି ପଡ଼ିଥିଲେ ଶୋଏବଙ୍କ ପ୍ରେମରେ…

ବମ୍ବେ: ଟେଲି ପରଦାର ରୋମାଣ୍ଟିକ୍‌ ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ଶୋଏବ ଇବ୍ରାହିମ ଏବଂ ସ୍ତ୍ରୀ ଦୀପିକା କକ୍କଡଙ୍କ ଯୋଡ଼ି ଅନ୍ୟତମ। ସାଙ୍ଗ ହୋଇ କାମ କରୁକରୁ ପ୍ରେମରେ ପଡ଼ିଥିଲେ ଉଭୟ। ପରେ କରିଥିଲେ ବିବାହ। ହେଲେ ଏହା ସେତେଟା ସହଜ ନ ଥିଲା। ଦୀପିକା ପୂର୍ବରୁ ବିବାହିତା ଥିବା ବେଳେ ଶୋଏବ ଥିଲେ ଭିନ୍ନ ଧର୍ମର।

ଦୀପିକା ଧାରାବାହିକ ‘ସସୁରାଲ ସିମର କା’ ଶୁଟିଂସେଟ୍‌ରେ ଶୋଏବଙ୍କୁ ଭେଟିଥିଲେ। ହେଲେ ଏହା ପୂର୍ବରୁ ୨୦୧୩ରେ ସେ ରୌନକ ସାମସନଙ୍କୁ ବିବାହ କରିଥିଲେ। ୨୦୧୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିଲା। ପ୍ରଥମ ବିବାହ ଭାଙ୍ଗିଯିବାକୁ ନେଇ ଭଲପାଇବା ଉପରୁ ବିଶ୍ୱାସ ହରାଇ ବସିଥିଲେ ଦୀପିକା। ହେଲେ ଶୋଏବ ଏବଂ ତାଙ୍କ ପରିବାରଲୋକେ ଦୀପିକାଙ୍କୁ ସବୁକିଛି ଭୁଲିଯିବାକୁ ନେଇ ସହାୟତା କରିଥିଲେ।

ଯେତେବେଳେ ଶୋଏବ ହଠାତ୍‌ ଧାରାବାହିକ ଛାଡ଼ି ଦେଇଥିଲେ, ସେତେବେଳେ ଦୀପିକା ପ୍ରେମରେ ପଡ଼ିଥିବାର ପ୍ରଥମ ଅନୁଭବ କରିଥିଲେ। ଏହାପରେ ଉଭୟ ଧିରେଧିରେ ନିକଟତର ହୋଇଥିଲେ। ଉଭୟ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ‘ନଚ ବଲିୟେ’ରେ ଭାଗ ନେଇଥିଲେ। ଏହି ଶୋ’ରେ ସମସ୍ତ ଦର୍ଶକଙ୍କ ସମ୍ମୁଖରେ ଦୀପିକାଙ୍କୁ ପ୍ରପୋଜ କରିଥିଲେ ଶୋଏବ। ହଁ ଭରିଥିଲେ ଅଭିନେତ୍ରୀ।

ବିବାହ ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ପଡ଼ିଥିଲା। ଦୀପିକା ଇସଲାମ ଧର୍ମ ଗ୍ରହଣ କରିଥିଲେ। ପରେ ଉଭୟଙ୍କ ବିବାହ ମୁସଲିମ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଏହାପରେ ସେ ନିଜ ନାମ ବଦଳାଇ ଫୈଜା ଇବ୍ରାହିମ ରଖିଥିଲେ। ବିବାହର ୬ମାସ ପରେ ସେ ବିଗ୍‌ ବସ୍‌ର ୧୨ରେ ନଜର ଆସିଥିଲେ। ଏହି ସିଜନକୁ ଜିତି ଦୀପିକା ଶୋଏବଙ୍କୁ ଉପହାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri