ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ଭାଙ୍ଗିପଡ଼ିଥିଲେ ଅଭିନେତ୍ରୀ; କିଛି ଏଭଳି ପଡ଼ିଥିଲେ ଶୋଏବଙ୍କ ପ୍ରେମରେ…

ବମ୍ବେ: ଟେଲି ପରଦାର ରୋମାଣ୍ଟିକ୍‌ ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ଶୋଏବ ଇବ୍ରାହିମ ଏବଂ ସ୍ତ୍ରୀ ଦୀପିକା କକ୍କଡଙ୍କ ଯୋଡ଼ି ଅନ୍ୟତମ। ସାଙ୍ଗ ହୋଇ କାମ କରୁକରୁ ପ୍ରେମରେ ପଡ଼ିଥିଲେ ଉଭୟ। ପରେ କରିଥିଲେ ବିବାହ। ହେଲେ ଏହା ସେତେଟା ସହଜ ନ ଥିଲା। ଦୀପିକା ପୂର୍ବରୁ ବିବାହିତା ଥିବା ବେଳେ ଶୋଏବ ଥିଲେ ଭିନ୍ନ ଧର୍ମର।

ଦୀପିକା ଧାରାବାହିକ ‘ସସୁରାଲ ସିମର କା’ ଶୁଟିଂସେଟ୍‌ରେ ଶୋଏବଙ୍କୁ ଭେଟିଥିଲେ। ହେଲେ ଏହା ପୂର୍ବରୁ ୨୦୧୩ରେ ସେ ରୌନକ ସାମସନଙ୍କୁ ବିବାହ କରିଥିଲେ। ୨୦୧୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିଲା। ପ୍ରଥମ ବିବାହ ଭାଙ୍ଗିଯିବାକୁ ନେଇ ଭଲପାଇବା ଉପରୁ ବିଶ୍ୱାସ ହରାଇ ବସିଥିଲେ ଦୀପିକା। ହେଲେ ଶୋଏବ ଏବଂ ତାଙ୍କ ପରିବାରଲୋକେ ଦୀପିକାଙ୍କୁ ସବୁକିଛି ଭୁଲିଯିବାକୁ ନେଇ ସହାୟତା କରିଥିଲେ।

ଯେତେବେଳେ ଶୋଏବ ହଠାତ୍‌ ଧାରାବାହିକ ଛାଡ଼ି ଦେଇଥିଲେ, ସେତେବେଳେ ଦୀପିକା ପ୍ରେମରେ ପଡ଼ିଥିବାର ପ୍ରଥମ ଅନୁଭବ କରିଥିଲେ। ଏହାପରେ ଉଭୟ ଧିରେଧିରେ ନିକଟତର ହୋଇଥିଲେ। ଉଭୟ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ‘ନଚ ବଲିୟେ’ରେ ଭାଗ ନେଇଥିଲେ। ଏହି ଶୋ’ରେ ସମସ୍ତ ଦର୍ଶକଙ୍କ ସମ୍ମୁଖରେ ଦୀପିକାଙ୍କୁ ପ୍ରପୋଜ କରିଥିଲେ ଶୋଏବ। ହଁ ଭରିଥିଲେ ଅଭିନେତ୍ରୀ।

ବିବାହ ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ପଡ଼ିଥିଲା। ଦୀପିକା ଇସଲାମ ଧର୍ମ ଗ୍ରହଣ କରିଥିଲେ। ପରେ ଉଭୟଙ୍କ ବିବାହ ମୁସଲିମ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଏହାପରେ ସେ ନିଜ ନାମ ବଦଳାଇ ଫୈଜା ଇବ୍ରାହିମ ରଖିଥିଲେ। ବିବାହର ୬ମାସ ପରେ ସେ ବିଗ୍‌ ବସ୍‌ର ୧୨ରେ ନଜର ଆସିଥିଲେ। ଏହି ସିଜନକୁ ଜିତି ଦୀପିକା ଶୋଏବଙ୍କୁ ଉପହାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri