Posted inଜାତୀୟ

ଶିବରାଜ ସରକାରଙ୍କ ବଡ଼ ଘୋଷଣା: ଛାଡ ହେବ ବିଜୁଳି ବିଲ୍‌ !

ଭୋପାଳ,୨୮।୮: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଶିରାଜ ସିଂ ଚୌହାନ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ଏବେ ବିଜୁଳି ବିଲ୍‌କୁ ନେଇ କେହି ଗ୍ରାହକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ ସରକାର ବକେୟା ବିଲ୍‌ ଛାଡ କରିବାକୁ ଯୋଜନା କରୁଛନ୍ତି। ଉପଭୋକ୍ତା କେବଳ ଗୋଟିଏ ମାସର ବିଲ୍‌ ଦେବେ ଓ ଅନ୍ୟ ସମସ୍ତ ବକେୟା ବିଲ୍‌ ଛାଡ କରାଯିବାକୁ ଚିନ୍ତା କରାଯାଇଛି। ଏହାସହ ଚୌହାନ କହିଛନ୍ତି NEET ଓ JEE ନିର୍ଦ୍ଧାରିତ ସମୟରେ ହେବ। ଏହା ପିଲାମାନଙ୍କର ଭବିଷ୍ୟତ ଉପରେ ନିର୍ଭର କରୁଥିବାରୁ ଏଥିରେ କୌଣସି ସାଲିସ କରାଯିବ ନାହିଁ। ଫଳରେ ପିଲାମାନେ ଆଉ ଗୋଟିଏ ବର୍ଷ ନଷ୍ଟ କରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶାରେ ହାତରେ ୪ ବନ୍ଧୁକ ଧରି ନାଚିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଡେରାଡୁନ୍‌,୧୦।୭: ଉତ୍ତରାଖଣ୍ଡର ଭାଜପା ବିଧାୟକ କୁଓ୍ବଁର ପ୍ରଣବ ସିଂ ଚମ୍ପିୟନ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା...

ଏଲ୍‌ଏସିରୁ ଧରାପଡ଼ିଲେ ଚାଇନା ସୈନିକ

ଲେହ,୯।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ଥମିବାର ନା ଧରୁନି। ଏପରିସ୍ଥଳେ ଶନିବାର ପୂର୍ବ ଲଦାଖର ପୈଙ୍ଗାଙ୍ଗ୍‌ ହ୍ରଦର ଦକ୍ଷିଣ ଅଞ୍ଚଳରେ ସନ୍ଦେହ ଜନକ...

ପେଟରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଫରିଦାବାଦ୍‌,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍‌ଇଡି ବଲ୍‌ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ...

‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’

କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ...

ମହାରାଷ୍ଟ୍ର ପରେ ଗୋଆରେ ବି ଭାଜପାକୁ ଝଟ୍‌କା ଦେବ ଶିବସେନା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବା ପରେ ପୁରୁଣା ବନ୍ଧୁ ଭାଜପାକୁ ଆଉ ଏକ ଝଟ୍‌କା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଶିବସେନା।...

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ମାସ ଜେଲ୍‌

ନୂଆଦିଲ୍ଲୀ,୧୮।୧୦:ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି...

ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ

ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍‌ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍‌ଫୁସ୍‌ ଓ ହୃଦରୋଗ ସମସ୍ୟାରେ ପୀଡିତ...

ମହାରାଷ୍ଟ୍ରରେ ୬୩, ହରିୟାଣାରେ ୬୫% ମତଦାନ

ମୁମ୍ବାଇ/ଚଣ୍ଡିଗଡ଼,୨୨ା୧୦(ପି.ଟି.): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ଲାଗି ମତଦାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। କାଁଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ଭୋଟଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା।...

BGU
Play 250+ Trending Games
Archives

Model This Week

Why Dharitri