ୟୁକ୍ରେନ୍‌ରୁ କେନ୍ଦୁଝର ଫେରିଲେ ଶିବମ

ଚମ୍ପୁଆ, ୬।୩(ଡି.ଏନ୍‌.ଏ.): ୟୁକ୍ରେନ ଓ ଋଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିରେ ଫଶି ରହିଥିବା ଶିବମ ସାହୁ ଶନିବାର ନିଜ ଜନ୍ମମାଟି ଚମ୍ପୁଆରେ ପହଞ୍ଚିଛନ୍ତି। ଶିବମ ଚମ୍ପୁଆରେ ପହଞ୍ଚିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଗିରିଜା ଶଙ୍କର ସାହୁ, ସନ୍ତୋଷ କୁମାର ସାହୁ ଓ ସତ୍ୟବ୍ରତ ବେହେରା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ। ସୂଚନା ଅନୁସାରେ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ଚତୁର୍ଥ ବର୍ଷର ଛାତ୍ର ଶିବମ ସାହୁ ଆକ୍ରମଣ ପରିସ୍ଥିତି ମଧ୍ୟରେ ଭିନିତ୍‌ସିଆରେ ରହିଥିଲେ। ଦିନକୁ ଦିନ ଯୁଦ୍ଧ ପରିସ୍ଥିତି ଭୟାନକ ହେବାରୁ ପିତା ଦିଲ୍ଲୀପ କୁମାର ସାହୁ ଶିବମକୁ ଭାରତ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଯୁଦ୍ଧ ପରିସ୍ଥିତି ଜଟିଳ ହେବାରୁ ଶିବମ ୟୁକ୍ରେନରୁ ରୋମାନିଆରେ ଆସି ଆଶ୍ରୟ ନେଇଥିଲେ। ସେଠାରେ ଇଣ୍ଡିଆନ୍‌ ଆମ୍ବାସୀ ଓ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା। ପରେ କେନ୍ଦ୍ର ସରକାରଙ୍କ ସହାୟତାରେ ଫ୍ଲାଇଟ୍‌ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ। ସେଠାରୁ ସେ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ସହଯୋଗ କରାଯାଇଥିଲା। ଶିବମ ସେଠାକାର ଭୟଙ୍କର ଅନୁଭୂତି ସମ୍ବନ୍ଧରେ ସୂଚନା ଦେବା ସହିତ ଭାରତୀୟମାନଙ୍କୁ ଉଦ୍ଧାର କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ଭୂମିକାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌...

ମିଶିବା ଆଗରୁ ସନାତନଙ୍କୁ ବିଜେଡି ଟିକେଟ

କେନ୍ଦୁଝର,୨୧ା୪ (ନରେଶ ଚନ୍ଦ୍ର ପଟ୍ଟନାୟକ)ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ସହଯୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri