Posted inଜାତୀୟ

ଆସାମ ବାଲ୍ୟବିବାହ ବିରୋଧୀ ଅଭିଯାନକୁ ହାଇକୋର୍ଟଙ୍କ ନିନ୍ଦା

ଗୁଆହାଟୀ, ୧୬।୨: ଆସାମରେ ବାଲ୍ୟ ବିବାହ ପ୍ରଥା ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଅଭିଯାନକୁ ଗୁଆହାଟୀ ହାଇକୋର୍ଟ ନିନ୍ଦା କରିଛନ୍ତି। ପୋକ୍‌ସୋ ଆକ୍ଟରେ ଗିରଫ ହୋଇଥିବା ୯ ଜଣଙ୍କ ଅଗ୍ରିମ ଜାମିନ ଆବେଦନ ଶୁଣାଣି ଅବସରରେ ବିଚାରପତି ସୁମନ ଶ୍ୟାମ କହିଛନ୍ତି, ବାଲ୍ୟବିବାହ ବିରୋଧୀ ଅଭିଯାନ ଜରିଆରେ ଗିରଫ କରାଯାଉଥିବା ଲୋକଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ କଷ୍ଟକର। ସେମାନଙ୍କ ଘରେ ଛୋଟପିଲା, ବୃଦ୍ଧ ଲୋକ ଅଛନ୍ତି। ସେମାନଙ୍କ ଦେଖାରେଖା କରିବାରେ ସମସ୍ୟା ଉପୁଜୁଥିବ। ବାଲ୍ୟ ବିବାହ ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଏହା ସମ୍ପର୍କରେ ପ୍ରତ୍ୟେକ ବ୍ୟକ୍ତି ନିଜର ମତ ରଖିପାରିବେ। ଏଥିରେ ସମ୍ପୃକ୍ତ ଲୋକମାନଙ୍କୁ ଗିରଫ କରି ଏକକାଳୀନ ଜେଲରେ ବନ୍ଦ କରିଦେବା ଅନୁଚିତ। ଯଦି କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯିବା ଦରକାର ବୋଲି ବିଚାରପତି କହିଛନ୍ତି।
ଫେବୃୟାରୀ ୩ରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ସାରା ରାଜ୍ୟରେ ବାଲ୍ୟ ବିବାହ ବିରୋଧୀ ଅଭିଯାନ ଆମ୍ଭ କରାଯାଇଛି। ପାଖାପାଖି ୪୦୦୦ ଲୋକଙ୍କ ନାଁରେ ପୋଲିସ ମାମଲା ରହିଛି। ଏ ନେଇ ବର୍ତ୍ତମାନ ସୁଦ୍ଧା ୩୦୦୦ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?