Posted inଜାତୀୟ

ଶିବସୈନିକ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ଶିନ୍ଦେ କରିବେ ସର୍ଭେ …

ମୁମ୍ବାଇ, ୫।୯ : ଉଦ୍ଧବ ଠାକରେଙ୍କ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ବର୍ତ୍ତମାନ ତାଙ୍କ ନିଷ୍ପତ୍ତିରେ ଶିବ ସୈନିକ କେତେ ସନ୍ତୁଷ୍ଟ ଅବା ଅସନ୍ତୁଷ୍ଟ ଅଛନ୍ତି ସେ ନେଇ ଚିନ୍ତିତ ଅଛନ୍ତି। ସମ୍ପ୍ରତିି ଆଦିତ୍ୟ ଠାକରେ ଶିବ ସୈନିକଙ୍କୁ ତାଙ୍କ ସପକ୍ଷରେ କରିବା ତଥା ବିଶେଷ କରି ବିଦ୍ରୋହୀ ବିଧାୟକଙ୍କ ଅଞ୍ଚଳକୁ ଯିବା ପାଇଁ ରାଲିର ଆୟୋଜନ କରୁଛନ୍ତି।

ଏପରିସ୍ଥଳେ ଶିନ୍ଦେ ଶିବସେନା ମଧ୍ୟରେ ଏକ ସର୍ଭେ କରିବାକୁ ଚିନ୍ତା କରୁଛନ୍ତି। ଏହା ମାଧ୍ୟମରେ ସେ ଜାଣିବାକୁ ଚାହାଁନ୍ତି ଯେ ବିଦ୍ରୋହର ନିଷ୍ପତ୍ତି ଉପରେ ଶିବ ସୈନିକମାନେ କ’ଣ ଭାବୁଛନ୍ତି। ସେ ବିଏମସି ନିର୍ବାଚନ ଏବଂ ପରେ ଲୋକସଭା ନିର୍ବାଚନ ଅନୁଯାୟୀ ଯୋଜନା କରିବାକୁ ଚାହୁଁଛନ୍ତି। ସର୍ଭେ ଦ୍ୱାରା ଶିବ ସୈନିକଙ୍କ ମନୋବଳ ଜାଣିବା ପରେ ଯୋଜନା ସହଜ ହେବ ବୋଲି ସେ ଚିନ୍ତା କରୁଛନ୍ତି।

ଶିନ୍ଦେ କ୍ୟାମ୍ପ ମଧ୍ୟ ଏହି ସର୍ଭେ ପାଇଁ ଏକ ସଂସ୍ଥା ନିଯୁକ୍ତି କରିବାକୁ ଚାହୁଁଛି। ୫୪ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି। କିନ୍ତୁ କର୍ମରମାନେ ତାଙ୍କୁ ସମର୍ଥନ କରିବେ କି ନାହିଁ ତାହା ଉପରେ ଶିନ୍ଦେଙ୍କର ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ, ଏହି ସର୍ଭେ ମାଧ୍ୟମରେ ସେ ଜନସାଧାରଣଙ୍କ ମନୋଭାବ ବୁଝିବାର ପ୍ରୟାସ କରିବେ ।

ସର୍ଭେ ପାଇଁ କର୍ନାଟକ ସ୍ଥିତ ପବ୍ଲିକ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ଦିଲ୍ଲୀ ସ୍ଥିତ ନିର୍ବାଚନ ଅନୁସନ୍ଧାନ ସଂସ୍ଥା ସହିତ ଜଡିତ ଲୋକଙ୍କୁ ଶିନ୍ଦେ କ୍ୟାମ୍ପ ଭେଟିଛନ୍ତି। ଏପର୍ଯ୍ୟନ୍ତ ସର୍ଭେ ସମ୍ପର୍କରେ ଶିନ୍ଦେ କ୍ୟାମ୍ପ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। କିନ୍ତୁ ଏହା ଆଗାମୀ ନିର୍ବାଚନ ପାଇଁ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ସର୍ଭେର ଏହି ଚିନ୍ତାଧାରା ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କର। ସେ ଦିଲ୍ଲୀର ସର୍ଭେ ଫାର୍ମର ଲୋକଙ୍କୁ ଭେଟିଛନ୍ତି।

ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଏକ ଯାତ୍ରା ଆରମ୍ଭ କରିଛନ୍ତି। ସେ ଶିବ ସଂକଳ୍ପ ଯାତ୍ରା ଅନ୍ତିର୍ଗତ ସାରା ରାଜ୍ୟ ବୁଲୁଛନ୍ତି। ବିଶେଷକରି ଦଳ ବିରୋଧରେ ବିଦ୍ରୋହ କରିଥିବା ବିଧାୟକଙ୍କ ଅଞ୍ଚଳ ପରିଦର୍ଶନ କରିବେ। ସେ ଶିବସୈନିକଙ୍କୁ ନିବେଦନ କରୁଛନ୍ତି ଯେ ଯେଉଁମାନେ ପ୍ରକୃତ କର୍ମୀ ସେମାନେ ତାଙ୍କ ସହିତ ଆସନ୍ତୁ। କୁହାଯାଉଛି ଯେ ଶିବ ସୈନିକଙ୍କର ଏକ ଗୋଷ୍ଠୀ ମଧ୍ୟ ଶିନ୍ଦେ କ୍ୟାମ୍ପ ବିଦ୍ରୋହକୁ ଏକ ପ୍ରତାରଣା ଭାବରେ ଦେଖୁଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଶିବସୈନିକଙ୍କ ମନୋଭାବ କ’ଣ ହେବ ତାହା ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri