ଶିମିଳିପାଳ ଅଭୟାରଣ୍ୟ: ଶିକାରୀ ଗୁଳିରେ ଆଉ ଜଣେ ବନ କର୍ମଚାରୀ ମୃତ

ଠାକୁରମୁଣ୍ଡା,୧୭।୬ (ତାରାକାନ୍ତ ପଟ୍ଟନାୟକ): ଶିକାରୀଙ୍କ ଗୁଳିରେ ରକ୍ତରଞ୍ଜିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ। ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ ଅନ୍ତର୍ଗତ ଗାମଛାଚରଣ ବିଟ୍‌ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛ। ମୃତ ଫରେଷ୍ଟର ଜଣକ ଉପର ବାରହାକାମୁଡା ରେଞ୍ଜର କର୍ମଚାରୀ ମାଥି ହାଁସଦା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧ ମାସ ମଧ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ଘଟଣା।
ସୂଚନା ଅନୁଯାୟୀ, ୬ ଜଣ ବନକର୍ମଚାରୀ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ଗାମୁଛାଚରଣ ଫରେଷ୍ଟ ବିଟ୍‌ ଅଞ୍ଚଳ ନିକଟରେ ବନ କର୍ମଚାରୀଙ୍କ ସହିତ ମୁହାଁମୁହିଁ ହୋଇ ଯାଇଥିଲେ। ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଶିକାରୀଙ୍କ ଗୋଟିଏ ଗୁଳି ଫରେଷ୍ଟର ମାଥି ହାଁସଦାଙ୍କ ଛାତିରେ ବାଜିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରୁ ସାଥୀ ବନ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଶିକାରୀମାନେ ବ୍ୟବହାର କରିଥିବା ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ୧ ମାସ ମଧ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ଶିକାରୀଙ୍କ ଗୁଳିରେ ବିମଳ ଜେନା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri