ଶିଳ୍ପାଙ୍କ ବିବାଦ ହିଷ୍ଟ୍ରି: କେବଳ ସ୍ବାମୀଙ୍କ ପାଇଁ ନୁହେଁ ପୂର୍ବରୁ ବି ଚୁମ୍ବନ, ଆପତ୍ତିଜନକ ଫଟୋଶୁଟ୍‌ ପାଇଁ ଥିଲେ ଚର୍ଚ୍ଚାରେ….

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ କେବଳ ସ୍ବାମୀଙ୍କ ଅଶ୍ଳୀଳତା ମାମଲାରେ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ ପୂର୍ବରୁ ଶିଳ୍ପା ଅନେକ ଥର ବିବାଦରେ ଫସିଛନ୍ତି। କୁହାଯାଏ ଶିଳ୍ପା ଏବଂ ବିବାଦ ପରସ୍ପର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। କେତେବେଳେ ତାଙ୍କର ବିବାଦୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା, ତ ଆଉ କେତେବେଳେ ଆଇପିଏଲ୍‌ରେ ତାଙ୍କ ସ୍ବାମୀଙ୍କ ଉପରେ ମ୍ୟାଚ ଫିକ୍ସିଂ ପ୍ରଶ୍ନ ଉଠିଥିଲା। ଯେତେବେଳେ ଶିଳ୍ପା ପ୍ରସିଦ୍ଧ ଶୋ’ ‘ବିଗ ବ୍ରଦର’ରେ ଅଂଶଗ୍ରହଣ କରିଥିଲେ, ସେତେବେଳେ ସେ ମଧ୍ୟ ବିବାଦରୁ ଦୂରେଇ ରହିପାରି ନ ଥିଲେ। ତେବେ ଜାଣନ୍ତୁ କେଉଁ ସବୁ କାରଣ ପାଇଁ ଶିଳ୍ପା ବିବାଦକୁ ଆସି ଚର୍ଚ୍ଚାରେ ରହିଥିଲେ।

୨୦୦୭ ରେ, ଶିଳ୍ପା ଶେଟ୍ଟୀ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲେ ଯେତେବେଳେ ଏକ ଇଭେଣ୍ଟରେ ରିଚର୍ଡ ଗେର୍‌ ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇଥିଲେ। ଏଡ୍‌ସ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମ ଥିଲା । ଏହି ବିବାଦ ପରେ ଶିଳ୍ପାଙ୍କୁ ସାରା ଦେଶରେ ତୀବ୍ର ବିରୋଧ କରାଯାଇଥିଲା। ହେଲେ ଶିଳ୍ପା ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ ନ ଥିଲେ।

୨୦୦୬ ରେ, ଶିଳ୍ପାଙ୍କ ବିରୋଧରେ ଜାମିନ ବିହିନ ପରଓ୍ବାନା ଜାରି କରାଯାଇଥିଲା। ଆପତ୍ତିଜନକ ଫଟୋଶୁଟ୍‌ ପାଇଁ ମଦୁରାଇ କୋର୍ଟ ଦ୍ୱାରା ଏହି ୱାରେଣ୍ଟ ଜାରି କରାଯାଇଥିଲା । ଶିଳ୍ପା ଏହି ଫଟୋଶୁଟକୁ ଏକ ପତ୍ରିକା ପାଇଁ ଶୁଟ୍‌ କରିଥିଲେ। ସେହି ସମୟରେ ତାଙ୍କର ବିବାହ ହୋଇ ନ ଥିଲା।

୨୦୦୯ରେ ଯେତେବେଳେ ଶିଳ୍ପା ସାକ୍ଷୀଗୋପାଳ ମନ୍ଦିରକୁ ଯାଇଥିଲେ । ଜଣେ ସାଧୁ ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହୋଇଥିଲା । ଯାହା ପରେ ଶିଳ୍ପା କହିଥିଲେ ଯେ ଜଣେ ପିତା ନିଜ ଝିଅର ଗାଲରେ ଚୁମ୍ବନ ଦେଇ ପାରିବେ ନାହିଁ?

ଯେତେବେଳେ ରାଜ କୁନ୍ଦ୍ରା ଏବଂ ଶିଳ୍ପାଙ୍କ ଦଳ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ରେ ଖେଳିବା ଆରମ୍ଭ କଲା, ସେତେବେଳେ ରାଜଙ୍କ ନାମରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା।

ରାଜଙ୍କ ପ୍ରଥମ ପତ୍ନୀ କବିତା ବିଶ୍ୱାସ କରନ୍ତି, ତାଙ୍କ ଏବଂ ରାଜଙ୍କ ବିବାହ ଭାଙ୍ଗିବା ପଛରେ କେବଳ ଶିଳ୍ପା ହିଁ କାରଣ। ସେମାନଙ୍କ ଛାଡପତ୍ର ସମୟରେ ସେ ଏହା ବାରମ୍ବାର କହିଥିଲେ। ପ୍ରଥମ ସ୍ତ୍ରୀଙ୍କ ସହ ରାଜଙ୍କ ବିବାହ ଭାଙ୍ଗିବା ପରେ ସେ ଶିଳ୍ପାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri