ଲୋନ୍‌ କରାଇଦେବାକୁ କହି ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଲକ୍ଷାଧିକ ଟଙ୍କା ଠକିଥିଲେ: ଭଡାଘରୁ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡା ଅଫିସ୍‌,୩।୮: ଝାରସୁଗୁଡା ଜିଲା ଲଇକେରା ଥାନା ଓ କୁଲବିଲା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟାମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ କରାଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ୍‌ ବୁଧବାର ବଢେଇମୁଣ୍ଡା ସ୍ଥିତ ଭଡାଘରୁ ଗିରଫକରି କୋର୍ଟ ଚାଲଣ କରିଛି। ଗିରଫ ଦମ୍ପତି ହେଲେ ସମ୍ବଲପୁର ଜିଲା କୁଚିଣ୍ଡା ମନ୍ଦିର ଛକର ସ୍ବାମୀ ଭୀମରାଜ ସୋନୀ(୪୦) ଓ ସ୍ତ୍ରୀ ସୁଜାତା ପଟେଲ(୩୫)। ଉଭୟଙ୍କ ନିକଟରୁ ପୋଲିସ୍‌ ୨ ମୋବାଇଲ୍‌, ଆଧାରକାର୍ଡ, ଭୋଟରକାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ନକଲି ଲୋନ୍‌ ମଞୁରୀ ପତ୍ର, ଅଭିଯୁକ୍ତ ଦମ୍ପତିଙ୍କ ନକଲି ପରିଚୟପତ୍ର ଆଦି ଜବତ କରିଛି । ଏସ୍‌ପି ରାହୁଲ ଜୈନ ଏକ ଖବରଦାତା ସମ୍ମିଳନୀରେ ଏସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

ଦୀର୍ଘ ମାସେ ଧରି ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସର୍‌ ଭାବେ ପରିଚୟଦେଇ ଗାଁ ଗାଁ ବୁଲି ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାଙ୍କୁ ୧ପ୍ରତିଶତ ସୁଧହାରରେ ଋଣ ଯୋଗାଇ ଦେବାପାଇଁ ପ୍ରବର୍ତ୍ତାଉ ଥିଲେ। ୪୦ ହଜାର ଟଙ୍କା ଋଣପାଇଁ ୩୩୦ ଟଙ୍କା ପ୍ରୋସେସିଂ ଫି ଓ ବୀମା ଦେୟପାଇଁ ୧,୫୫୦ଟଙ୍କା, ୮୦ହଜାର ଟଙ୍କା ଋଣପାଇଁ ୬୬୦ଟଙ୍କା ପ୍ରୋସେସିଂ ଫି ଓ ୩,୧୦୦ଟଙ୍କା ବୀମା ଦେୟ ଦେବାକୁ କହିଥିଲେ। ଶତାଧିକ ମହିଳା ସଦସ୍ୟା ତଥା ଋଣଗ୍ରହିତାଙ୍କ ନିକଟରୁ କହିଥିବା ଟଙ୍କା ମଧ୍ୟ ଅସୁଲ କରିଥିଲେ। ସେମାନଙ୍କୁ ଋଣ ଯୋଗାଇ ଦେବାପାଇଁ ବିଟିଏମ୍‌ ନିକଟକୁ ଡାକିଥିଲେ। ଋଣ ଗ୍ରହୀତା ମହିଳା ସଦସ୍ୟାମାନେ ବିଟିଏମ୍‌ ଛକରେ ପହଞ୍ଚି ଫିଲ୍ଡ ଅଫିସର୍‌ଙ୍କୁ ଖୋଜିଥିଲେ। ସେଠାରେ ଏହି ସଂସ୍ଥାର କୌଣସି ଅଫିସ୍‌ ନ ଥିଲା କି ଫିଲ୍ଡ ଅଫିସର୍‌ଙ୍କ ଦେଖା ନ ଥିଲା । ଏହାପରେ ଋଣଗ୍ରହୀତାମାନେ ତାଙ୍କୁ ଫୋନ୍‌କଲ୍‌ କରିଥିଲେ ହେଁ ଫିଲ୍ଡ ଅଫିସର୍‌ ସୁଜାତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିଲା । ପରେ ଋଣ ଗ୍ରହୀତା ମହିଳା ସଦସ୍ୟାମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ କୁଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଗ୍ରାମର ଦୀପିକା ସିଂହ ଓ ଲଇକେରା ଥାନା ଅନ୍ତର୍ଗତ ଗୁଡିଗାଁ ଗ୍ରାମର ନଳୀନ ପଟେଲ ପୋଲିସ୍‌ରେ ପୃଥକ ଅଭିଯୋଗ କରିଥିଲେ। ଏନେଇ ପୋଲିସ୍‌ କୁଲାବିରା ଥାନା କେଶ ନଂ ୧୧୨/୨୨ ଓ ଲଇକେରା ଥାନା କେଶ ନଂ ୧୮୧/୨୨ରେ ପୃଥକ ମାମଲା ରୁଜୁ ହୋଇଥିଲା। ଏନେଇ ଏସ୍‌ପି ଜୈନଙ୍କ ନିର୍ଦ୍ଦେଶକ୍ରମେ ଲଇକେରା ଆଇଆଇସି ତ୍ରିପାଠୀ, କୁଲାବିରା ଆଇଆଇସି ତ୍ରିପାଠୀ ଏଏସ୍‌ଆଇ ଅଞଳୀ ପାତ୍ର ପ୍ରମୁଖଙ୍କୁନେଇ ଏକ ତଦନ୍ତ ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ପରେ ଏହି ଠକେଇରେ କୁଚିଣ୍ଡାର ଦମ୍ପତି ସମ୍ପୃକ୍ତ ଥିବା ଏବଂ ସେମାନେ ଝାରସୁଗୁଡାର ବଢେଇମୁଣ୍ଡାରେ ଭଡା ରହୁଥିବା ଜଣାପଡ଼ିଥିଲା। ଝାରସୁଗୁଡା ଟାଉନ ଥାନା ପୋଲିସ୍‌ର ସହାୟତାନେଇ ପୋଲିସ୍‌ ଟିମ୍‌ ଭଡାଘରେ ଚଢାଉକରି ଦମ୍ପତିଙ୍କୁ ଗିରଫ କରିଥିଲା। ଭଡାଘରୁ ପୋଲିସ୍‌ ବିଭିନ୍ନ ଜାଲ କାଗଜପତ୍ର ଜବତ କରିଥିଲା। ପୋଲିସ୍‌ ତଦନ୍ତ ପରେ ଗିରଫ ଅଭିଯୁକ୍ତ ଦମ୍ପତିଙ୍କ ନାମରେ ପଞାବ ନ୍ୟାଶନାଲ ବ୍ୟାଙ୍କ ଓ କାନଡା ବ୍ୟାଙ୍କରେ ଆକାଉଣ୍ଟ ଥିବା ଜାଣିବାକୁ ପାଇଛି। ଏଥିରେ ଲକ୍ଷାଧିକ ଟଙ୍କା ରହିଥିବାବେଳେ ପୋଲିସ୍‌ ଏହି ଆକାଉଣ୍ଟକୁ ଅଚଳ କରିଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri