ଫୁଟ୍‌ପାଥ୍‌ରେ ଶୈଶବ

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର, ୬ା୮

ଖଣିଜସମ୍ପଦ ଭରା କେନ୍ଦୁଝର ଜିଲା ମୁଖ୍ୟାଳୟରେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦୁଇ ମୁଠା ଖାଇବା ପାଇଁ ମଇଳା ଆବର୍ଜନା, ଭଙ୍ଗା ଲୁହା, ଟିଣ, ଜରି ଆଦି ସଂଗ୍ରହ କରି ବିକ୍ରି କରୁଛନ୍ତି। ଥକ୍କା ବା ଭୋକ ଲାଗିଲେ ଡେନଡ୍ରାଇଟ ଅଠା ଖାଉଛନ୍ତି ା ପରିବାର ଠିକଣା କାହା ପାଖରେ ନାହିଁ। ରାତିରେ ନିଦ ଲାଗିଲେ ରାସ୍ତା କଡରେ ଫୁଟପାଥ କିମ୍ବା ଦୋକାନ ବାରଣ୍ଡାରେ ଶୋଉଛନ୍ତି। ମଶାମାଛିଙ୍କ ଉପଦ୍ରବର ଭୟନାହିଁ ଏବଂ ଅନେକ ସମୟରେ ବୁଲା କୁକୁରଙ୍କ ସହିତ ଶୋଇବାକୁ ପଡୁଛି। ଅନେକ ସମୟରେ ଦୋକାନୀ ଘଉଡ଼ାଇ ଦେଉଛନ୍ତି। ମଇଳା ଓ ଛିଣ୍ଡା ପୋଷାକ ପିନ୍ଧି ଏଭଳି ବହୁ ଶିଶୁ ବୁଲୁଥିଲେ ହେଁ ସେମାନଙ୍କ ପ୍ରତି ପ୍ରଶାସନର ନିଘା ନାହିଁ ା
ଲୋକ ମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର କାମ କରାଇ କିଛି ପଇସା ହାତରେ ଧରାଇ ଦେଇଥାନ୍ତି। ଶିଶୁ ଶ୍ରମିକ ଭାବେ ଅସ୍ବାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି ା ଯାହାକୁ ନେଇ ଅନେକ ସମୟରେ ଶିଶୁ ଅଧିକାର କର୍ମୀମାନେ ମଧ୍ୟ ସ୍ବର ଉତ୍ତୋଳନ କରୁ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଥିବା ଆଲୋଚନା ହେଉଛି ା ସେହିପରି ନେତା, ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ପଦାଧିକାରୀ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଜାଣିଥିଲେ ହେଁ ଦୀର୍ଘ ବହୁ ବର୍ଷ ହେଲା ଏଭଳି ଶିଶୁ ମାନଙ୍କୁ ସୁରକ୍ଷା ଓ ଥଇଥାନ ପ୍ରତି ଦାୟିତ୍ୱ ଏହି ପିଲାଙ୍କ ଅବସ୍ଥାକୁ ଦେଖିଲେ ବେଶ ଅନୁମାନ କରିହେବ। ମଇଳା ଆବର୍ଜନା ଓ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବାରୁ ରୋଗବ୍ୟାଧିରେ ପଡି ଋଗଣ ହୋଇ ପଡୁଛନ୍ତି ଏବଂ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଅନେକ ସମୟରେ କୁସଙ୍ଗରେ ପଡି ଗୁଟ୍‌ଖା, ମାଦକ ଦ୍ରବ୍ୟ ଆଦି ଖାଇବା ସହ ଚୋରି ଭଳି ଅସମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଯେଉଁ ବୟସରେ ପରିଷ୍କାର ପରିଚ୍ଛନ୍ନତା, ପାଠ ପଢିବା, ଖେଳ କୁଦ କରିବା ଜରୁରୀ ସେ ବୟସରେ ସେମାନେ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ଯାଇ ଏକ ଭିନ୍ନ ପରିବେଶରେ ଅନିଶ୍ଚିତତା ଭବିଷ୍ୟତ ମଧ୍ୟରେ ବଢୁଥିବାରୁ ଅନେକ ଚିନ୍ତାବ୍ୟକ୍ତ କରୁଛନ୍ତି ା ଶିଶୁ ମାନଙ୍କ ସୁରକ୍ଷା, ଯତ୍ନ, ବିକାଶ ପାଇଁ ବିଭିନ୍ନ ବିଭାଗ ରହିଥିବା ବେଳେ ସେମାନଙ୍କ ଥଇଥାନ ଚିନ୍ତା ପ୍ରଶାସନ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri