ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ  ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିସିରେ ହାସିନା ସମ୍ବୋଧନ କରିଥିଲେ ।  ଭାଷଣ ସମୟରେ ସେ ଭାବବିହ୍ୱଳ ହୋଇ କହିଥିଲେ ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ ମସିହାର ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଗତ ୨ ବର୍ଷ ହେଲା ବାଂଲାଦେଶରେ ଅରାଜକତା ଚାଲିଛି ।

ଶେଖ ହାସିନା କହିଥିଲେ ଯେ, ସେ ନିଜ ଜୀବନ ବାଂଲାଦେଶର ଲୋକଙ୍କ ସେବାରେ ବିତାଇଛନ୍ତି । ପରିସ୍ଥିତି ତାଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲେ ମଧ୍ୟ ସେ କେବେ ନିଜ ଦେଶବାସୀଙ୍କଠାରୁ ଦୂରେଇ ଯାଇନାହାନ୍ତି। ଦୁଇ ବର୍ଷ ପୂର୍ବରୁ ବାଂଲାଦେଶରେ ହୋଇଥିବା ଆନ୍ଦୋଳନକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଜୁଲାଇ-ଅଗଷ୍ଟ ୨୦୨୪ର ଘଟଣା କୌଣସି ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ତାଙ୍କ ସରକାର ଆଲୋଚନା, ଆଇନଗତ ପ୍ରକ୍ରିୟା ଏବଂ ଧୈର୍ଯ୍ୟର ସହ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଥିଲେ। କିନ୍ତୁ କିଛି ସଂଗଠିତ ଗୋଷ୍ଠୀ ସଂସ୍କାର ଦାବିର ଆଳରେ ଛାତ୍ରମାନଙ୍କ ଆନ୍ଦୋଳନକୁ ହିଂସାତ୍ମକ ରାଜନୈତିକ ଅସ୍ତ୍ରରେ ପରିଣତ କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଶେଖ ହାସିନାଙ୍କ ଉଦ୍‌ବୋଧନ ପୂର୍ବରୁ ନିର୍ବାସନରେ ଥିବା ଆୱାମୀ ଲିଗ୍‌ର ନେତାମାନେ ମଧ୍ୟ ବାଂଲାଦେଶର ପୂର୍ବତନ ସରକାରୀ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ କଡ଼ା ସମାଲୋଚନା କରିଥିଲେ।ବାଂଲାଦେଶରେ ଶେଖ ହାସିନା ସରକାରରେ ମନ୍ତ୍ରୀ ଥିବା ମୋହିବୁଲ ହାସାନ ଚୌଧୁରୀ ନୌଫେଲ କହିଥିଲେ ଯେ, ଆୱାମୀ ଲିଗ୍‌ ପ୍ରତିଶୋଧ ଚାହୁଁନାହିଁ, ବରଂ ନ୍ୟାୟ ଚାହୁଁଛି। ସେ ଆନ୍ତର୍ଜାତିକ ସମୁଦାୟଙ୍କୁ ବାଂଲାଦେଶରେ ଧାର୍ମିକ କଟ୍ଟରବାଦକୁ ପ୍ରୋତ୍ସାହନ ନ ଦେବାକୁ ଅନୁରୋଧ କରିଥିଲେ। ବାଂଲାଦେଶ ଏକ ବିଫଳ ରାଷ୍ଟ୍ରରେ ପରିଣତ ନ ହେଉ ବୋଲି ସେ ଆହ୍ୱାନ ଜଣାଇଥିଲେ। ମୁଁ ମୋ ଦେଶକୁ ଫେରିବି, ଜନତା ଶାନ୍ତି ଓ ସମୃଦ୍ଧି ପାଇବାକୁ ହକ୍‌ଦାର ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri