ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ ଏହା ଦେଉଥିଲା। ସରକାରଙ୍କୁ ଯେତେବେଳେ ଦିଲ୍ଲୀର ପ୍ରଶାସନିକ କେନ୍ଦ୍ରର ବଡ଼ ଧରଣର ରୂପାନ୍ତରର ଆବଶ୍ୟକତା ଥିବା ଦର୍ଶାଇବାକୁ ପଡ଼ୁଥିଲା, ସେତେବେଳେ ତୁରନ୍ତ ଏହି ପୁରୁଣା କୋଠାକୁ ପ୍ରମାଣ ଭାବେ ସାମ୍ନାକୁ ଅଣାଯାଉଥିଲା। କାରଣ ଏହି କୋଠାରେ ସବୁ ପ୍ରକାରର ସମସ୍ୟା ଥିଲା। ଏହାର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବା, କାନ୍ଥରୁ ପାଣି ଗଳୁଥିବା ଓ ତାର ଝୁଲୁଥିବା, ଅନ୍ଧାରିଆ ବାରଣ୍ଡା ଏବଂ ସୀମିତ ସୁବିଧା ସୁଯୋଗରୁ ଅଧିକ ବ୍ୟବହାର କରିବା ଭଳି ସ୍ଥିତି ଦେଖିବାକୁ ମିଳୁଥିଲା। ଏହା ଏକ ଅଫିସ କୋଠା ନୁହେଁ, ବରଂ ସବୁବେଳେ ତାହାକୁ ଏକ ଅଭିଯୋଗ କେନ୍ଦ୍ର ଭାବେ ଗଣାଯାଉଥିଲା। ତେବେ ଶାସ୍ତ୍ରୀ ଭବନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ଜଣାପଡ଼ୁଥିଲା, ତାହା ଏବେ ଏତେ ଶୀଘ୍ର ଭଙ୍ଗାଯାଉନାହିଁ କି ବନ୍ଦ ହେଉନାହିଁ। ଏହାକୁ ଖାଲି କରିବା ଏବଂ ଭାଙ୍ଗିବା କାମକୁ ଆଉ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟରେ ଏକ ନୂତନ ସେଣ୍ଟ୍ରାଲ ଭିଷ୍ଟା ଗଠନ ଲକ୍ଷ୍ୟରେ ଅନେକ ନୂଆ ଏବଂ ମଜଭୁତ କୋଠାଗୁଡ଼ିକୁ ଖାଲି କରାଯାଇ ଭାଙ୍ଗି ଦିଆଗଲାଣି। ଏହି କାରଣରୁ ଶାସ୍ତ୍ରୀ ଭବନ ଏକ ଅଦ୍ଭୁତ ସ୍ଥିତିରେ ଅଛି ବୋଲି କୁହାଯାଇପାରେ। ଭବିଷ୍ୟତ ପାଇଁ ଅନୁପଯୁକ୍ତ ବୋଲି ଅନେକ ବର୍ଷ ଧରି କୁହାଯାଇଆସୁଥିବା ଶାସ୍ତ୍ରୀ ଭବନ ଏବେ ଦୃଢ଼ ରହିଛି। ସେଣ୍ଟ୍ରାଲ ଭିଷ୍ଟା ସହରର ରୂପରେଖ ବଦଳାଉଥିବାବେଳେ ଜରାଜୀର୍ଣ୍ଣତାର ପ୍ରତୀକ ଶାସ୍ତ୍ରୀ ଭବନ ସହଜରେ ସ୍ଥାନ ଛାଡ଼ିବାକୁ ନାରାଜ।
ପାତରଅନ୍ତର ଭାବନା
ଅବସରପ୍ରାପ୍ତ ହରିୟାଣା କ୍ୟାଡରର ଆଇଏଏସ୍‌ ଅଧିକାରୀ ଅଶୋକ ଖେମ୍‌କା ଆଇନଗତ ବିଜୟ ହାସଲ କରିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାୟରେ କହିଛନ୍ତି ଯେ, କେନ୍ଦ୍ର ସରକାର ଖେମ୍‌କାଙ୍କ ପ୍ରତି ପାତରଅନ୍ତର କରିଛନ୍ତି। ଅନ୍ୟ ସମକକ୍ଷ ଅଧିକାରୀଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ତାଙ୍କୁ ଅତିରିକ୍ତ ସଚିବ କିମ୍ବା ସଚିବ ସ୍ତରୀୟ ପଦବୀ ପାଇଁ ପ୍ରସ୍ତୁତ ନିଯୁକ୍ତି ତାଲିକା(ଏମ୍ପାନେଲମେଣ୍ଟ)ରେ ସାମିଲ ନ କରି କେନ୍ଦ୍ର ସରକାର ଏଭଳି ଭେଦଭାବ କରିଥିବା କୋର୍ଟ ଦର୍ଶାଇଛନ୍ତି । କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଅନ୍ୟମାନଙ୍କୁ ନିୟମିତ ଭାବେ ଯୋଗ୍ୟତା ନିୟମରେ କୋହଳ କରାଯାଇଥିବାବେଳେ ଖେମ୍‌କାଙ୍କ ପାଇଁ କାହିଁକି କରାଗଲା ନାହିଁ। ଖେମ୍‌କା କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସିଏଟି)ର ୩ଟି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଅବସର ପୂର୍ବରୁ ତାଙ୍କ ନାମକୁ ନିଯୁକ୍ତି ତାଲିକାଭୁକ୍ତ କରାଯିବା ଦାବିକୁ ଖାରଜ କରାଯାଇଥିଲା। ଏମ୍ପାନେଲମେଣ୍ଟ ପାଇଁ ୩ ବର୍ଷର କେନ୍ଦ୍ରୀୟ ଡେପୁଟେଶନ ଆବଶ୍ୟକତା ରହିଛି, ଯାହା ଏହି ବିବାଦର ମୂଳ କାରଣ। କୋର୍ଟ ଦର୍ଶାଇଛନ୍ତି, ଏହି ନିୟମରେ କୋହଳ କରିବାର କ୍ଷମତା ସରକାରଙ୍କର ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୯୯୨-ବ୍ୟାଚ ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ମାମଲାକୁ ଖଣ୍ଡପୀଠ ଉଦାହରଣ ଦେଇଥିଲେ, ଯେଉଁଥିରେ ଯୋଗ୍ୟତା ସର୍ତ୍ତକୁ କୋହଳ କରାଯିବା ପରେ ତାଙ୍କୁ ୨୦୨୨ରେ ଏମ୍ପାନେଲମେଣ୍ଟ ମିଳିଥିଲା। ତେବେ ଏହାର ଗୋଟିଏ ବର୍ଷ ପୂର୍ବେ ଖେମ୍‌କାଙ୍କ ଆବେଦନକୁ ଖାରଜ କରିଦିଆଯାଇଥିଲା। କୋର୍ଟ କହିଛନ୍ତି ଯେ, ସରକାର ଯଦି ଗୋଟିଏ ଗୋଷ୍ଠୀର ଅଧିକାରୀଙ୍କ ପାଇଁ ନିୟମ କୋହଳ କରନ୍ତି, ତେବେ ବିନା କୌଣସି କାରଣରେ ସେହି ସମାନ ଯୋଗ୍ୟତା ବିଶିଷ୍ଟ ଅନ୍ୟ ଜଣେ ଅଧିକାରୀଙ୍କୁ ସେହି ସୁବିଧା ନ ଦେବା ଏକ ପାତରଅନ୍ତର ମନୋଭାବ।
ଅଧିକ ଶିଖିବେ ଅଧିକାରୀ
ସରକାର ଅଧିକାରୀମାନଙ୍କୁ କିପରି ପ୍ରଶିକ୍ଷଣ ଦେବାକୁ ହେବ ତାହା ଜାଣନ୍ତି। କିନ୍ତୁ ଯେଉଁମାନେ ଅମଲାତନ୍ତ୍ର ପଥରେ ଯାଇ ସାରିଲେଣି, ସେମାନଙ୍କଠାରୁ କିଛି ଶିଖିବାରେ ନୂଆ ପିଢ଼ିର ଅଧିକାରୀଙ୍କୁ ସାହାଯ୍ୟ କରିବାରେ ସରକାର ସେତେଟା ସଫଳ ହୋଇନାହାନ୍ତି। ଗତ ବର୍ଷର ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରସ୍ତାବ ଦେଇଥିଲେ ଏବଂ ତାହାରି ଆଧାରରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିଠାରେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଏକ ମାର୍ଗଦର୍ଶନ ବା ପରାମର୍ଶ ସଭାର ଆୟୋଜନ କରୁଛି। ଦେଖିବାକୁ ଗଲେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର କୌଣସି ଅଭାବ ନାହିଁ। ଅଧିକାରୀମାନେ ଏକାଡେମୀ, କର୍ମଶାଳା ଏବଂ ସମୀକ୍ଷା ବୈଠକରେ ସପ୍ତାହ ସପ୍ତାହ ବିତାନ୍ତି। ରାଜନୀତି, ନୀତି, ଜନସାଧାରଣଙ୍କ ଆଶା ଏବଂ ପ୍ରଶାସନିକ ସୀମିତତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କୌଣସି ପୁସ୍ତିକା ନିୟମ ଜଣେ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିପାରିବ ନାହିଁ। ଶାସନ ବ୍ୟବସ୍ଥା ସମ୍ପର୍କରେ ଜଣେ ଅଭିଜ୍ଞ ପ୍ରଶାସକଙ୍କ ସହ ସ୍ପଷ୍ଟ ଓ ସଚ୍ଚୋଟ ଆଲୋଚନା କରି ଜିଲାର ଜଣେ ଯୁବ ଅଧିକାରୀ ଅଧିକ ଶିଖିପାରିବେ। କାର୍ଯ୍ୟପଦ୍ଧତି ଶିଖାଯାଇପାରେ, କିନ୍ତୁ ଠିକ୍‌ ନିଷ୍ପତ୍ତି ନେବାର କ୍ଷମତା ଶିଖାଇବା କଷ୍ଟକର। ଏଥିପାଇଁ ଚୟନ କରାଯାଇଥିବା ସ୍ଥାନଟି ପ୍ରତୀକାତ୍ମକ । ‘ଷ୍ଟାଚ୍ୟୁ ଅଫ ୟୁନିଟି’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମ୍ମାନିତ କରେ, ଯାହାଙ୍କୁ ଦୃଢ଼ ଭାରତୀୟ ପ୍ରଶାସନ ଗଠନର ଶ୍ରେୟ ଦିଆଯାଏ। ତାଙ୍କ ଜନ୍ମବାର୍ଷିକୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସୂଚିତ କରେ ଯେ, ବରିଷ୍ଠଙ୍କ ଅନୁଭବ ଯେତେବେଳେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଯାଏ, ସେତିକିବେଳେ ହିଁ ଅନୁଷ୍ଠାନଗୁଡ଼ିକ ଦୀର୍ଘସ୍ଥାୟୀ ହୋଇ ରହିଥାନ୍ତି। ଯଦି ଏହି କାର୍ଯ୍ୟକ୍ରମ କେବଳ ଭାଷଣ ଏବଂ ଫଟୋରେ ସୀମିତ ରହେ ତେବେ କିଛି ବି ପରିବର୍ତ୍ତନ ହେବନାହିଁ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?