ବିଗ୍‌-ବିଙ୍କ ସଂଘର୍ଷ କାହାଣୀ: ଏହି ସୁପରହିଟ୍‌ ଫିଲ୍ମର ଏକ ସିନ୍‌ କରିବାକୁ ଲାଗିଥିଲା ୨ ଘଣ୍ଟା

ବିଗ୍‌ବି ଅମିତାଭ ବଚ୍ଚନ ତାଙ୍କର ଜବରଦସ୍ତ ଫିଲ୍ମ ଏବଂ ଡାଏଲଗ୍‌ ପାଇଁ ହିନ୍ଦୀ ସିନେମାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ସେ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି। ବହୁତ କମ ଲୋକ ଜାଣିଥିବେ ଯେ, ଅମିତାଭ ଅଭିନେତା ହେବା ଅପେକ୍ଷା ଇଞ୍ଜିନିୟର ହେବାକୁ ଚାହୁଁଥିଲେ । ହେଲେ ଆଜି ତାଙ୍କୁ ବଲିଉଡର ସଫଳ ତଥା ଭେଟେରାନ ଅଭିନେତାମାନଙ୍କ ମଧ୍ୟରେ ଗଣନା କରାଯାଉଛି। ମାତ୍ର ଏହି ସଫଳତା ପଛରେ ଅନେକ ସଂଘର୍ଷ ଲୁଚି ରହିଛି। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ଯେତିକି ସଂଘର୍ଷ କରିଥିଲେ। ଫିଲ୍ମରେ ପ୍ରବେଶ ପରେ ମଧ୍ୟ ସେତିିକି ସଂଘର୍ଷ କରିଛନ୍ତି। ହେଲେ କୁହାଯାଏ ସମୟ ନିଶ୍ଚିତ ବଦଳିବ। ଅମିତାଭଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ଜନ୍‌ଜୀର ଫିଲ୍ମରେ କାମ କରିବା ପରେ ଅମିତାଭଙ୍କ ଭାଗ୍ୟ ବଦଳିଗଲା। ସଫଳତାର ପର୍ଯ୍ୟାୟ ଅମିତାଭଙ୍କ ଜୀବନରେ ଆସିଥିଲା। ତାଙ୍କର ପ୍ରଶଂସକ ବଢ଼ିବାକୁ ଲାଗିଲେ।
ତାଙ୍କ ଜୀବନରେ ଅନେକ କାହାଣୀ ଅଛି ଯାହାକୁ ଭୁଲିବା ତାଙ୍କ ପାଇଁ କଷ୍ଟକର ।‘ଭାଇ, ମୁଝେ ହୋ ତୋ ନାଥ୍ରୁ ଲାଲ ଜୟସି’ ଏହି ଡାଏଲଗ୍‌ ଶୁଣିବା ମାତ୍ରେ ସରାବି ଫିଲ୍ମର ଦୃଶ୍ୟ ମନକୁ ଚାଲି ଆସେ। ଏହି ଫିଲ୍ମରେ ଅମିତାଭ ଏକ ଦୃଶ୍ୟ କରିବା ପାଇଁ ମୋଟ ୪୫ଟି ରିଟେକ ନେଇଥିଲେ।
ଅମିତା ପାର୍ଟିରେ ଅତିଥିମାନଙ୍କୁ ତାଙ୍କ ଅନସ୍କ୍ରିନ ପିତା ଅର୍ଥାତ ପ୍ରାଣଙ୍କ ସହିତ ଭେଟିଥାନ୍ତେ। ଏହି ଦୃଶ୍ୟରେ ତାଙ୍କୁ ଜଣେ ବ୍ୟକ୍ତିଙ୍କୁ ମିଶିବାକୁ ପଡିବ, ଯାହାର ନାମ ଦାରୁୱାଲା। ଅମିତାଭ ତାଙ୍କୁ ଆଲିଙ୍ଗନ କରି ବହୁତ ଖୁସି ହୁଅନ୍ତି ଏହି ଦୃଶ୍ୟ କରିବାକୁ ଅମିତାଭ ମୋଟ ଦୁଇ ଘଣ୍ଟା ସମୟ ନେଇଥିଲେ ।
ଯେତେବେଳେ ଏହି ଦୃଶ୍ୟ କରାଯାଉଥିଲା, ଅମିତାଭ ବଚ୍ଚନ ଏବଂ ତାଙ୍କ ସାମ୍ନାରେ ଠିଆ ହୋଇଥିବା ଅତିଥି ଅର୍ଥାତ ଦାରୁୱାଲାଙ୍କ ସ୍ବରରେ ବାରମ୍ବାର ପାର୍ଥକ୍ୟ ଦେଖାଦେଇଥିଲା । ଯେହେତୁ ଅତିଥି ଟର୍ନ ଚରିତ୍ରରେ ବହୁତ ଧୀରସ୍ବର ଥିଲା ଯେଉଁଥି ପାଇଁ ମାଇକର ଶବ୍ଦ ଅଧିକ ଥିଲା, କିନ୍ତୁ ଅମିତାଭଙ୍କୁ ତାଙ୍କୁ ବହୁତ ଉତ୍ସାହିତ ଭାବରେ ଭେଟିବାକୁ ପଡିଲା, ଯେଉଁ କାରଣରୁ ମାଇକ ଉପରେ ତାଙ୍କ ସ୍ବର ଫାଟିଯାଉଥିଲା। ଏହି କାରଣରୁ ଏହି ଦୃଶ୍ୟ କରିବାକୁ ମୋଟ ଦୁଇ ଘଣ୍ଟା ସମୟ ଲାଗିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?