Posted inଜାତୀୟ

ଶକ୍ତି ମିଲ୍‌ ଗଣ ବଳାତ୍କାର ମାମଲା, ଦୋଷୀଙ୍କ ଫାଶୀଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ…

ମୁମ୍ବାଇ,୨୫।୧୧: ଶକ୍ତି ମିଲ୍ସ ପରିସରରେ ୨୨ ବର୍ଷ ବୟସ୍କା ମହିଳା ଫଟୋ ଜର୍ନାଲିଷ୍ଟଙ୍କ ଗଣବଳାତ୍କାରର ଘଟଣାରେ ତିନିଜଣ ଦୋଷୀଙ୍କୁ ଦିଆଯାଇଥିବା ପାଶୀଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଛନ୍ତି। ସେମାନଙ୍କ ଦ୍ୱାରା କରାଯାଇଥିବା ଅପରାଧର ଅନୁତାପ ପାଇଁ ସେମାନେ ଆଜୀବନ କାରାଦଣ୍ଡ ଭୋଗିବାକୁ ଯୋଗ୍ୟ ବୋଲି କୋର୍ଟ କହିଛନ୍ତି।

ବିଚାରପତି ସାଧନା ଯାଦବ ଏବଂ ପୃଥ୍ବୀରାଜ ଚୌହ୍ବାନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିଜୟ ଯାଦବ, ମହମ୍ମଦ କାସୀମ ଶେଖ ଏବଂ ମହମ୍ମଦ ଅନସାରୀଙ୍କୁ ସେସନ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଫାଶୀଦଣ୍ଡକୁ ମନା କରିଦେଇଛନ୍ତି ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ୮ ବର୍ଷ ତଳେ ୨୨ ଅଗଷ୍ଟ ୨୦୧୩ରେ ଘଟିଥିଲା। ମହାଲକ୍ଷ୍ମୀ ଅଞ୍ଚଳରେ ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଛି। ଘଟଣା ଦିନ ସା ୬ ଟାରେ ମହିଳା ଫଟୋ ଜର୍ନାଲିଷ୍ଟ ଏବଂ ତାଙ୍କ ସାଥୀ ସେଠାରେ ପହଞ୍ଚିଲେ।

ସେଠାରେ ଉପସ୍ଥିତ ଥିବା କିଛି ଲୋକ ନିଜକୁ ପୋଲିସ ବୋଲି ପରିଚୟ ଦେଇ ସେମାନଙ୍କୁ ଫଟୋ ଉଠାଇବାକୁ ମନା କରିଥିଲେ। ସେମାନେ କହିଥିଲେ ଯେ ପ୍ରଥମେ ଆପଣ ଆମ ଅଧିକାରୀଙ୍କଠାରୁ ଅନୁମତି ନିଅନ୍ତୁ ଏବଂ ତା’ପରେ ଫଟୋ ଉଠାନ୍ତୁ। ସେମାନେ ମହିଳା ଫଟୋ ଜର୍ନାଲିଷ୍ଟ ଏବଂ ତାଙ୍କ ସାଥୀଙ୍କୁ ଭିତରକୁ ନେଇଯାଇଥିଲେ। ପରେ ଉଭୟଙ୍କୁ ଆକ୍ରମଣ କରିବା ସହିତ ମହିଳା ଫଟୋ ଜର୍ନାଲିଷ୍ଟଙ୍କ ସାଥୀକୁ ସେଠାରେ ବାନ୍ଧି ରଖିଥିଲେ। ଏହା ପରେ ମହିଳା ଫଟୋ ଜର୍ନାଲିଷ୍ଟଙ୍କୁ ୫ ଜଣ ଗଣ ବଳାତ୍କାର କରିଥିଲେ। ଦୁଇ ଘଣ୍ଟା ପରେ ମହିଳା ଫଟୋ ଜର୍ନାଲିଷ୍ଟ ଏବଂ ତାଙ୍କ ସାଥୀ ନିଜ ଜୀବନ ବଞ୍ଚାଇ କୌଣସି ପ୍ରକାରେ ହସ୍ପିଟାଲରେ ପହଞ୍ଚିଥିଲେ।

ଡାକ୍ତରମାନେ ପୋଲିସକୁ ସୂଚନା ଦେଇଥିଲେ। ୭୨ ଘଣ୍ଟା ମଧ୍ୟରେ ପୋଲିସ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଧରିଥିଲା। ପଚରାଉଚରା ବେଳେ ଆଉ ଏକ ଗ୍ୟାଙ୍ଗ ବଳାତ୍କାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?