ଚାର୍ଜ ବଢ଼ାଇଲେ ଶାହିଦ, ଜାଣନ୍ତୁ କେତେ

ବଲିଉଡର ଚକୋଲେଟ ହିରୋ ଭାବରେ ଜଣାଶୁଣା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି, ୧୪ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଅଭିନେତା ପ୍ରଥମେ ୩୧ କୋଟି ଟଙ୍କା ଚାର୍ଜ କରିଥିଲେ, ଶେଷ ମୁହୂର୍ତ୍ତରେ ଓମିକ୍ରନ କାରଣରୁ ଫିଲ୍ମର ରିଲିଜ ବିଳମ୍ବ ହୋଇଥିଲା । ପରେ ଶାହିଦ ଫି କାଟ କରିଥିଲେ। ମାତ୍ର ଅଭିନେତା ବର୍ତ୍ତମାନ ଅଲି ଅବ୍ବାସ ଜାଫରଙ୍କ ଆଗାମୀ ଫିଲ୍ମ ପାଇଁ ପୁଣି ଥରେ ନିଜର ଚାର୍ଜ ବଢ଼ାଇଛନ୍ତି।
ପଦ୍ମାବତ ଏବଂ କବୀର ସିଂଙ୍କ ସଫଳତା ପରେ ଶାହିଦ ଜର୍ସିରୁ ସମାନ ପରିମାଣର ଲାଭ ଆଶା କରୁଛନ୍ତି । ଶାହିଦଙ୍କ ଅଭିନୀତ ତଥା ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଆକ୍ସନ-ପ୍ୟାକ ହୋଇଥିବା ଥ୍ରୀଲର ଫିଲ୍ମ ପାଇଁ ସହିଦ ୩୮ କୋଟି ଟଙ୍କା ଆଦାୟ କରିଛନ୍ତି। ଏହି ଫି ଜର୍ସି ଠାରୁ ୨୫% ଅଧିକ । ଶାହିଦଙ୍କ ଫିଲ୍ମ ଜର୍ସି ଜଣେ କ୍ରିକେଟରଙ୍କ ଉପରେ ଆଧାରିତ। କାହାର କ୍ରୋଧ ହେତୁ ତାଙ୍କ କ୍ୟାରିଅର୍‌ ନଷ୍ଟ ହୋଇଗଲା। ପରେ ଯେତେବେଳେ ସେ ଦେଖିଲେ ଯେ, ତାଙ୍କ ପିଲା ମଧ୍ୟ କ୍ରିକେଟ ପ୍ରତି ଆଗ୍ରହୀ, ସେ ପୁଣି ପଡ଼ିଆକୁ ଫେରିଛନ୍ତି ।ଏହି ଚଳଚ୍ଚିତ୍ରର ପୁରା କାହାଣୀ ଏକ ଶିଶୁ ଉପରେ ଆଧାରିତ । ଜର୍ସି ହେଉଛି ସମାନ ନାମର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହିନ୍ଦୀ ରିମେକ ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟମ୍‌ ସଙ୍ଗକୁ ନେଇ କ’ଣ କହିଲେ କ୍ରିତି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ପାଇଁ ନଜର ଆସିଥିଲେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନାୟିକା କ୍ରିତି ସାନନ୍‌। ଆଇଟମ୍‌...

ପିଲାଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ଶେୟାର କଲେ କରୀନା

ମୁମ୍ବାଇ: ୧୨ ଡିସେମ୍ବରରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହୁଛନ୍ତି।...

ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ

ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍‌ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ...

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ...

ବିରାଟ ଦୂରରେ ଥିବାରୁ ଏମିତି ଭାଲେଣ୍ଟାଇନ୍ସ ଡେ ପାଳନ କଲେ ଅନୁଷ୍କା

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହୋଇଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରୁହୁଛନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟ ମରେ ଶେୟାର...

ଚୀନକୁ ଶିକ୍ଷା ଦେବାର ସମୟ ଆସିଛି: କଙ୍ଗନା

ବଲିଉଡରେ ପାତର ଅନ୍ତର ଅଭିଯୋଗ ଆଣି ସାରା ବଲିଉଡ ଜଗତକୁ ହଲେଇ ଦେଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବର୍ତ୍ତମାନ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।...

ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍‌

ବିଗତ ଦିନରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର...

ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ ।...

Advertisement
Archives

Model This Week