Posted inଖେଳ

ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ

ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ବଲ୍‌ର ଶିକାର ହୋଇଥାନ୍ତି। ଅନେକ ଅଭିଜ୍ଞ କ୍ରିକେଟର ମଇଦାନରେ ତାଙ୍କ ବିପକ୍ଷରେ ସଂଘର୍ଷ କରିଥାନ୍ତି। ସେଥିରୁ ଜଣେ ହେଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା। ସେ ୨୦୧୫ରେ ଭାରତ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍‌ ଖେଳିଥିଲେ।

ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଖେଳିବା ପରେ ସାଙ୍ଗାକାରା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ଉଭୟ ଟେଷ୍ଟର ଚାରୋଟି ଯାକ ଇନିଂସରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଅଶ୍ୱିନ। ଆଗାମୀ ଆଇପିଏଲ୍‌ ସିଜନରେ ଅଶ୍ୱିନ ସାଙ୍ଗାକାରାଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବେ। ଉଭୟ ରାଜସ୍ଥାନ ରୟାଲ୍ସର ଅଂଶ। ଅଶ୍ୱିନ ନିକଟରେ ଫ୍ରାଞ୍ଚାଇଜର ଏକ ଭିଡିଓରେ ଏହି କିମ୍ବଦନ୍ତୀ ଖେଳାଳିଙ୍କ ସହ ଅନେକ ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛନ୍ତି।

ଅଶ୍ୱିନ କହିଛନ୍ତି, ସାଙ୍ଗାକାରା ଜଣେ ଅଦ୍ଭୁତ ବ୍ୟକ୍ତି। ଦିନେଶ କାର୍ତ୍ତିକଙ୍କ ସହ ରାତ୍ର ଭୋଜନ କରୁଥିବା ବେଳେ ପ୍ରଥମ ଥର ତାଙ୍କୁ ମୁଁ ଭେଟିଥିଲି। ତାଙ୍କର ବ୍ୟକ୍ତିତ୍ୱ ଯୋଗୁ ତାଙ୍କ  ସହ କ୍ରିକେଟ ବିଷୟରେ ବହୁତ କିଛି କଥା ହୋଇଥିଲି। ମୁଁ ତାଙ୍କ ବିପକ୍ଷରେ କିଛି ଟେଷ୍ଟ ମ୍ୟାଚ୍‌ ଖେଳିଥିଲି। ତାଙ୍କର ଉଇକେଟ ମଧ୍ୟ ନେଇଥିଲି। ଏଥିଯୋଗୁ ସାଙ୍ଗାକାରା ଅବସର ନେଇଥିଲେ ବୋଲି କହିହେବ। ଯେତେବେଳେ ଜଣେ ବଡ଼ ବ୍ୟାଟ୍ସମ୍ୟାନ ବୋଲରଙ୍କ ବିରୁଦ୍ଧରେ ବାରମ୍ବାର ଆଉଟ୍‌ ହୋଇଥାଏ, ସେତେବେଳେ ସେ ଯୋଜନା ପ୍ରସ୍ତୁତ କରି ଆସିଥାଏ। ହେଲେ ମୁଁ  ତାଙ୍କୁ ଅନେକ ଥର ଆଉଟ୍‌ କରିଥିଲି। ସେ ସନ୍ୟାସ ନେବା ଜାଣିବା ପରେ ଆଉ ତାଙ୍କ ବିପକ୍ଷରେ ଲଢ଼େଇ କରିବାକୁ ପଡ଼ିବ ନାହିଁ ବୋଲି ଭାବି ଖୁସିଥିଲି ବୋଲି ଅଶ୍ୱିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭୩ ରନ୍‌ କରି ୩ ବିଶ୍ୱରେକର୍ଡ ଭାଙ୍ଗିଦେଲେ କୋହଲି

ଅହମଦାବାଦ୍‌,୧୫।୩:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ ଜିତିଛି। ୧୬୫ ରନ୍‌ର ଲକ୍ଷ୍ୟ ପିଛା କରି ଇଶାନ କିଶନ-ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ...

୨୦୨୧ ଆଇପିଏଲ୍‌ ସିଏସ୍‌କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍‌

ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ...

ଏସିଆନ ୟୁଥ୍‌ ବକ୍ସିଂ: ଭାରତକୁ ୬ ପଦକ ମିଳିବା ନିଶ୍ଚିତ

ଉଲାନବାତାର,୧୪।୧୧(ପି.ଟି.)- ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ପ୍ରତିଯୋଗୀମାନେ ବୁଧବାର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଥିରେ ୬ ଭାରତୀୟ ବକ୍ସର ସେମିଫାଇନାଲରେ...

ପୂର୍ବାଞ୍ଚଳ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଜାତୀୟ ରୋଲବଲ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌)ର ଦ୍ୱିତୀୟ ସଂସ୍କରଣ ଆସାମର ଗୁଆହାଟୀଠାରେ ଚଳିତ ମାସ ୪ରୁ ୬ ପର୍ଯ୍ୟନ୍ତ...

ବୋପାନ୍ନା-ଶାପୋଭାଲୋଭ କ୍ୱାର୍ଟରରେ

ରୋଟରଡାମ୍‌, ୧୨।୨ (ପି.ଟି.): ଭାରତୀୟ ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନେଦରଲାଣ୍ଡ୍ସରେ ଚାଲିଥିବା ରୋଟର୍‌ଡାମ ଓପନ୍‌ ପ୍ରତିଯୋଗିତାର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ...

ଏହି ଘଟଣା ପରେ ୧୪ ଦିନ ଭୟରେ ଘରୁ ବାହାରି ନ ଥିଲେ, ଏବେ ଭାରତୀୟ କ୍ରିକେଟ ଦଳ ପାଇଁ ସାଜିଛନ୍ତି ସଙ୍କଟମୋଚକ

ଭାରତୀୟ କ୍ରିକେଟ ଦଳରେ ଏବେ ସଙ୍କଟମୋଚକ ସାଜିଛନ୍ତି ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଦଳ ପାଇଁ କେବଳ ଓପନିଂ କରୁନାହାନ୍ତି,...

ଆବୁ ଜାୟେଦଙ୍କୁ ଭର୍ତ୍ସନା

ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ...

ଦାଦାଙ୍କ ରେକର୍ଡ ଭାଙ୍ଗିଲେ ଗବର

କଲମ୍ବୋ,୧୮।୭: ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ଶିଖର ଧାଓ୍ବନ (ଗବର)। ଏଠାରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ...

Advertisement
Archives

Model This Week