Posted inଖେଳ

କରୋନା ଯୁଦ୍ଧ ଜିତିବା ପରେ ଜେଜେଙ୍କ କବର ସ୍ଥାନରେ ପହଞ୍ଚିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ୍‌ ଆଫ୍ରିଦ୍‌ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେବା ପରେ ସେ ନିଜ ପୁରୁଣା ଘରକୁ ଯାଇ ଜେଜେ ବାପାଙ୍କ କବର ସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ସେ ଅସହାୟଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ। ଏହି ସମୟରେ ତାଙ୍କୁ ରାଜନୀତିକୁ ଆସିବେ କି ବୋଲି କେତେକ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଥିଲେ ମୁଁ ରାଜନୀତିକୁ ଆସିବି ନାହିଁ। କରୋନା ସମୟରେ ଏମିତି ଲୋକଙ୍କୁ ସାହାଯ୍ୟ କରିବା ପ୍ରକୃତ କାରଣ ବିଷୟରେ ସେ ଖୁଲାସା କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆଫ୍ରିଦ୍‌ କହିଛନ୍ତି, ମୁଁ ମୋ ଜେଜେ ବାପାଙ୍କ ଭଳି ହେବାକୁ ଚାହୁଁଛି। ସେ ସବୁବେଳେ ଅନ୍ୟର ସହାୟତା କରୁଥିଲେ। ସେହିଭଳି ମୁଁ ଲୋକଙ୍କ ସହ ଯୋଡି ହୋଇ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୁରୁଣା ଘର ଗସ୍ତବେଳେ ଆଫ୍ରିଦ ନିଜ ଫାଉଣ୍ଡେଶନ ପକ୍ଷରୁ ୧୦୦୦ ପରିବାରକୁ ରାଶନ ଦାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଜର୍ଭ ଡେରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୦ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍‌ ସୁପର-୪ ଭାରତ-ପାକିସ୍ତାନ ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି। ଫଳରେ ରିଜର୍ଭ...

କରାଟେରେ କୃଷ୍ଣଙ୍କ କୀର୍ତ୍ତି

ପିଲାଦିନେ କ୍ରିକେଟ ପ୍ରତି ରୁଚି ରଖୁଥିବା କୃଷ୍ଣ କ୍ରମେ ଭାଇଙ୍କ ପ୍ରେରଣାରେ କରାଟେ ପ୍ରେମରେ ପଡ଼ନ୍ତି। ଉତ୍କଳ କରାଟେ ସ୍କୁଲ ହୁଏ ତାଙ୍କର ପଥ ପ୍ରଦର୍ଶକ।...

କମଲ୍‌ପ୍ରୀତ ୩ ବର୍ଷ ବାସନ୍ଦ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଟୋକିଓ ୨୦୨୦ରେ ସଫଳତାର ଶିଖର ଛୁଇଁଥିବା ମହିଳା ଡିସ୍‌କସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି। ତାଙ୍କ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ...

୪୦୦ ରନ୍‌ ରେକର୍ଡ କେବଳ ଏହି ଦୁଇ ଭାରତୀୟ କ୍ରିକେଟର ଭାଙ୍ଗିପାରିବେ: ବ୍ରାଏନ୍‌ ଲାରା

ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ୨୦୦୩ରେ ଆଣ୍ଟିଗୁଆରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ...

‘ଏମିତି କୁହ ନାହିଁ, ମୋତେ ବହୁତ୍‌ କଷ୍ଟ ହେଉଛି’;କାହିଁକି ଏମିତି କହିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୮।୬: ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନ ତାଙ୍କ ଟୁଇଟ୍‌ରେ ସଞ୍ଜୟ ମଞ୍ଜରେକରଙ୍କୁ ଏକ କଡା ଜବାବ ଦେଇଛନ୍ତି। ଅଶ୍ୱିନ ଟୁଇଟର୍‌ରେ ତାମିଲ ଚଳଚ୍ଚିତ୍ର...

ଇନ୍‌ସୁଲିନ୍‌ ନେଇ ପଡିଆକୁ ଓହ୍ଲାଉଥିଲେ ଏହି ଆକ୍ରମକ ବୋଲର୍‌: କ୍ରିକେଟ୍‌ରେ ହାସଲ କରିଥିଲେ ଅନେକ ରେକର୍ଡ

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ।...

ପଡିଆରେ ଭାଙ୍ଗ୍‌ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...

ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ କୋଚ୍‌ ହେବେ କି? ଦ୍ରାବିଡ ଦେଲେ ଏଭଳି ଜବାବ

କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଦ୍ରାବିଡ। ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଭିତ୍ତିରେ...

Advertisement
Archives

Model This Week