Posted inUncategorized

ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଳ ନାହିଁ…

ବାରଣାସୀ,୩୧।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି(ଏସପି) ଏମପି ଶଫିକୁରହମାମ ବର୍କ ଦାବି କରିଛନ୍ତି କି ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ହୋଇନାହିଁ, ଆଉ ଜ୍ଞାନବ୍ୟାପୀ ଉପରେ ଆଇନତଃ ସେମାନଙ୍କର ବି ଅଧିକାର ରହିଛି। ସେ ଅଭିଯୋଗ କରିଛନ୍ତି କି ଜବରଦସ୍ତ ଜ୍ଞାନବ୍ୟାପୀକୁ ମନ୍ଦିର କରାଯାଉଛି। ସେ କହିଛନ୍ତି ସେଠାରେ କୌଣସି ତ୍ରିଶୂଳ ନାହିଁ, ନା ଏମିତି କିଛି ମିଳିଛି ନା ଆମେ ଏହାକୁ ମାନୁଛୁ।

ସୋମବାର ଜ୍ଞାନବ୍ୟାପୀର ଏଏସଆଇ ସର୍ଭେକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ କି ଯଦି ଜ୍ଞାନବ୍ୟାପୀକୁ ମସଜିଦ କହିବେ ତେବେ ଏହା ଉପରେ ବିବାଦ ହେବ। ତାଙ୍କର ଏହି ବୟାନ ଉପରେ ଶଫିକୁରହମାମ ପ୍ରତିକ୍ରିୟା ଦେଇଛନ୍ତି।

ଶଫିକୁରରହମାନ ବର୍କ କହିଛନ୍ତି, ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ନ ଥିଲା କିମ୍ବା ମୁସଲମାନମାନେ ଝଗଡ଼ା ମଧ୍ୟ କରିନାହାଁନ୍ତି। ଏହି ଲୋକମାନେ ଜବରଦଖଲ କରି ଏହାକୁ ମନ୍ଦିର ବୋଲି କହିବା ଆରମ୍ଭ କଲେ, କିନ୍ତୁ ଆଜି ଆମେ ଏହାକୁ ଆମର ବିଶ୍ୱାସ ଅନୁସାରେ ଏକ ମସଜିଦ ବୋଲି ବିବେଚନା କରୁଛୁ, ତେଣୁ ସେମାନଙ୍କର ଆପତ୍ତି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଲ ନାହିଁ, ଆମେ ଏହାକୁ ବିଶ୍ୱାସ କରୁନାହୁଁ କିମ୍ବା ସେଠାରେ ଏହିପରି କିଛି ମିଳୁ ନାହିଁ। ଶଫିକୁର ରହମାନ ଆହୁରି ମଧ୍ୟ କହିଛନ୍ତି, ଦେଶ ଭିତରେ ଆଇନ ଅଛି, ଗଣତନ୍ତ୍ର ଅଛି, ଦେଶର ସମସ୍ତଙ୍କୁ ନିଜ ଧର୍ମରେ ବଞ୍ଚିବା ଏବଂ ତାଙ୍କ ମନ କଥା କହିବାର ଅଧିକାର ଦିଆଯାଇଛି। ଅନ୍ୟମାନଙ୍କୁ ମଧ୍ୟ ବଞ୍ଚିବାର ସୁଯୋଗ ଦିଅନ୍ତୁ। ଏହା ଭୁଲ ଅଟେ। ଅତ୍ୟାଚାର କରିବା ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?