Posted inଜାତୀୟ

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହି ସମୟରେ, ନିର୍ବାଚନ ଆୟୋଗର ସୂତ୍ରରୁ ଦାବି କରାଯାଇଛି ଯେ SIR ସମେତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଏବଂ ଉଭୟ ନିର୍ବାଚନ କମିଶନର ତଥା ମୁଖ୍ୟ ନିର୍ବାଚନ କମିଶନରଙ୍କ ଅନୁମୋଦନ ସହିତ ନିଆଯାଇଥିଲା।

‘ଏକ୍ସପ୍ରେସ’ ରିପୋର୍ଟ ଅନୁଯାୟୀ, SIR ପ୍ରକ୍ରିୟା ସମୟରେ ଦୁଇଜଣ ନିର୍ବାଚନ କମିଶନର ବିଭିନ୍ନ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଏବଂ ୧୦ ମାସ ମଧ୍ୟରେ ୧୪ ଥର ନିଜର ଅସହମତି ଜଣାଇଥିଲେ।

ଉଲ୍ଲେଖନୀୟ ଯେ, ନିର୍ବାଚନ ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇଜଣ ନିର୍ବାଚନ କମିଶନରଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଦ୍ୱାରା ନିଆଯାଇଥାଏ। ଏହି କମିଶନରମାନଙ୍କ ମଧ୍ୟରୁ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ଆପତ୍ତି ଉଠାଇଥିବାବେଳେ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଏହି ଆପତ୍ତିଗୁଡ଼ିକୁ ଅଣଦେଖା କରାଯାଇଥିଲା ଏବଂ ସଂଖ୍ୟାଗରିଷ୍ଠତା ଆଧାରରେ ଭୋଟ ଦେବା ପାଇଁ ନିଷ୍ପତ୍ତିଗୁଡ଼ିକୁ କମିଶନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇନଥିଲା।

ଏହି ଖୁଲାସା ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଆଜି ଅପରାହ୍ନ ୧ଟା ସମୟରେ ତାଙ୍କ ସହଯୋଗୀ ଡକ୍ଟର ଅଭିଷେକ ସିଂଘଭି INC (କଂଗ୍ରେସ) ପକ୍ଷରୁ ଗଣମାଧ୍ୟମ ସହ ବିସ୍ତୃତ ଭାବେ କଥା ହେବେ। ସେ ଏକ ପ୍ରମୁଖ ଜାତୀୟ ଖବରକାଗଜରେ ପ୍ରକାଶିତ ସେହି ଚାଞ୍ଚଲ୍ୟକର ତଥ୍ୟ ଉପରେ ଆଲୋଚନା କରିବେ, ଯେଉଁଥିରେ ଦର୍ଶାଯାଇଛି ଯେ କିପରି CEC (ମୁଖ୍ୟ ନିର୍ବାଚନ କମିଶନର) ଭାରତର ନିର୍ବାଚନ ଆୟୋଗର ବିଶ୍ୱସନୀୟତା ଏବଂ ନିରପେକ୍ଷତାକୁ କ୍ଷୁର୍ଣ୍ଣ କରିଛନ୍ତି।

‘X’ (ଟୁଇଟର) ରେ ଏକ ପୋଷ୍ଟ ମାଧ୍ୟମରେ କଂଗ୍ରେସ କହିଛି, ‘ଅଭିଯୋଗରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ଦୁଇଜଣ ନିର୍ବାଚନ କମିଶନରସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଉ ନାହିଁ। ସେମାନଙ୍କ ସହ କୌଣସି ପରାମର୍ଶ କରାଯାଉ ନାହିଁ। ସେମାନଙ୍କ ଅଜାଣତରେ କିମ୍ବା ସେମାନଙ୍କ ମତାମତ ବିନା ନିଷ୍ପତ୍ତି ନିଆଯାଉଛି। ଏହି ୧୪ଟି ଅଭିଯୋଗ ମୁଖ୍ୟତଃ SIR (ଭୋଟରମାନଙ୍କ ବ୍ୟବସ୍ଥିତ ଚିହ୍ନଟକରଣ), ଫର୍ମ-୬ ରେ ପରିବର୍ତ୍ତନ, ନୂତନ ଭୋଟର ପଞ୍ଜୀକରଣ, ଭୋଟର ତାଲିକାରୁ ନାମ ଯୋଡ଼ିବା ଓ ବାଦ ଦେବା, ନାମ ପୁନଃସ୍ଥାପନ ନିର୍ଦ୍ଦେଶ ବିରୁଦ୍ଧରେ ଅପିଲ, ଭୋଟର ତାଲିକାର ସୁରକ୍ଷା ଏବଂ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ସହ ଜଡ଼ିତ। ଏହି ଅଭିଯୋଗଗୁଡ଼ିକରୁ ସ୍ପଷ୍ଟ ହେଉଛି ଯେ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ କେବଳ ଜ୍ଞାନେଶ କୁମାରଙ୍କ କଥା ହିଁ ଚାଲୁଛି।’

ଅନ୍ୟପକ୍ଷରେ, NCP (SP) ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଚକିତ କଲା ଭଳି ଘଟଣା। ‘ଦେଖନ୍ତୁ, ଉଦ୍ଧବ ଜୀଙ୍କ ଦଳ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିର ସାମ୍ନା କରିଛି ଏବଂ ଆମେ ମଧ୍ୟ କରିଛୁ… ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଗୋଟିଏ ଭୋଟ ଅଛିଆପଣଙ୍କ ପାଖରେ ଗୋଟିଏ ଭୋଟ ଅଛି ଏବଂ ମୋ ପାଖରେ ମଧ୍ୟ ଗୋଟିଏ ଭୋଟ ଅଛି। ସମ୍ବିଧାନ ଆମକୁ ସମାନତା ପ୍ରଦାନ କରିଛି। ଏହା ଆମକୁ ପ୍ରତିଶ୍ରୁତି ଦେଇଥିଲା ଯେ ଏହି ଦେଶ ଆଗକୁ ବଢ଼ିବ।’

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?