Posted inଖେଳ

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଭାରତ T20I କ୍ରିକେଟ୍‌ରେ ୨୦୦ଟି ମ୍ୟାଚ ଜିତିଥିବା ବିଶ୍ୱର ପ୍ରଥମ ଦଳ ହୋଇଛି। ଏହି ଗଣନାରେ ସୁପର ଓଭର ମାଧ୍ୟମରେ ମିଳିଥିବା ବିଜୟ ମଧ୍ୟ ସାମିଲ ରହିଛି।

ଭାରତ ମାତ୍ର ୨୯୧ଟି ମ୍ୟାଚ ଖେଳି ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁଛି। ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତ ତା’ର T20I ଯାତ୍ରା ଆରମ୍ଭ କରିଥିଲା। T20I କ୍ରିକେଟ୍‌ରେ ଭାରତର ବିଜୟ ଯାତ୍ରା ୨୦୦୬ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ସହ ଆରମ୍ଭ ହୋଇଥିଲା। ଏହାପରେ ଭାରତ ନିୟମିତ ଭାବେ ବିଜୟ ହାସଲ କରି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି।

-୨୦୦୬: ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ T20I ବିଜୟ
-୨୦୧୭:ଶ୍ରୀଲଙ୍କା ବିପକ୍ଷରେ ୫୦ତମ ବିଜୟ
– ୨୦୨୨: ୱେଷ୍ଟଇଣ୍ଡିଜକୁ ହରାଇ ୧୦୦ତମ ବିଜୟ
– ୨୦୨୪: ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ତମ ବିଜୟ
-୨୦୨୫: ଜାପାନକୁ ହରାଇ ୨୦୦ତମ ବିଜୟ

T20I କ୍ରିକେଟ୍‌ରେ ସର୍ବାଧିକ ବିଜୟ ହାସଲ କରିଥିବା ଦଳ ତାଲିକାରେ ଭାରତ ଶୀର୍ଷରେ ରହିଛି। ଭାରତ ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି। ପାକିସ୍ତାନ ୨୯୯ଟି ମ୍ୟାଚ ଖେଳି ୧୭୪ଟିରେ ବିଜୟ ହାସଲ କରିଛି। ଏହି ତାଲିକାରେ ନ୍ୟୁଜିଲାଣ୍ଡ ୧୩୭ ବିଜୟ ସହ ତୃତୀୟ, ଦକ୍ଷିଣ ଆଫ୍ରିକା ୧୩୧ ବିଜୟ ସହ ଚତୁର୍ଥ ଏବଂ ଇଂଲଣ୍ଡ ୧୩୦ ବିଜୟ ସହ ପରବର୍ତ୍ତୀ ସ୍ଥାନରେ ରହିଛି।
ଭାରତ ଜାପାନ ବିପକ୍ଷରେ ମାତ୍ର ୨ ରନ୍‌ରେ ମ୍ୟାଚ ଜିତି ୨୦୦ତମ T20I ବିଜୟ ନିଜ ନାମରେ କରିଛି। ଏହି ଐତିହାସିକ ବିଜୟ ପରେ ଭାରତୀୟ ଦଳର ପରବର୍ତ୍ତୀ ନଜର ଏସିଆନ ଗେମ୍ସ ଉପରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?