ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ୩ଟି ଅଞ୍ଚଳ ବୁଧବାର ପାଣିଘେରରେ ରହିଥିବା ଦେଖିବାକୁ ମିଳିଛି। ଭାଗ୍ୟଲକ୍ଷ୍ମୀ ନଗର, ପାଳିଆ ଛତ୍ରପୁର ଓ ବ୍ୟାଙ୍କ କଲୋନୀରେ ଅନେକ ଘର ପାଣିଘେରରେ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଅନବରତ ବର୍ଷା ଯୋଗୁ ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପ ମୂଷଳଧାରା ବର୍ଷାରେ ତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏମିତି ପରିସ୍ଥିତିରେ ତାମ୍ପରା ହ୍ରଦ ଜଳ ମାଡ଼ି ଆସେ ତା’ ହେଲେ ବନ୍ୟା ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।

