୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର ଏକ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଦୁଇ ପ୍ରତିଭାବାନ ସନ୍ତାନ ଡ଼ଃ. ସରସ୍ବତୀ ସୁନା ଓ ଡ଼ଃ. ଜିତେନ୍ଦ୍ର ସୁନାଙ୍କ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରର ସଫଳତାକୁ ସମ୍ମାନ ଜଣାଇ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଡ଼ଃ. ସରସ୍ବତୀ ସୁନା ଓ ତାଙ୍କ ପରିବାରବର୍ଗ ଥିଲେ। ଡ଼ଃ. ସରସ୍ବତୀ ସୁନା ୨୦୨୪ ମସିହାରେ ଅଷ୍ଟ୍ରେଲିଆର ଦି ୟୁନିଭର୍ସିଟି ଅଫ ସିଡନୀରୁ ଶିକ୍ଷା (Education) ବିଷୟରେ ପିଏଚ.ଡି. ଡିଗ୍ରୀ ଅର୍ଜନ କରି ଏକ ଅନନ୍ୟ କୃତିତ୍ୱ ହାସଲ କରିଛନ୍ତି। ଆୟୋଜକଙ୍କ ପ୍ରଦତ୍ତ ସୂଚନା ଅନୁସାରେ, ସେ କଳାହାଣ୍ଡି ଜିଲାର ପ୍ରଥମ ମହିଳା ଭାବେ ସିଡନୀ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି. ଅର୍ଜନ କରିଥିଲେ। ସମାରୋହରେ ସରସ୍ବତୀ ତାଙ୍କ ଶିକ୍ଷା ଜୀବନ, ସଂଘର୍ଷ ଓ ସଫଳତାର ଅନୁଭୂତି ଉପସ୍ଥିତ ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ସହ ବାଣ୍ଟିଥିଲେ। ଉଚ୍ଚଶିକ୍ଷା ହାସଲ କରିବାର ଯାତ୍ରାରେ ଆସିଥିବା ବିଭିନ୍ନ ଆହ୍ବାନ ଓ ତାହାକୁ ଅତିକ୍ରମ କରି ସଫଳତା ପାଇବାର ଅନୁଭବ ସମ୍ପର୍କରେ ସେ ବିସ୍ତୃତ ଭାବେ କହିଥିଲେ। ଭବିଷ୍ୟତରେ ଅଞ୍ଚଳର ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସେମାନଙ୍କୁ ନିଜ ସାଧ୍ୟମତେ ସହଯୋଗ ଓ ମାର୍ଗଦର୍ଶନ କରିବାକୁ ଡ଼ଃ. ସୁନା ପ୍ରତିଶ୍ରୁତି ଦେଇଥିଲେ। ନିଜ ବକ୍ତବ୍ୟରେ ଡ଼ଃ. ସୁନା ତାଙ୍କ ଜୀବନର ଆଦର୍ଶ ଭାବେ ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଏବଂ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀବାଈ ଫୁଲେଙ୍କୁ ଉଲ୍ଲେଖ କରିଥିଲେ।
ଶିକ୍ଷା, ସମାନତା, ସାମାଜିକ ନ୍ୟାୟ ଓ ନାରୀ ଶିକ୍ଷା ପ୍ରତି ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ଅବଦାନ ତାଙ୍କୁ ନିଜ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିବା ସେ ପ୍ରକାଶ କରିଥିଲେ। ସରସ୍ବତୀଙ୍କ ଭାଇ ଡ଼ଃ. ଜିତେନ୍ଦ୍ର ସୁନା ମଧ୍ୟ ୨୦୨୨ ମସିହାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU), ନୂଆଦିଲ୍ଲୀରୁ ଇତିହାସ ବିଷୟରେ ପିଏଚ.ଡି. ଡିଗ୍ରୀ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ଏକ ଗ୍ରାମରୁ ଦୁଇ ଭାଇ-ଭଉଣୀଙ୍କ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରର ଏହି ସଫଳତା ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ ହୋଇଛି।

କାର୍ଯ୍ୟକ୍ରମରେ ପୌରକେଲା ସରପଞ୍ଚ ଯଶସ୍ବିନୀ ଧାରୁଆ ଓ ସମିତି ସଭ୍ୟ ସୁଧୀର ଭୋଇ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ଭୋଇ ଓ ହଜାରୁ ଦଣ୍ଡସେନାଙ୍କ ସମେତ ବରୁଣ ଭୋଇ, ଗୋବିନ୍ଦ ଭୋଇ, ଶ୍ରୀ ବବୃବାହନ ଭୋଇ ଓ ବୈବସୁତ ସୁନା ପ୍ରମୁଖ ବିଶିଷ୍ଟ ଭଦ୍ରବ୍ୟକ୍ତି ଓ ସମାଜସେବୀ ଉପସ୍ଥିତ ଥିଲେ। ଯୁବ ସଂଗଠନର ଅଧ୍ୟକ୍ଷ ଲକ୍ଷପତି ରଣା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସଚିବ ତରୁନସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍‌ କମିଟି ସଦସ୍ୟ ପ୍ରଦୀପ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଉପସଚିବ ପ୍ରଭଞ୍ଜନ ଦାସ, ଜନସମ୍ପର୍କ ସଂଯୋଜକ ଭୋଳା ରଣା ଏବଂ କୋର୍‌ କମିଟି ସଦସ୍ୟ ଧନେଶ୍ୱର ଭୋଇ, ଲୋଚନ ପାତ୍ର, ହଂଶଧ୍ୱଜ ଦଣ୍ଡସେନା, ଲମ୍ବୋଦର ନାଏକ ଓ ବରୁଣ ଭୋଇଙ୍କ ସମେତ ସଂଗଠନର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ପୌରକେଲା ଭଳି ଏକ ଛୋଟ ମଫସଲ ଗ୍ରାମରୁ, ଯେଉଁ ଗାଁ ରେ ଗମନାଗମନ ସୁବିଧା ନାହିଁ, ସ୍ବାସ୍ଥ୍ୟ ସୁବିଧା ନାହିଁ, ସେ ଗାଁରୁ ଦୁଇ ଜଣ ପ୍ରତିଭା ଦେଶ ତଥା ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି. ଡିଗ୍ରୀ ଅର୍ଜନ କରି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିଜର ସ୍ଥାନ ସୃଷ୍ଟି କରିଥିବାରୁ ସମଗ୍ର ଅଞ୍ଚଳରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଏଭଳି ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ଯୁବପିଢ଼ିଙ୍କୁ ଉଚ୍ଚଶିକ୍ଷା, ଗବେଷଣା ଓ ସମାଜସେବା ପ୍ରତି ପ୍ରୋତ୍ସାହିତ କରୁଥିବାରୁ ମା’ ସୁନାମୁଖୀ ଯୁବ ସଂଗଠନର ଏହି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ

ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?