ସରୁନି ପରୀକ୍ଷା, ପୋଲିସ କରିଛି ଅପେକ୍ଷା

ସମ୍ବଲପୁର,୨୮ା୫(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାଥାନା ଅଞ୍ଚଲରେ ଜଣେ ବଳାତ୍କାର ଅଭିଯୁକ୍ତ ଅଧ୍ୟାପକ ସଞ୍ଜିତ ନାୟକ ବୁର୍ଲା ଭିମସାରରେ ଆଶ୍ରିତ ହୋଇଛନ୍ତି। ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଥିବାରୁ ପୋଲିସ ଗିରଫ ମଧ୍ୟ କରିପାରୁ ନାହିଁ। ସେପଟେ ଏତେଦିନ ହେଲା ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେ ଡିସଚାର୍ଜ ହେବା ପରେ କୋର୍ଟ ଚାଲାଣ କରିବ ସେନେଇ ପୋଲିସ ଅପେକ୍ଷା କରିଛି। ଏହି ଘଟଣାରେ ପୋଲିସ ଓ ଭିମସାର କର୍ତ୍ତୃପକ୍ଷଙ୍କ ଭିତରେ ଟଣାଓଟରା ଚାଲିଛି। ପୋଲିସ କହୁଛି ମେଡିକାଲରେ ସ୍ବାସ୍ଥ୍ୟବସ୍ଥା ରିପୋର୍ଟ ସହ ଡିସଚାର୍ଜ କଲେ କୋର୍ଟ ଚାଲାଣ କରାଯିବ। ପୋଲିସ ମେଡିକାଲ ବୋର୍ଡ ଗଠନ କରି ରିପୋର୍ଟ ଦେବାକୁ ଭିମସାର କର୍ତ୍ତୃପକ୍ଷଙ୍କୁ ଚିଠି କରିଛି। ଚିଠି କରିବାର ପ୍ରାୟ ୮ ଦିନ ବିତି ଯାଇଥିଲେ ମଧ୍ୟ ମେଡିକାଲ ପକ୍ଷରୁ କୌଣସି ଉତ୍ତର ଆସି ନାହିଁ। ସମ୍ବେଦନଶୀଳ ଘଟଣାରେ ମେଡିକାଲ ପକ୍ଷରୁ ଠିକଭାବେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି କୁଚିଣ୍ଡା ଥାନା ଅଧିକାରୀ ସୌଭାଗ୍ୟ ସେଠ କହିଛନ୍ତି। ପୋଲିସର କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ଅଭିଯୁକ୍ତ ପଟେଲଙ୍କୁ ଗିରଫ ନ କରି କିଭଳି ଭାବେ କୋର୍ଟ ଚାଲାଣ କରିବା ପାଇଁ କୁଚିଣ୍ଡା ମେଡିକାଲ ନେଇଥିଲା। ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବା ଅଭିଯୁକ୍ତ ପଟେଲ କହିବା ପରେ ବୁର୍ଲା ମେଡିକାଲ ନେବା ଭଳି ଘଟଣା ପୋଲିସକୁ ସନ୍ଦେହ ଘେରକୁ ଟାଣି ଆଣିଛି ା ଅନ୍ୟପଟେ ଭିମସାର କର୍ତ୍ତୃପକ୍ଷ କାର୍ଯ୍ୟକୁ ନେଇ ମଧ୍ୟ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା କରାଇବାରେ ଜାଣିଶୁଣି ବିଳମ୍ବ କରାଯାଉଛି। ଆଇସିୟୁ ନୁହେଁ ଅଭିଯୁକ୍ତ ପଟେଲ ହୃଦରୋଗ ବିଭାଗର ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ା ଏଥିରୁ ଜଣାଯାଏ ଯେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି ା ଶୀଘ୍ର ସମ୍ପୂର୍ଣ୍ଣ ରିପୋର୍ଟ ଆଶା ମଧ୍ୟ ଦେଖା ଦେଇଛି ା ଶନିବାର ତାଙ୍କର ଅଲଟ୍ରାସାଉଣ୍ଡ ମଧ୍ୟ କରାଯାଇଥିବା ଜଣାପଡିଛି। ହେଲେ ସାଧାରଣ ରୋଗ ଗୁଡିକରେ ଜୀବନ ପ୍ରତି କମ ବିପଦ ରହିଥାଏ। ଏପର୍ଯ୍ୟନ୍ତ ଏନଜୋଗ୍ରାମ ପରୀକ୍ଷା କରାଯାଇନାହିଁ। ତେଣୁ ଜଣେ ହୃଦରୋଗୀଙ୍କୁ ଚିକିତ୍ସା ଦେବାରେ ମଧ୍ୟ ଅବହେଳା କରାଯାଉଛି। ବଳାତ୍କାର ମାମଲାରେ ଅଭିଯୁକ୍ତ ପାଇଁ କାହାର ବରଦାନରେ ସୁରକ୍ଷା ଦେବାକୁ ପୋଲିସ ଓ ଭିମସାର କର୍ତ୍ତୃପକ୍ଷ ଲାଗି ପଡିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପଟେ ଅଭିଯୁକ୍ତ ପଟେଲ କୁଚିଣ୍ଡା ଅଞ୍ଚଲର ଅଟନ୍ତି। ଭିମସାର କେତେକ ଡାକ୍ତର ମଧ୍ୟ କୁଚିଣ୍ଡା ଅଞ୍ଚଲର। ତେଣୁ ପୂର୍ବ ପରିଚିତ ଥିବା ଯୋଗୁ ଏଭଳି ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି। ଯାଞ୍ଚ କରି ଡିସଚାର୍ଜ କରାଯାଉ ବୋଲି ସାଧାରଣରେ ମଧ୍ୟ ଦାବି ହେଉଛି। ହେଲେ ଭିମସାର ହୃଦରୋଗ ବିଭାଗ ମୁଖ୍ୟ ସୁନିଲ ଶର୍ମା କହିଛନ୍ତି ଯେ, ସବୁ ରୋଗୀ ସମାନ ଅଟନ୍ତି। ପୂର୍ବରୁ ଏହି ଘଟଣାକୁ ନେଇ ଫୋନ ଆସିଥିଲା ା ତାଙ୍କର ପରୀକ୍ଷାଗୁଡିକ ପର୍ଯ୍ୟାୟ କ୍ରମେ ଚାଲିଛି। ଅନେକ ଗୁଡିଏ ରୋଗରେ ଥିବା ଲକ୍ଷଣ ଦେଖାଦେଇଛି। ସମସ୍ତ ରିପୋର୍ଟକୁ ଆଧାର କରି ଡିସଚାର୍ଜ କରାଯିବ। ପୋଲିସ ଚିଠି ଅନୁସାରେ ହୃଦରୋଗ ବିଭାଗ, ସର୍ଜରୀ ଓ ମେଡିସିନ ବିଭାଗ ବରିଷ୍ଟ ଡାକ୍ତରମାନଙ୍କୁ ନେଇ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି। ପୋଲିସକୁ ମେଡିକାଲ ବୋର୍ଡ ଚିଠି କରି ଉତ୍ତର ଦେଇଛି ା ହୁଏତ ତାଙ୍କ ପାଖରେ ପହଞ୍ଚି ନ ଥିବ। ଅଭିଯୁକ୍ତ ପଟେଲଙ୍କୁ ସୁରକ୍ଷା ଦେବାରେ କାହାରି ବ୍ୟକ୍ତିଗତ ଇଚ୍ଛା ନାହିଁ ଅଯଥାରେ ମେଡିକାଲ ଉପରେ ଦୋଷ ଦିଆଯାଉଛି ବୋଲି କହିଥିଲେ। ସୂଚନା ଯୋଗ୍ୟ, ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀଙ୍କ ସହ ସୋନପୁର ଜିଲା ବୀରମହାରାଜପୁର କଲେଜରେ ଅଧ୍ୟାପକ ତଥା କୁଚିଣ୍ଡା ନିବାସୀ ସଞ୍ଜିତ ନାୟକ ପରିଚୟ ହୋଇଥିଲା ା ଆପତ୍ତି ଜନକ ଫଟୋ ଓ ଭିଡିଓ ମଧ୍ୟ ଉଭୟଙ୍କର ରହିଛି ା ଯାହାକୁ ଭାଇରାଲ କରିବାକୁ ଅଭିଯୁକ୍ତ ନାୟକ ଧମକ ଦେଇଆସୁଥିଲେ। ଯୁବତୀଙ୍କ ବିବାହ ସ୍ଥିର ହେବାକୁ ଥିଲେ ସେଠାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିଲେ। ଯୁବତୀ ଜଣଙ୍କ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କୁ ଅଭିଯୋଗ କରିଥିଲେ। ପରେ କୁଚିିଣ୍ଡା ଥାନାରେ ଏନେଇ ଏକ ମାମଲା (ନଂ.୯୫/୨୩) ରୁଜୁ ହୋଇଥିଲା ା ଅଭିଯୁକ୍ତ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ପିଲାଛୁଆ ମଧ୍ୟ ଅଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରୁ ନାବାଳିକା ଉଦ୍ଧାର: ଜେଲ ଗଲେ ଅପହରଣକାରୀ

ବ୍ରହ୍ମପୁର ଅଫିସ,୧୬ା୨: ବ୍ରହ୍ମପୁର ନିମଖଣ୍ଡି ପୋଲିସ ଅପହରଣ କରାଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସେହିପରି ଅପହରଣକାରୀ ଯୁବକଙ୍କୁ ମଧ୍ୟ ସେଠାରୁ କାବୁ...

କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ କର୍ମଶାଳା

ଦିଗପହଣ୍ଡି,୮ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମଙ୍ଗଳବାର ପଞ୍ଚାୟତସ୍ତରୀୟ କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ ନିମନ୍ତେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କାଳିଆ ଯୋଜନା ବ୍ଲକସ୍ତରୀୟ...

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ ଘଟଣା,ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କ କାଠ ଫାଳିଆ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ଟି. ସୁଜିତ୍‌...

ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି।...

ସିଟି ହସ୍ପିଟାଲ୍‌ରେ ଅଚାନକ ପହଞ୍ଚିଲେ ଜିଲାପାଳ: ଦୁଇ ଔଷଧ ଦୋକାନ ବନ୍ଦ

ବ୍ରହ୍ମପୁର ଅଫିସ୍‌,୧୦ା୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠୁ ବରିଷ୍ଠ ପ୍ରଶାସକମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଛନ୍ତି।...

ଦୂରତା ଚିହ୍ନଟ କଲା ପୋଲିସ

ବଇଣ୍ଡା/ଆଠମଲ୍ଲିକ, ୨୬।୩ (ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା ଅଞ୍ଚଳରେ ଗୁରୁବାର ପୋଲିସ ପକ୍ଷରୁ ବିଭିନ୍ନ ଦୋକାନ...

ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨...

ପେଣ୍ଠକଟାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ପୁରୀ ଅଫିସ, ୮।୯:  ପୁରୀ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସଜଡ଼ା ଯିବ। ସେମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା...

Advertisement
Archives

Model This Week