ସେରୋ ସର୍ଭେ ଓ ଆଣ୍ଟିବଡ଼ି

ଡା. ଉମେଶ ଚନ୍ଦ୍ର ପାତ୍ର

କରୋନା କବଳରେ କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱ ଛଟପଟ ହେଉଛି। ଓଡ଼ିଶାର ଉପାନ୍ତ ଜିଲା ଗଜପତିର ୬୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁକୁ ନେଇ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ଯାହା କି ରାଜ୍ୟରେ ସର୍ବାଧିକ। ସେରୋ ସର୍ଭେ ଦ୍ୱାରା ଏହି ତଥ୍ୟ ମିଳିଛି। ପାରଳାଖେମୁଣ୍ଡିରେ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା, ଯାହା କି ସେପ୍ଟେମ୍ବର ୧୫ରୁ ୧୮ ପର୍ଯ୍ୟନ୍ତ ଚାଲିଥିଲା ଓ ଆରଏମ୍‌ଆରସିର ପାଞ୍ଚଟି ଟିମ୍‌ ଏଥିରେ ନିୟୋଜିତ ହୋଇଥିଲେ। ସମୁଦାୟ ୧୫୧୫ ନମୁନା ସଂଗ୍ରହ ହୋଇଥିଲା। ସଂଗୃହୀତ ଲୋକମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ନ ଥିଲା। ଗଜପତିରେ ବିଶେଷକରି ମହିଳାଙ୍କ ମଧ୍ୟରେ ଆଶାତୀତ ଭାବେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଗଜପତିର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ଆସିପାରିଛି କି ନାହିଁ ତାହା ଜାଣିବା ଲାଗି ନିୟମିତ ବ୍ୟବଧାନରେ ସେମାନଙ୍କ ଅନୁଧ୍ୟାନ କରିବାକୁ ପଡ଼ିବ। ପ୍ରକୃତରେ ତାହା ଭୂତାଣୁ ରୋକିବାରେ ସକ୍ଷମ ହୋଇପାରୁଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ସୂଚନାଥାଉ କି ଏହା ପୂର୍ବରୁ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ଓ ରାଉରକେଲାରେ ସେରୋ ସର୍ଭେ ହୋଇସାରିଛି। ପୁରୀରେ କେବଳ ସମ୍ବେଦନଶୀଳ ଲୋକମାନଙ୍କର ସେରୋ ସର୍ଭେ କରାଯାଇଥିଲା। ବ୍ରହ୍ମପୁରରେ ୩୧ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବାବେଳେ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୧.୪ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ପ୍ରତିଶତ ଆଣ୍ଟିବଡ଼ି ଥିବା ଦେଖିବାକୁ ମିଳିଥିଲା। ରାଉରକେଲାରେ ଏକ ଚତୁର୍ଥାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ରହିଥିବା ସେରୋ ସର୍ଭେରୁ ଜଣାପଡ଼ିଛି।
ଆସନ୍ତୁ ସେରୋ ସର୍ଭେ ସମ୍ପର୍କରେ କିଛି ଜାଣିବା। ଗୋଟିଏ ରାଜ୍ୟ ବା ସହରରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ କେତେ ବ୍ୟାପୁଛି, ତାହା ଜାଣିବା ପାଇଁ ଏହି ସେରୋଲୋଜିକାଲ ସର୍ଭେ କରାଯାଇଥାଏ। ଏଥିରୁ କେତେ ଲୋକଙ୍କ ରକ୍ତରେ ଆଣ୍ଟିବଡ଼ି ରହିଛି, ତାହା ଜଣାପଡ଼ିଥାଏ। କରୋନା ଭୂତାଣୁ ସଂକ୍ରମଣ ପରେ ଦିଲ୍ଲୀ, ପୁଣେ, ଭୁବନେଶ୍ୱର ଭଳି କେତେକ ସହରରେ ସେରୋ ସର୍ଭେ କରାଯାଇଛି। ପୁଣେରେ ହୋଇଥିବା ସଦ୍ୟ ସର୍ଭେରେ ୫୧.୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ରହିଥିବା ଜଣାପଡ଼ିଥିଲା। ଭୂତାଣୁ ଶରୀର ମଧ୍ୟରେ ଯେବେ ପ୍ରବେଶ କରେ, ଶରୀର ତାହାକୁ ତଡ଼ିବା ପାଇଁ କିଛି ପ୍ରୋଟିନ୍‌ ତିଆରି କରିଥାଏ, ତାହାକୁ ଆଣ୍ଟିବଡ଼ି କୁହାଯାଏ। ଶରୀରରେ ଭୂତାଣୁ ପଶିବା ପରେ ଆପେ ଆପେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଏହି ଆଣ୍ଟିବଡ଼ିର ଆକାର ଇଂଲିଶ ଅକ୍ଷର ‘ୱାଇ’ ସଦୃଶ ହୋଇଥାଏ। ବିଶେଷଜ୍ଞଙ୍କ ମୁତାବକ ୪୦ରୁ ୬୦ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହେବା ଦ୍ୱାରା ହର୍ଡ଼ ଇମ୍ୟୁନିଟି ପର୍ଯ୍ୟାୟ ଆରମ୍ଭ ହୋଇଯାଏ। ଏହାପରେ ଭୂତାଣୁ ସଂକ୍ରମଣ ଏକ ସାଧାରଣ ରୋଗରେ ସୀମିତ ରହିଯାଏ। ଏଥିପାଇଁ ଟିକା କିମ୍ବା ଦାମୀ ଔଷଧ ଆବଶ୍ୟକ ପଡ଼ି ନ ଥାଏ।
କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇ ଚାଲିଥିବାବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟି ଯାଏ ନିକଟରେ ଏକ ରିସର୍ଚ୍ଚ ତଥ୍ୟର ରିପୋର୍ଟ ପ୍ରସିଦ୍ଧ ‘ଲାନ୍‌ସେଟ୍‌’ ପତ୍ରିକାରେ ପ୍ରକାଶ ପାଇଛି। ମଣିଷର ରୋଗପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରିପାରି ନ ଥାଏ। କିନ୍ତୁ ବେଳେ ବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡ଼ି ଆଣ୍ଟିଜେନ୍‌ ସହିତ ମିଶି ଶରୀର ବିରୋଧରେ ଲଢ଼ିଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇ ରହିଥାଏ, ଯାହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୂକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ; ଯାହାଦ୍ୱାରା ଶରୀରର ରକ୍ତଚାପ କମିଯାଇ ଏହା ପ୍ରଭାବରେ ଲିଭର, କିଡ୍‌ନୀ, ହାର୍ଟ ଓ ଫୁସ୍‌ଫୁସ୍‌ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡ଼େ। ଏଭଳି ସ୍ଥିତିରେ କରୋନା ସଂକ୍ରମଣର ପ୍ରଭାବ ବଢ଼ିଯାଏ। ଦେହରେ ତାପମାତ୍ରା ବଢ଼ିବା ସହ ମୁଣ୍ଡ ବିନ୍ଧିଥାଏ। କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ୍‌ ସମୟ ମଧ୍ୟରେ ନଷ୍ଟ କରିଦେଇଥାଏ। ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଓ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁ ରୋଗପ୍ରତିରୋଧକ ଶକ୍ତି ଶରୀରର କ୍ଷତି କରିଥିଲା। ଏଚ୍‌-୧ଏନ୍‌-୧ ସ୍ବାଇନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବାର ବିଶ୍ୱାସ ହେଉଛି। ସାଧାରଣତଃ ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ବାଭାବିକ କରିବା ଲାଗି ଷ୍ଟିରଏଡର ବ୍ୟବହାର କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡର ବ୍ୟବହାରର ସଫଳତା ଗବେଷଣା ସାପେକ୍ଷ। ଶରୀରରେ ସାଇଟୋକାଇନ୍‌ ଷ୍ଟର୍ମ ସୃଷ୍ଟି ହୋଇଥିବା ବିଷୟରେ ସହଜରେ ଜଣାପଡ଼ି ନ ଥାଏ। ଏହା ଜଣାପଡ଼ିଲା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏ କ୍ଷେତ୍ରରେ ଟୋସିଲିଜୁମାଚ୍‌ ବେଶ୍‌ ସଫଳତାର ସହିତ କାମ କରିଥାଏ ବୋଲି ଗବେଷକ ମତ ଦେଉଛନ୍ତି। ଚିକିତ୍ସା ଜଗତ ଯେଉଁ ନୂଆ ଚାଲେଞ୍ଜର ସମ୍ମୁଖୀନ ହୋଇଛି ସେଥିରେ ଆଶଙ୍କା ସୃଷ୍ଟି ହୋଇଛି ଯେ ସଂକ୍ରମିତ ରୋଗର ଉପଯୁକ୍ତ ଚିକିତ୍ସା ହେବାର ଯୁଗ ବୋଧହୁଏ ସରିଗଲାଣି। କାରଣ ପେନ୍‌ସିଲିନ୍‌ଠାରୁ ଆରମ୍ଭ କରି ଅନେକ ଜୀବନ ରକ୍ଷାକାରୀ ଔଷଧ ସହ ଉଭୟ ଚିକିତ୍ସକ ଓ ସାଧାରଣ ଲୋକେ ଅଭ୍ୟସ୍ତ ହୋଇଆସିଛନ୍ତି। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ନୂଆ କଥା ନୁହେଁ। ଗତ କିଛିବର୍ଷ ଧରି ବୈଜ୍ଞାନିକମାନେ କହିଆସୁଥିଲେ ଯେ ଆବଶ୍ୟକ ପଦକ୍ଷେପ ଯଥାଶୀଘ୍ର ନିଆ ନ ଗଲେ ଜୀବନହାନିକାରୀ ସଂକ୍ରମଣ ମଣିଷ ପାଇଁ ପୁଣି ବଡ଼ ବିପଦ ଭାବେ ଦେଖାଦେବ, ଯାହାର ଚିକିତ୍ସା କରାଯାଇପାରିବ ନାହିଁ। ଆଣ୍ଟିବାୟୋଟିକ ଉଦ୍‌ଭାବନ ପରଠାରୁ ଯେଉଁ ଜୀବାଣୁ ବା ବ୍ୟାକ୍ଟେରିଆ ରୋଗର କାରଣ ହେଉଥିଲା ତାକୁ ମୁକାବିଲା କରିବାର ସାମର୍ଥ୍ୟ ଡାକ୍ତରମାନେ ହାସଲ କରିଥିଲେ। ୧୯୩୦-୪୦ ମସିହାରେ ଜଣାପଡ଼ିଲା ଯେ ବ୍ୟାକ୍ଟେରିଆଗୁଡ଼ିକ ମଧ୍ୟ ଔଷଧର ଜୀବାଣୁ ଧ୍ୱଂସକାରୀ ସାମର୍ଥ୍ୟକୁ ପ୍ରତିରୋଧ କରିପାରିବେ। ଚୋର ଓ ପୋଲିସ ମଧ୍ୟରେ ଛକାପଞ୍ଝା ପରି ବ୍ୟାକ୍ଟେରିଆ ଓ ଔଷଧ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦଶନ୍ଧି ଦଶନ୍ଧି ଧରି ଚାଲିଆସିଛି। ଗୋଟିଏ ନୂଆ ଔଷଧ କୌଣସି ବ୍ୟାକ୍ଟେରିଆକୁ ଜବତ କରିପାରିଲେ ପରବର୍ତ୍ତୀ ସମୟରେ ଜେନେଟିକ୍‌ ପରିବର୍ତ୍ତନ ଦ୍ୱାରା ବ୍ୟାକ୍ଟେରିଆ ନୂଆ ସଂକ୍ରମଣକାରୀ ଶକ୍ତି ହାସଲ କରିଆସିଛି। ଫଳରେ ପ୍ରଚଳିତ ଆଣ୍ଟିବାୟୋଟିକ ଔଷଧ ବିଫଳ ହେଉଛି।
ଗତ କେଇ ଦଶନ୍ଧି ମଧ୍ୟରେ ସମଗ୍ର ବିଶ୍ୱରେ ଡାକ୍ତରମାନେ ସାମ୍ନା କରୁଥିବା ଏହି ସମସ୍ୟାକୁ ସମ୍ପୃକ୍ତ ସମସ୍ତଙ୍କ ଦୃ୍‌ଷ୍ଟିକୁ ଆଣିବା ପରେ ଭୟ ସୃଷ୍ଟି ହୋଇଯାଇଛି ଯେ ଆଉ ଆଣ୍ଟିବାୟୋଟିକ ଔଷଧ ମୋଟେ କାମଦେବ ନାହିଁ। ଏ କ୍ଷେତ୍ରରେ ଉଭୟ ଡାକ୍ତର ଓ ସାଧାରଣ ଲୋକଙ୍କର ଦାୟିତ୍ୱ ରହିଛି। ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ ଔଷଧ ଖାଇବାକୁ ରୋଗୀଙ୍କୁ କହିବା ଅନୁଚିତ। ଯେଉଁ ସଂକ୍ରମଣ ଆଣ୍ଟିବାୟୋଟିକ ଦ୍ୱାରା ଭଲ ହେବନାହିଁ ତାକୁ ରୋଗୀ ଖାଇଲେ ସୁଫଳ ମିଳିବା ଦୂରେଥାଉ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। ବରଂ ସଂକ୍ରମଣ ରୋକିବା ଲାଗି କେତେକ ପ୍ରତିଷେଧମୂଳକ ବ୍ୟବସ୍ଥା ସଚେତନତା ଜରିଆରେ ପ୍ରବର୍ତ୍ତନ କରାଯାଇପାରିବ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ, କଲେଜ, କଟକ,ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri