ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା ଆପ୍‌ତେ। ପୂଜାଙ୍କ ବୟସ ୨୮। ଦି ଏନର୍ଜି ଆଣ୍ଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଟିଇଆର୍‌ଆଇ)ରୁ ରିନେଓ୍ବେବଲ ଏନର୍ଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପୂଜା ଟାୟାରରୁ ଚପଲ ତିଆରି କରିବା ଲାଗି ବହୁ ଗବେଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକାର କେତେକ ସମ୍ପ୍ରଦାୟ ଟାୟାର ଚପଲ ବ୍ୟବହାର କରନ୍ତିି। ସେମାନଙ୍କ ଚପଲ ତିଆରିର କୌଶଳ ଉପରେ ପୂଜା ଗବେଷଣା କରିବା ପରେ ସହି ଢାଞ୍ଚାରେ ଚପଲ ତିଆରି କରିବା ଆରମ୍ଭ କରିଥିଲେ। ତାଙ୍କର ଏହି ନୂଆ କୌଶଳକୁ ଷ୍ଟାର୍ଟଅପ୍‌ ଇଣ୍ଡିଆରେ ପ୍ରଦର୍ଶନ କରି ପୁରସ୍କୃତ ହେବା ପରେ କାର୍ଯ୍ୟକୁ ଆହୁରି ଗତିଶୀଳ କରିଛନ୍ତିି। ଚପଲ ବ୍ରାଣ୍ଡ୍‌ର ନାମ ରଖିଛନ୍ତି ‘ନେମିଟାଲ’। ବ୍ଲିଙ୍କ୍‌ ଗ୍ରୀନ କମ୍ପାନୀ ଦ୍ୱାରା ସେ ଏହି ଚପଲ ତିଆରି କରୁଛନ୍ତି। ୨୦୧୯ ଜୁନ୍‌ରୁ ଅଫିସିଆଲି ତାଙ୍କ ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରଥମେ ଏହି ଚପଲ ଭାରି ହେଉଥିଲା। ଏବେ ସେ ହାଲୁକା ଚପଲ ତିଆରି କରୁଛନ୍ତି ଓ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ଦେଢ ବର୍ଷ ମଧ୍ୟରେ ୪୦୦ କେ.ଜି. ବର୍ଜ୍ୟ ଟାୟାର ଉପଯୋଗ କରିପାରିଛନ୍ତି ପୂଜା। ଏଥିରୁ ବିଭିନ୍ନ ଡିଜାଇନର ୧୦୦୦ ଯୋଡା ଚପଲ ତିଆରି କରି ବିକ୍ରି କରିଛନ୍ତି। ଚପଲର ଦାମ୍‌ ୬୦୦ଟଙ୍କାରୁ ୧୦୦୦ଟଙ୍କା ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri