ସୁପର ସନ୍‌ଡେରେ ୩ ସୁପର ଓଭର

ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସୁପର ସନ୍‌ଡେରେ ୩ ସୁପର ଓଭର ଦେଖିବାକୁ ମିଳିଛି। ୨ଟି ଯାକ ମ୍ୟାଚ ସୁପର ଓଭରରେ ସମାପ୍ତ ହୋଇଥିବାବେଳେ ପ୍ରଥମଟିରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ଏବଂ ଦ୍ୱିତୀୟ ଡବଲ ସୁପର ଓଭର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରାସ୍ତ କରିଛି। ପ୍ରଥମ ମ୍ୟାଚର ସୁପର ଓଭରରେ ସନରାଇଜର୍ସ ମାତ୍ର ୨ ରନ କରି ଅଲଆଉଟ ହୋଇଥିଲା। ଲୋକି ଫର୍ଗୁସନଙ୍କ ବୋଲିଂକୁ ଖେଳି ନ ପାରି ସନ୍‌ରାଇଜର୍ସ ଅଧିନାୟକ ଡେଭିଡ ଓ୍ବାର୍ନର ଡକ୍‌(୦) ଓ ଅବଦୁଲ ସମଦ ୨ ରନରେ ଆଉଟ ହୋଇଥିଲେ। ଫଳରେ କୋଲକାତା ସମ୍ମୁଖରେ ୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରଶିଦ ଖାଁଙ୍କ ଓଭରରୁ କୋଲକାତା ୪ଟି ବଲ୍‌ରୁ ଆବଶ୍ୟକ ୩ ରନ ସଂଗ୍ରହ କରି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ କୋଲକାତା ନାଇଟ ରାଇଡର୍ସ ୫ ଉଇକେଟ ହରାଇ ୧୬୩ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ୬ ଉଇକେଟ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଲିଗ୍‌ ମ୍ୟାଚ୍‌ରେ କୁଏଟ୍‌ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୭।୬(ପି.ଟି.): ବେଙ୍ଗାଲୁରୁର କାନ୍ତିରାବା ଷ୍ଟାଡିୟମରେ ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ ୨୦୨୩ରେ ଗ୍ରୁପ୍‌ ଏ’ରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବ। ମଙ୍ଗଳବାର କୁଏଟ୍‌ ବିପକ୍ଷରେ...

ବଡ଼ ଉପଲବ୍ଧି ହାସଲ କଲେ ପନ୍ତ

ଚଟ୍ଟଗ୍ରାମ,୧୪।୧୨: ଚଟ୍ଟଗ୍ରାମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟକ୍ତିଗତ ସଫଳତା ହାସଲ କରିବାରେ ସଫଳ...

କୋହଲିଙ୍କ ଜବରଦସ୍ତ ଶତକ: ଭାରତ ୫୭୧ ରନ୍‌ରେ ଅଲଆଉଟ୍‌

ଅହମ୍ମଦାବାଦ୍‌,୧୨।୩: ଭାରତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଆଧରରେ ଭାରତ ପ୍ରଥମ...

ସୁଶୀଲଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର

ନୂଆଦିଲ୍ଲୀ,୧୧ା୫ (ପି.ଟି.)-ଭାରତୀୟ କୁସ୍ତିର ଅଭୂତପୂର୍ବ ସଫଳତା ପଛରେ ରେସ୍‌ଲର ସୁଶୀଲ କୁମାରଙ୍କ ବିଶେଷ ଅବଦାନ ରହିଛି। କିନ୍ତୁ ସେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା...

ୟୁଏସ୍‌ ଓପନ ଖେଳିପାରିବେନି ଟେନିସ ଷ୍ଟାର

ନ୍ୟୁୟର୍କ,୨୫ା୮: ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ୟୁଏସ୍‌ ଓପନ ଟେନିସ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ। କୋଭିଡ୍‌ ଭ୍ୟାକ୍ସିନ ନେଇ ନ ଥିବାରୁ ତାଙ୍କୁ...

ସୂର୍ଯ୍ୟକୁମାର, ପୃଥ୍ବୀ, ଜୟନ୍ତ ଇଂଲଣ୍ଡ ଯିବେ

ନୂଆଦିଲ୍ଲୀ, ୨୫।୭(ପି.ଟି.)-  ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ’ ଏବଂ ଜୟନ୍ତ ଯାଦବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳରେ ସାମିଲ ହେବା ପାଇଁ ଇଂଲଣ୍ଡ ଯିବେ।...

ଜୋକୋଭିଚ୍‌ଙ୍କୁ ୭ମ ଓ୍ବିମ୍ବେଲଡନ ଟାଇଟଲ

ଓ୍ବିମ୍ବେଲଡନ, ୧୧ା୭: ଓ୍ବମ୍ବେଲଡନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଛନ୍ତି ସର୍ବୀୟ ଟେନିସ୍‌ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଫାଇନାଲରେ ସେ ଅଷ୍ଟ୍ରେଲିଆର ନିକ୍‌...

ବଜରଙ୍ଗଙ୍କୁ ସ୍ବର୍ଣ୍ଣ ସହ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ

ରୋମ୍‌, ୯ା୩ (ପି.ଟି.)-ଆସନ୍ତା ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ବଜରଙ୍ଗ ପୁନିଆ ଏଠାରେ ଚାଲିଥିବା ମାଟେଓ ପେଲିକୋନ୍‌ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ...

Advertisement
Archives

Model This Week