ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତାବ ଦେଲେ ବରିଷ୍ଠ ନାଗରିକ ମଞ୍ଚ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାର ବଜେଟ ଆଗତ ପୂର୍ବରୁ ପ୍ରସ୍ତାବ ଆଗତ କରିଥିଲେ ା ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବର୍ଗର ଲୋକ ଓ ସଙ୍ଗଠନମାନଙ୍କୁ ପ୍ରସ୍ତାବ ଦେବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦୁଝର ସହରର ବିକାଶ ପାଇଁ ସମୁଦାୟ ୮୬୪କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିଚାଳନା ପାଇଁ ୪୦୦ କୋଟି ଟଙ୍କାର କରପସ୍‌ ଫଣ୍ଡ ଗଠନ ପ୍ରସ୍ତାବ ଦେଇଛନ୍ତି।

ଜିଲା ମୁଖ୍ୟ ଡାକ୍ତରଖାନାରୁ ସିଦ୍ଧମଠ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ୨୦ କୋଟି, ବସ୍‌ ଟରମିନାଲର ପୁନରୁଦ୍ଧାର ବାବଦକୁ ୫ କୋଟି, ସିଦ୍ଧମଠ ବାଇପାସ୍‌ ନିକଟରେ ସାନଘାଗରା, ବଡଘାଗରା ତଥା ପୁରୁଣାସହର ଓ ସିଦ୍ଧମଠକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରତିଷ୍ଠା ବାବଦକୁ ୫ କୋଟି ଟଙ୍କା, ସିଦ୍ଧମଠ ନିକଟରେ ଇକୋ ଟୁରିଜିମ୍‌ ସେଣ୍ଟର ବାବଦକୁ ୧୦ କୋଟି, ଶ୍ରୀ ବଳଦେବଜୀଉ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଉନ୍ନତିକରଣ ସହ ସ୍ବାଗତ ଗେଟ୍‌ ନିର୍ମାଣ ବାବଦକୁ ୫ କୋଟି, ପୁରୁଣାସହରର ବହୁ ପୁରୁଣା ମାର୍କେଟ ଭେଣ୍ଡିଂ ଜୋନର ଉନ୍ନତିକରଣ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି।

କାନଝରୀ ଓ ସାନମାଛକାନ୍ଦଣା ଡ୍ୟାମରୁ ପାନୀୟ ଜଳ ଯୋଗାଣ ଯଥେଷ୍ଟ ହେଉ ନ ଥିବା ଏବଂ ଖରା ଦିନରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବାରୁ ତୁରୁମୁଙ୍ଗା ନିକଟରୁ ବୈତରଣୀ ନଦୀରୁ ଜଳ ଯୋଗାଣ ପାଇଁ ୨୦ କୋଟି ଟଙ୍କା, ଆବର୍ଜନା ସିଦ୍ଧମଠ ଅଞ୍ଚଳରେ ପକା ନ ଯାଇ ଏହାର ପରିଚାଳନା ପାଇଁ ୫କୋଟି ଟଙ୍କା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି।

କେନ୍ଦୁଝରରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରି ୧ ନମ୍ବର ସହରରେ ପରିଣତ କରିବା ପାଇଁ ୨୦୦ କୋଟି, ଶ୍ରୀ ବାଲୁଙ୍କେଶ୍ୱର ଜମିରେ କେନ୍ଦୁଝର ଷ୍ଟାଡିୟମ ଚାଲିଥିବାରୁ ଆଇନଗତ ସମସ୍ୟା ସୃଷ୍ଟି ହେଉଥିବାରୁ ରାଙ୍କୁ ଅଞ୍ଚଳରେ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ ୨୦୦କୋଟି ଟଙ୍କା, ସହରରେ ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ୧୦ଟି ଟାଉନ୍‌ ବସ୍‌ ଚଳାଚଳ କରିବା ପାଇଁ ୪ କୋଟି ଖର୍ଚ୍ଚ କରିବା ନେଇ ପ୍ରସ୍ତାବ ଦେଇଛନ୍ତି।

କେନ୍ଦୁଝର ଜିଲାରୁ ବହୁ ପରିମାଣରେ ଖଣି ରାଜସ୍ବ ସରକାର ପାଉଥିବା ବେଳେ ଜିଲା ଓ ଜିଲାମୁଖ୍ୟାଳୟ ଅବହେଳିତ ହୋଇ ରହିଛି। ଜିଲାର ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜିଲା ମୁଖ୍ୟାଳୟର ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହିଛନ୍ତି। ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିବା ମନ୍ଦିର ମାଳିନୀ ଓ ପରିବେଶ ସମୃଦ୍ଧ ଜିଲା ମୁଖ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ବିକାଶ ଜରୁରୀ ହୋଇଥିବା ବିଚାର କରି ଏହି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ମଞ୍ଚର ସଭାପତି ସରୋଜ କୁମାର ରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?