ଷ୍ଟାଇପେଣ୍ଡ ଟଙ୍କା ଖାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ସିମୁଳିଆ, ୯।୧୦(ସନ୍ତୋଷ ନାୟକ): ୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତାକୁ ନେଇ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଡୁଳି ଖଜୁରେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ମଳିକଙ୍କୁ ସିମୁଳିଆ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକ ପତ୍ର ସଂଖ୍ୟା ୨୧୦୭ ମୂଳେ ମଙ୍ଗଳବାର ନିଲମ୍ବିତ କରିଛନ୍ତି।
୨୦୨୧-୨୨ ଶିକ୍ଷା ବର୍ଷରେ ୬୨ଜଣ ହରିଜନ ଓ ଆଦିବାସୀ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ବାବଦରେ ଆସିଥିବା ୧୩ହଜାର ୯୮୦ଟଙ୍କା ହଡପ ହେବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହିପରି କମିଟିର ସଭାପତି ଓ ଅନ୍ୟମାନଙ୍କ ଦସ୍ତଖତ ଜାଲ କରାଯିବା ସହିତ ମୋ ସ୍କୁଲ ଅର୍ଥ, କମ୍ପୋଜିଟ୍‌ ଅର୍ଥ ଆଦି ବିଭିନ୍ନ ଅନୁଦାନ ହେରଫେର କରାଯାଇଥିବା ଶିକ୍ଷା କମିଟି, ଗ୍ରାମବାସୀ ଓ ଅଭିଭାବକମାନେ ଅଭିଯୋଗ କରିଥିଲେ। ପରେ ଶିକ୍ଷକ ମୂରଲୀଧରଙ୍କୁ ଗତ ୧୧ା୦୭ା୨୩ରେ ଡେପୁଟେଶନରେ ବାଲିକଣା ପ୍ରାଥମିକ ବିଦ୍ୟାଳୟକୁ ପଠାଇ ଦିଆଯାଇଥିଲା ା ପୁନଶ୍ଚ ଉକ୍ତ ଶିକ୍ଷକ ବାଡୁଳି ବିଦ୍ୟାଳୟକୁ ଆସିବା ପାଇଁ ଜିଦ୍‌ କରିଥିଲେ। ଶିକ୍ଷକ ମୂରଲୀଧର ଏହି ବିଦ୍ୟାଳୟକୁ ଆସିଲେ ଶିକ୍ଷା କମିଟି ଓ ଗ୍ରାମବାସୀ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ। ଗତ ୨୦ା୯ା୨୪ରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ବିଧାୟକ ଓ ଏମ୍‌ପି ଉକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୫ା୯ା୨୪ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ପ୍ରକାଶ ଚନ୍ଦ୍ର ମଲିକଙ୍କ ନିର୍ଦ୍ଦେଶରେ ଏବିଇଓ ଅଜୟ କୁମାର ପଣ୍ଡା ଓ ବିଦ୍ୟାଧର ମହାଳିକ ଏହି ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ।
ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବାରିକଙ୍କୁ ବିଇଓଙ୍କ ପତ୍ର ସଂଖ୍ୟା ୨୦୯୪ ଅନୁଯାୟୀ ଦଶଭୁଜା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତର ଓ କବୀରପୁର ନୋଡାଲ ୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବିଶ୍ୱାଳଙ୍କୁ ପତ୍ରସଂଖ୍ୟା ୨୧୦୦ରେ ବାଡୁଳି ଖଜୁରେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତ କରାଯାଇଥିବା ବିଇଓ ସୂଚନା ଦେଇଛନ୍ତି। ଗତ ୨୦ା୯ା୨୪ରେ ‘ଧରିତ୍ରୀ’ରେ ‘୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ’ ଓ ଗତ ୨୬ା୯ା୨୪ରେ ‘ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତଦନ୍ତ କଲେ ଏବିଇଓ’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?