ସ୍ବାବଲମ୍ବୀ କରିଛି ଅର୍ଗାନିକ ଚାଷ

ଯୋଡା,୨୫ା୮(ମାନସ ମହାନ୍ତି): କାନପୁର ଡ୍ୟାମ୍‌ ପାଇଁ ବିସ୍ଥାପିତ ହୋଇ ଯୋଡ଼ାକୁ ଆସିଥିଲେ। ପରିବାର ଚଳାଇବା ପାଇଁ ବିଭିନ୍ନ ଖଣି ବୁଲି ମଧ୍ୟ ରୋଜଗାର ପାଇ ନ ଥିଲେ। ଶେଷରେ ନିଜ ଉଦ୍ୟମ ବଳରେ ଯୋଡ଼ା ଭଳି ଖଣି ଉପତ୍ୟକାରେ ହରିତ ବିପ୍ଲବର ଶୁଭାରମ୍ଭ କରି ପାରିଛନ୍ତି। ଅର୍ଗାନିକ ଚାଷ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚୟ ଲାଭ କରିପାରିଛନ୍ତି। ତାଙ୍କ ଦ୍ୱାରା ଅମଳ ପନିପରିବାର ବଜାରରେ ଚାହିଦା ରହିଛି। ବଜାର ଦରଠାରୁ କମ ଓ ଅର୍ଗାନିକ ହୋଇଥିବାରୁ ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି ଗଙ୍ଗାଧର ବାନରା।
ସୂଚନାଯୋଗ୍ୟ, ୫ ବର୍ଷ ପୂର୍ବରୁ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପରୁ ବିସ୍ଥାପିତ ହୋଇ ଗଙ୍ଗାଧର ପରିବାର ସହ ଖଣିରେ କାମ କରିବାକୁ ଯୋଡ଼ା ଆସିଥିଲେ। ଖଣିରେ କାର୍ଯ୍ୟ ନ ପାଇ ଚାଷ କାର୍ଯ୍ୟ କରି ଜୀବିକାର୍ଜନ କରିବାକୁ ଚିନ୍ତା କରିଥିଲେ। ଯୋଡ଼ା ସହରରେ ବୃଦ୍ଧାଶ୍ରମ ନିକଟରେ ପଡ଼ିଆ ପଡ଼ିଥିବା ଜମିକୁ ଭଡ଼ା ସୂତ୍ରରେ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪ ଏକର ଜମିରେ ସେ ଝୁଡ଼ଙ୍ଗ, ଜହ୍ନି, କଲରା, ଲାଉ ଆଦି ବିଭିନ୍ନ ପ୍ରକାର ପନିପରିବା ସହିତ ଲାଭଦାୟକ ପରିବା ଭାବେ ବାଇଗଣ ଓ କୋବି ଚାଷ କରୁଛନ୍ତି। ପ୍ରାୟ ଦୈନିକ ଏକ କୁଇଣ୍ଟାଲ ବାଇଗଣ ଅମଳ କରି ବିକ୍ରି କରିଥାନ୍ତି। ସେହିପରି ପ୍ରତିବର୍ଷ ପ୍ରାୟ ୪ ହଜାରରୁ ଊଦ୍ଧର୍‌ବ କୋବି ଅମଳ କରନ୍ତି। ଚାଷରେ ରାସାୟନିକ ସାର ପରିବର୍ତ୍ତେ ଅର୍ଗାନିକ ଜୀବ ଅମୃତ ସାରର ପ୍ରୟୋଗ କରି ଅଧିକ ଅମଳ ତଥା ପରିବାର ଗୁଣବତ୍ତାକୁ ଅଧିକ ବୃଦ୍ଧି କରିଥାଆନ୍ତି ବୋଲି ଗଙ୍ଗା କହିଛନ୍ତି। ଅର୍ଗାନିକ ଜୀବଅମୃତ ସାର ପ୍ରସ୍ତୁତ କରିବା ପାଇଁ ସେ ଖତ, ଗୋମୂତ୍ର, ଗୁଡ଼, ବେସନ ଓ ବରଗଛ ମୂଳର ମାଟି ବ୍ୟବହାର କରନ୍ତି। ବଡ଼ ଡ୍ରମ୍‌ରେ ସବୁ ସାମଗ୍ରୀକୁ ରଖି ଏହାକୁ ସାତଦିନ ମଧ୍ୟରେ ଜମିରେ ପ୍ରୟୋଗ କରନ୍ତି। ଏହା ସହିତ ଜମିର ଉର୍ବରତା ବୃଦ୍ଧି କରିବା ପାଇଁ ସୁଦୂର ଗାଜିଆବାଦରୁ ଉର୍ବରକ ୱେଷ୍ଟିଜ କମ୍ଫଜର ମଗାଇଥାଆନ୍ତି। ଏହାଦ୍ବାରା ଜମିରେ ଶୀଘ୍ର କୃତ୍ରିମ ଭାବେ ଜିଆ ସୃଷ୍ଟି ହୋଇ ଜମିର ଊର୍ବରତା ବୃଦ୍ଧି ପାଇଥାଏ। ବଜାର ମୂଲ୍ୟଠାରୁ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଗଙ୍ଗା ପରିବା ବିକ୍ରି କରିଥାଆନ୍ତି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କୁହନ୍ତି, ଗଙ୍ଗା ବହୁ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବା ଚାଷ କରନ୍ତି। ଚାଷ କାମରେ ଗଙ୍ଗାଙ୍କ ସ୍ତ୍ରୀ ସୁମିତ୍ରା ବାନରା ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରନ୍ତି। ସ୍ବାମୀ ସ୍ତ୍ରୀଙ୍କ ପରିଶ୍ରମରେ ଯୋଡ଼ା ସହରବାସୀ ଅର୍ଗାନିକ ପରିବା ପାଇପାରୁଛନ୍ତି। ପରିବା ବ୍ୟବସାୟୀ ରାଜୀବ ଓ ନରସିଂହ କୁହନ୍ତି, ନିଜ ଉଦ୍ୟମରେ ଚାଷ ପ୍ରଣାଳୀ ଉଦ୍ଭାବନ କରି ଗଙ୍ଗା ଜଣେ ସଫଳ ସ୍ବାବଲମ୍ବୀ ଚାଷୀ ହୋଇପାରିଛନ୍ତି। ଖଣି ଉପତ୍ୟକାରେ ସବୁଜିମା ଏ ଅଞ୍ଚଳରେ ଏକ ହରିତ ବିପ୍ଳବର ଶୁଭାରମ୍ଭ ବୋଲି ବରିଷ୍ଠ ଖବରଦାତା ବେଣୁଧର ବେହେରା, ଶିକ୍ଷାବିତ୍‌ ସୋମନାଥ ମହାନ୍ତି, ବରିଷ୍ଠ ନାଗରିକ ମଦନମୋହନ ବାରିକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?