ଆତ୍ମ ପ୍ରତାରଣା

ମାତ୍ର ୧୦ ବର୍ଷ ତଳେ ଭାରତର ସୋସିଆଲ ମିଡିଆ ମ୍ୟାକ୍‌ଲେ-ପୁତ୍ର (ପାଶ୍ଚାତ୍ୟ ସଂସ୍କୃତି ଆପଣାଇଥିବା ଭାରତୀୟ) ଏବଂ ପ୍ରେସ୍‌ଟିଚ୍ୟୁଟ୍ସ (ଭ୍ରଷ୍ଟ ଗଣମାଧ୍ୟମ) ଭଳି ଅପମାନଜନକ ଶବ୍ଦ ବହୁଳ ଭାବେ ଦେଖାଯାଇଥିଲା। ସ୍ପଷ୍ଟତଃ ବୁଦ୍ଧିଜୀବୀଙ୍କ ପ୍ରତି ଏହା ଥିଲା ଏକ ତିରସ୍କାର ଭାବ। ମ୍ୟାକ୍ସ ମୁଲର ଏବଂ ମ୍ୟାକ୍‌ଲେ କିଭଳି ଭାରତକୁ ନଷ୍ଟ କରିଥିଲେ, ସେ ବିଷୟକୁ ସାମ୍ନାକୁ ଆଣିବା ପାଇଁ ଏକ ଅଭିଯାନ ଚାଲିଥିଲା। କିନ୍ତୁ ଏକ ନୂଆ ଭାରତର ଉଦୟ ହେଉଥିବା କଥା କୁହାଯାଉଥିଲା, ଯାହା ନିଜକୁ ଉପନିବେଶବାଦରୁ ମୁକ୍ତକରିବ, ବିଶ୍ୱଗୁରୁ ହେବ, ବିଶ୍ୱସ୍ତରୀୟ ଚର୍ଚ୍ଚାକୁ ନିୟନ୍ତ୍ରଣ କରିବ, ଯୁଦ୍ଧ ବନ୍ଦ କରିବ ଏବଂ ମାନବଜାତିକୁ ଧର୍ମର ରହସ୍ୟ ଶିଖାଇବ। ପ୍ରବାସୀ ଭାରତୀୟମାନେ ଏହାକୁ ଭାରତର ପ୍ରକୃତ ସ୍ବାଧୀନତା ଏବଂ ସଫଳ ପ୍ରତ୍ୟାବର୍ତ୍ତନ ବୋଲି କହି ଉତ୍ସାହିତ ହେଉଥିଲେ।
ତଥାପି ଏବେ ଦୃଶ୍ୟପଟ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ଭାରତ ଉଭୟ ଚାଇନା ଏବଂ ଆମେରିକା ସମ୍ମୁଖରେ ନତମସ୍ତକ ହେବା ଭଳି ମନେହେଉଛି। ଚାଇନା ଭାରତର ଭୂମିକୁ ନିଜର ବୋଲି ଦାବି କରୁଛି ଏବଂ ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖୁଥିବା ଆମ ବୈଦେଶିକ ମନ୍ତ୍ରୀ ସ୍ବୀକାର କରୁଛନ୍ତି ଯେ, ଆମେ ସେମାନଙ୍କୁ ପଛକୁ ହଟାଇପାରିବା ନାହିଁ କାରଣ ଆମ ଅର୍ଥନୀତି ଚାଇନା ଆମଦାନୀ ଉପରେ ନିର୍ଭରଶୀଳ। ପଶ୍ଚିମ ଏସିଆ ଏବଂ ହର୍ମୁଜ୍‌ ପ୍ରଣାଳୀରେ ଯୁଦ୍ଧ ଲାଗିରହିଛି ଏବଂ ଏଭଳି ସ୍ଥିତିରେ ଆମକୁ କୁହାଯାଉଛି ଯେ ଆମେ କାହାଠାରୁ ପେଟ୍ରୋଲ କିଣିବୁ ଏବଂ କାହାଠାରୁ କିଣିବୁ ନାହିଁ। ଏକ ଟୁଇଟରେ ଭାରତକୁ ‘ନର୍କର ସ୍ଥାନ’ ବୋଲି କୁହାଗଲା, ହେଲେ ଏହାକୁ ଜଣେ ହେଲେ ବି ଭାରତୀୟ ନେତା ବିରୋଧ କରିନାହାନ୍ତି। ଏହା ବିଚକ୍ଷଣତା ନା ଆତ୍ମସମର୍ପଣ? ଆମେ କ’ଣ ସବୁ ଟ୍ରମ୍ପଙ୍କ ଦାସ ନା ଅନୁଗତ ଚାକର ହୋଇଯାଇଛୁ?
ସାଧାରଣ ମଞ୍ଚଗୁଡ଼ିକରେ ସାମ୍ବାଦିକମାନେ ଯୁକ୍ତ ବାଢ଼ନ୍ତି ଯେ, ଭାରତକୁ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିବା ଆବଶ୍ୟକ ନାହିଁ। ସେମାନେ କହନ୍ତି, ଯଦି ଏହା ବଦଳରେ ପାକିସ୍ତାନ କରୁଛି କରୁ, ଏହା ତା’ ପାଇଁ ଠିକ୍‌। ଆମେରିକା ଏବଂ ଚାଇନା ଭଳି ମହାଶକ୍ତି ସହ ପ୍ରତିଯୋଗିତା କରିବା ପରିବର୍ତ୍ତେ ପାକିସ୍ତାନ ଭଳି ଏକ ବିଫଳ ରାଷ୍ଟ୍ର ସହିତ ଭାରତ ନିଜକୁ ତୁଳନାକରି ଖୁସିହୁଏ। ଚାଇନା ତା’ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରୁଥିବାବେଳେ ଆମ ସରକାର ଲୋକଙ୍କୁ ଭୋଟର ତାଲିକାରୁ ବାଦ୍‌ଦେଉଛନ୍ତି। ଐତିହାସିକ ସତ୍ୟ ହେଉଛି, ଭାରତ ସବୁବେଳେ ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆ ମଧ୍ୟରେ ରହିଆସିଛି। ପଶ୍ଚିମରୁ ଘୋଡ଼ା ଏବଂ ପୂର୍ବରୁ ସୁନା ଆସିଥିଲା। ଭାରତ ବି କପାର ଦେଶ ଥିଲା – ଏହା ପାଖରେ ଧାତୁ କିମ୍ବା ଘୋଡ଼ା ନ ଥିଲା।
ଅନେକ ଭାରତୀୟ ଗର୍ବର ସହ ଦାବି କରନ୍ତି ଯେ, ଆମେ କେବେ ବି ଅନ୍ୟ ଦେଶ ଉପରେ ଆକ୍ରମଣ କରିନାହୁଁ। ଏହା ସତ୍ୟ ନୁହେଁ। ଦକ୍ଷିଣ ଭାରତର ଶକ୍ତିଶାଳୀ ବ୍ୟବସାୟୀ ଗୋଷ୍ଠୀର ସମର୍ଥନରେ ଚୋଳବଂଶର ରାଜାମାନେ ହଜାରେ ବର୍ଷ ପୂର୍ବେ ସମୁଦ୍ର ପାରହୋଇ ମଲାକା ପ୍ରଣାଳୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ସେମାନେ ତମ୍ବାଖଣି ପାଇଁ ଶ୍ରୀଲଙ୍କା ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଆମେ ଏହି ଅଭିଯାନଗୁଡ଼ିକୁ ‘ଆକ୍ରମଣ’କହିବା କି ନାହିଁ ତାହା ଭିନ୍ନ କଥା, ହେଲେ ଏସବୁ ନିଶ୍ଚିତ ଭାବରେ ଶାନ୍ତିପ୍ରିୟ ମୁନିଋଷିଙ୍କର ବିଜୟ ନ ଥିଲା। ଉଲ୍ଲେଖନୀୟ ଯେ, ଏହି ସମୟରେ, ହିନ୍ଦୁମାନେ ଯାହାକୁ ‘ରାମ-ସେତୁ’ ବୋଲି କହୁଥିଲେ, ତାହାକୁ ଆରବ ଦେଶଗୁଡ଼ିକରେ ’ଆଡାମ୍‌ସ ବ୍ରିଜ୍‌’ କୁହାଗଲା।
ଭାରତୀୟ ବିଚାରଧାରା ମୁଖ୍ୟତଃ ପୂର୍ବ ଦିଗକୁ ବିସ୍ତାରିତ ହୋଇଥିଲା। ରାମାୟଣ କାମ୍ବୋଡିଆ ଏବଂ ଜାଭାକୁ ବ୍ୟାପିଥିଲା, ଯେଉଁଠାରେ ଏବେ ହିନ୍ଦୁ ମନ୍ଦିର ସବୁ ଦେଖିବାକୁ ମିଳେ। ଅନ୍ୟପଟେ ପଶ୍ଚିମ ଦିଗକୁ ଧର୍ମୀୟ ବିଚାରଧାରା ସହଜରେ ପହଞ୍ଚିପାରି ନ ଥିଲା, କାରଣ ପଶ୍ଚିମ ଭାଗରେ ଶକ୍ତିଶାଳୀ ଏକେଶ୍ୱରବାଦୀ ପରମ୍ପରାର ପ୍ରଭାବ ଥିଲା। ତେବେ ପଶ୍ଚିମ ଦିଗକୁ କେବଳ ଭାରତର ଧର୍ମନିରପେକ୍ଷ ସାହିତ୍ୟ ଯଥା ପଞ୍ଚତନ୍ତ୍ର ଏବଂ ଶୁକସପ୍ତତି ଯାଇଥିଲା। ପରବର୍ତ୍ତୀ ସମୟରେ ଏହା ‘ଟୁଟିିନାମା’ ଏବଂ ‘ଆରବିଆନ ନାଇଟ୍ସ’ ଭଳି ପୁସ୍ତକ ରଚନା କରାଯାଇଥିଲା। ଆରବୀୟମାନେ ଭାରତକୁ ମୂର୍ତ୍ତି ପୂଜାର ଦେଶ ଭାବେ ଦେଖୁଥିଲେ। ସେମାନେ ଆଜି ବି ମୂର୍ତ୍ତିଗୁଡ଼ିକୁ ‘ବୁତ୍ଥ୍‌’ ବୋଲି କୁହନ୍ତି, ଯାହା ‘ବୁଦ୍ଧ’ ଶବ୍ଦରୁ ଆସିଛି।
ଏହିଭଳି ବିଚାରଗତ ଓ ସାଂସ୍କୃତିକ ଆଦାନପ୍ରଦାନ ଉଭୟ ପକ୍ଷରୁ ଚାଲିଥିଲା । ଚାଇନାର ଅମରତ୍ୱ ଏବଂ ପୁରାତନ ଦର୍ଶନ ୟିନ୍‌-ୟାଙ୍ଗ୍‌ ଧାରଣା ଭାରତୀୟ ତାନ୍ତ୍ରିକ ସିଦ୍ଧାନ୍ତକୁ ପ୍ରଭାବିତ କରିଥିଲା। ଚାଇନାରୁ କାଗଜ, କଲମ ଏବଂ ବାରୁଦ ଭାରତକୁ ଆସିଥିଲା। ଭାରତ କେବେ ବି ସବୁକିଛି ଆବିଷ୍କାର କରୁଥିବା ଭଳି ଏକ ପୃଥକ୍‌ ସଭ୍ୟତା ନ ଥିଲା। ଭାରତ ଥିଲା ମହାମିଳନର ଭୂମି, ଯାହା ନିରନ୍ତର ଭାବେ ନୂଆ ଜ୍ଞାନ ଗ୍ରହଣ କରିବା ସହ ଆପଣେଇ ନେଉଥିଲା।
୭୦୦ ଖ୍ରୀଷ୍ଟାବ୍ଦରୁ ଭାରତର ଉପକୂଳ ଅଞ୍ଚଳରେ ମସ୍‌ଜିଦ ଦେଖାଯାଇଥିଲା। ଇସ୍‌ଲାମ ପ୍ରଭାବରେ ଅନେକ ହିନ୍ଦୁ ମନ୍ଦିରରେ ପୂଜାପାଉଥିବା ସାକାର (ସଗୁଣ) ରୂପ ଅପେକ୍ଷା ଭଗବାନ୍‌ଙ୍କ ନିରାକାର (ନିର୍ଗୁଣ) ରୂପକୁ ପସନ୍ଦ କରିଥିଲେ। ନାଥଯୋଗୀମାନେ ‘ଅଲେଖ ନିରଞ୍ଜନ’ କହି ଯୁକ୍ତି କରିିଥିଲେ ଯେ ସେମାନଙ୍କ ଭଗବାନ୍‌ଙ୍କର କୌଣସି ରୂପ ନାହିଁ; ସେ ଅଦୃଶ୍ୟ ଏବଂ ସେ ନିଷ୍ପାପ । ସେମାନେ ମନ୍ଦିରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା କ’ଣ ଇସ୍‌ଲାମ ପ୍ରଭାବରେ ହୋଇଥିଲା? ଉତ୍ତର ଭାରତ ସଙ୍ଗୀତ ଏବଂ ନାଟକ ମାଧ୍ୟମରେ ଦେବତ୍ୱକୁ ଦେଖିବାକୁ ପସନ୍ଦ କରିଥିଲା। କିନ୍ତୁ ଦକ୍ଷିଣ ଭାରତରେ ରାଜାମାନେ ଗୋପୁରମ ସହ ବଡ଼ ବଡ଼ ମନ୍ଦିର ସ୍ଥାପନକରି ଦେବଦେବୀଙ୍କ ମୂର୍ତ୍ତି ପ୍ରଦର୍ଶନ କରିଥିଲେ ।
ଏହି ଐତିହାସିକ ସତ୍ୟ ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ‘ବିଶ୍ୱଗୁରୁ’ର କାଳ୍ପନିକ ଚିନ୍ତାଧାରା ଏହାକୁ ଏଡ଼ାଇଯାଏ। ଭାରତର ଶକ୍ତି କେବେ ମଧ୍ୟ କାଳ୍ପନିକ ସଭ୍ୟତାର ଶ୍ରେଷ୍ଠତ୍ୱ କିମ୍ବା ‘ମ୍ୟାକ୍‌ଲେଙ୍କ ପୁତ୍ର’ଙ୍କୁ ଗାଳିଗୁଲଜରୁ ଆସିନାହିଁ। ବରଂ ନିଜ ସୀମା ବିଷୟରେ ସଚେତନ ରହି, ସମସ୍ତଙ୍କ ପାଇଁ ନିଜକୁ ଉନ୍ମୁକ୍ତ ହେବା, ଜିଜ୍ଞାସୁ ହେବା ଏବଂ ବାଣିଜ୍ୟରେ କୁଶଳୀ ହେବା ଯୋଗୁ ଏହା ଆସିଛି। ଯେଉଁ ଦେଶ ଚାଇନାକୁ ସାମ୍ନା କରିପାରୁ ନାହିଁ, ଟ୍ରମ୍ପଙ୍କ ତିରସ୍କାର ସତ୍ତ୍ୱେ ତାଙ୍କୁ ପ୍ରଶଂସା କରୁଛି ଏବଂ କେବଳ ପାକିସ୍ତାନ ସହ ପ୍ରତିଯୋଗିତା କରୁଛି, ସେ ବିଶ୍ୱଗୁରୁ ନୁହେଁ। ଏହା ସତ୍ୟକୁ ସ୍ବୀକାର କରୁନାହିଁ। ବୁଦ୍ଧିଜୀବୀଙ୍କୁ ‘ଅର୍ବାନ-ନକ୍ସଲ’ ବା ସହରୀ ନକ୍ସଲ କହି କିମ୍ବା ପାଠ୍ୟପୁସ୍ତକ ବଦଳାଇ ଦେଶକୁ ଉପନିବେଶୀ ମାନସିକତାରୁ ମୁକ୍ତ କରାଯାଇପାରିବ ନାହିଁ। ଏହା ପ୍ରକୃତ ଅର୍ଥନୈତିକ, ବୌଦ୍ଧିକ ଏବଂ ସାମରିକ ଶକ୍ତି ଗଠନ ଦ୍ୱାରା ହିଁ ହାସଲ ହୋଇପାରିବ। ଭାରତ ସର୍ବଦା ଏକ ପାରସ୍ପରିକ ସମ୍ପର୍କ ଏବଂ ନିର୍ଭରଶୀଳ ବିଶ୍ୱ ମାନସିକତାର ଅଂଶ ରହିଆସିଛି ଏବଂ ଏହା ହିଁ ିସତ୍ୟ। ଏହାକୁ ଅସ୍ବୀକାର କରି କେବଳ ବାହାନା କରିବା ଗର୍ବ ନୁହେଁ। ଏହା ମଧ୍ୟ ଔପନିବେଶିକ ମାନସିକତାରୁ ମୁକ୍ତି ନୁହେଁ। ଏହା କେବଳ ଆତ୍ମ ପ୍ରତାରଣାର କଥା।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?