Posted inଖେଳ

ଧୋନୀଙ୍କ ପାଇଁ ବିଶ୍ୱକପ୍‌ ଦଳରେ ହାର୍ଦ୍ଦିକ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ମିଳିବା ପରେ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଉପରେ ଉଠିଛି ଅନେକ ପ୍ରଶ୍ନ। ଆହତ ହେବାର ସମ୍ଭାବନା ଥିବାରୁ ସେ ବୋଲିଂ କରୁ ନାହାନ୍ତି। ଆଉ ବ୍ୟାଟରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନୁହେଁ। ତେବେ ଆଇପିଏଲ ଶେଷ ହେବା ପରେ ପାଣ୍ଡ୍ୟା ସ୍ବଦେଶ ଫେରି ଯାଆନ୍ତୁ ବୋଲି ଚାହୁଁ ଥିଲେ ଚୟନକର୍ତ୍ତା। ହେଲେ ତାଙ୍କ ସପକ୍ଷରେ ବାହାରି ଥିଲେ ବିଶ୍ୱକପ୍‌ ଲାଗି ମେଣ୍ଟର ଦାୟିତ୍ୱ ପାଇଥିବା ମହେନ୍ଦ୍ର ସିଂ ଧୋନୀ। ଏ ସମ୍ପର୍କୀତ ଏକ ରିପୋର୍ଟ ଜାତୀୟ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି।

“ସତ ହେଲା ଯେ, ଆଇପିଏଲରେ ବୋଲିଂ ନ କରିବାର କାରଣରୁ ହାର୍ଦ୍ଦିକ ଆଇପିଏଲ ପରେ ସ୍ବଦେଶ ଫେରି ଯାଆନ୍ତୁ ବୋଲି ଚୟନକର୍ତ୍ତାମାନେ ଚାହୁଁଥିଲେ। କିନ୍ତୁ ମ୍ୟାଚ୍‌ ଫିନିଶିଂ ଦକ୍ଷତା ଯୋଗୁ ହାର୍ଦ୍ଦିକଙ୍କ ସପକ୍ଷରେ ମତ ରଖିଥିଲେ ମେଣ୍ଟର ଧୋନୀ। ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଲରାଉଣ୍ଡରଙ୍କ ଫିଟ୍‌ନେସ ଉପରେ ଗତ ୬ ମାସ ହେଲା ସସ୍‌ପେନ୍ସ ଜାରି ରହିଛି। ଆଉ ଏବେ ତାଙ୍କ କାନ୍ଧରେ ସମସ୍ୟା ସାମ୍ନାକୁ ଆସିଛି। ତାଙ୍କ ପାଇଁ ଜଣେ ଫିଟ୍‌ ଖେଳାଳିଙ୍କୁ ସୁଯୋଗ ମିଳିଲା ନାହିଁ। ଦଳର ଆବଶ୍ୟକତା ପୂରଣ କରିପାରୁ ନ ଥିବା ଅନ୍‌ ଫିଟ୍‌ ଖେଳାଳିଙ୍କୁ ଖେଳାଇବାର ଆବଶ୍ୟକତା ନାହିଁ” ବୋଲି ରିପୋର୍ଟରେ କୁହାଯାଇଛି।

ଅନେକ ପୂର୍ବତନ କ୍ରିକେଟର ହାର୍ଦ୍ଦିକଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ନେବାକୁ ପରାମର୍ଶ ଦେଇଛନ୍ତି। ଯଦ୍ଦ୍ବାରା ଦଳକୁ ୬ଷ୍ଠ ବୋଲିଂ ବିକଳ୍ପ ଓ ନିମ୍ନକ୍ରମରେ ଭଲ ବ୍ୟାଟର ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri