୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ: ୭ ଗିରଫ

କୁତ୍ରା,୧୪ା୫(ଡି.ଏନ.ଏ.): ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୁନ୍ଦରଗଡ ଜିଲା କୁତ୍ରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଚଢ଼ାଉ କରଯାଇଛି। ଚଢାଉ ବେଳେ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, କୁତ୍ରା ଅଞ୍ଚଳର ଖତକୁରବାହାଲସ୍ଥିତ ମାଲିପଡା, ରାଞ୍ଚତ୍ରୋଡ ନିକଟ ଧାଙ୍ଗିରିଧୁକା ଏବଂ ତେଲିଘଣାରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ଉପରୋକ୍ତ ପରିମାଣର ମହୁଲି ପୋଚ ଏବଂ ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି। ଏହି ଅଞ୍ଚଳରେ ବ୍ୟାପକ ଭାବେ ମହୁଲି ମଦ ପ୍ରସ୍ତୁତ କରାଯିବା ସହ ବିକ୍ରି କରାଯାଉଥିବା ନେଇ ଅବକାରୀ ଓ ପୋଲିସ ବିଭାଗ ନିକଟରେ ପୂର୍ବରୁ ସୂଚନା ରହିଛି। ଏପରିକି ପୂର୍ବରୁ ମଧ୍ୟ ସେହି ସବୁ ଅଞ୍ଚଳରେ ଉଭୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହାସତ୍ତ୍ୱେ ଏଠାରେ ନିୟମିତ ଭାବେ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବାରୁ ମାଜିଷ୍ଟ୍ରେଟ ଭାବେ କୁତ୍ରା ତହସିଲଦାର ମାନସୀ ନାଏକଙ୍କ ଉପସ୍ଥିତିରେ ସମ୍ବଲପୁର ଅବକାରୀ ବିଭାଗ ମୋବାଇଲ ୟୁନିଟ, ସୁନ୍ଦରଗଡ , ବଡଗଁା, ରାଜଗାଙ୍ଗପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଓ କୁତ୍ରା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ଦେଶୀ ମଦ ବିକ୍ରି କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅବକାରୀ ବିଭାଗ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳୁଛି। ବଡ଼ଗଁା ଓ ରାଜଗାଙ୍ଗପୁର ଅବକାରୀ ବିଭାଗର ଅଧିକାରୀମାନଙ୍କୁ ପଚାରିଲେ ଜଣେ ଜଣଙ୍କ ମୁଣ୍ଡରେ ଅଠା ବୋଳି ନିଜ ମୁଣ୍ଡରୁ ଦୋଷ ଖସାଇବାରେ ଲାଗିଛନ୍ତି କିନ୍ତୁ ସୂଚନା ପ୍ରଦାନ କରୁନାହାନ୍ତି। ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବାରେ ଅବକାରୀ ବିଭାଗ ଡ଼ରୁଛି ନା ଅନ୍ୟ କିଛି କାରଣ ରହିଛି ତାହା ପ୍ରଶବାଚୀ ସୃଷ୍ଟି କରୁଛି। ଏପରି କି ସଲାସୁତୁରା କରିବା ପାଇଁ ଉଦ୍ୟମ କରୁଛି ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଧରିତ୍ରୀର ପ୍ରଭାବ: ପିଲାସାଲୁଙ୍କି କେନାଲରେ ଛଡ଼ାଯିବ ପାଣି

ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri