ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘକୁ ଦେଖି ମଧ୍ୟ କୁଟୁରା ଭୟ କରୁ ନାହିଁ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ବାଘଟି ଛପିଛପି ପଛରୁ ଆସୁଥିବା ବେଳେ ମଧ୍ୟ କୁଟୁରା ଡରୁ ନାହିଁ। ସେ ତା ସାମ୍ନାକୁ ଆସୁଛି ପରେ ମଧ୍ୟ କୁଟୁରା ଖାଇ ଚାଲିଛି। ତେବେ ଆପଣ ଭାବୁଥିବେ ଏମିତି କିପରି ସମ୍ଭବ। ଏକ ତାର ଜାଲିର ଉଭୟ ପାର୍ଶ୍ୱରେ ଦୁହେଁଥିବାରୁ ବାଘ ଯେତେ କୁଟୁରାକୁ ଆକ୍ରମଣ କରିବାକୁ ଚାହୁଁଛି ପାରୁନାହିଁ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Window shopping by Cheetah… pic.twitter.com/x3p7PvdNS6
— Susanta Nanda IFS (@susantananda3) March 12, 2022