ଏହି ଅଭିନେତ୍ରୀଙ୍କ ପାଦ ଦେଖି ତାଙ୍କ ପ୍ରେମରେ ପଡିଥିଲେ ସଲମାନ

ଏକଦା ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ଯଦିଓ ଏବେ ଉଭୟଙ୍କର ରାସ୍ତ ଭିନ୍ନ, କିନ୍ତୁ ଆଜିବି ଦୁହଁିକୁ ପ୍ରେମ କାହାଣୀକୁ ଦର୍ଶକ ଭୁଲିନାହାନ୍ତି। ଦୁହେଁ ଏକାଠି କେବଳ ଗୋଟିଏ ଫିଲ୍ମ କରିଛନ୍ତି ଏବଂ ଏହାର ନାମ ହେଉଛି – ହମ ଦିଲ ଦେ ଚୁକେ ସନମ। ଫିଲ୍ମଟି ସୁପରହିଟ ଥିଲା। ଏହାର କିଛି ଦୃଶ୍ୟ ବେଶ୍‌ ସ୍ମରଣୀୟ ।
ଏହି ଦୃଶ୍ୟଗୁଡିକ ମଧ୍ୟରେ ଗୋଟିଏ ଦୃଶ୍ୟ ଏମିତି ଥିଲା, ଯେଉଁଥିରେ ସଲମାନ ଐଶ୍ୱର୍ଯ୍ୟା ରାୟଙ୍କ ଭବିଷ୍ୟତ ହାତ ଦେଖି ନୁହେଁ ବରଂ ପାଦ ଦେଖି ତାଙ୍କ ଭବିଷ୍ୟତ କଥା କହିଥିଲେ। ଏହି ଦୃଶ୍ୟ ପରେ ହିଁ ଉଭୟଙ୍କ ମଧ୍ୟରେ ରିୟଲ୍‌ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା କୁହାଯାଏ। ଐଶ୍‌ଙ୍କ ପାଦ ଦେଖି ସଲ୍ଲୁ ଫିଦା ହୋଇଯାଇଥିଲେ। ଉଭୟଙ୍କ କ୍ୟାରିୟରର ସର୍ବୋତ୍ତମ ଫିଲ୍ମ ଥିଲା। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ହିଟ ହୋଇଥିଲା। ଏହି ଚଳଚ୍ଚିତ୍ର ପରେ ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। କିନ୍ତୁ ଅଢେଇ ବର୍ଷ ମଧ୍ୟରେ ଉଭୟଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଇଥିଲା। ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କର ଏହା ପ୍ରଥମ ଏବଂ ଶେଷ ଫିଲ୍ମ ଥିଲା। ଏହା ପରେ ଏହି ଯୋଡି କେବେ ରୂପେଲି ପରଦାରେ ଏକାଠି ଦେଖା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମରୁ ‘ବେଷ୍ଟ ଫିମେଲ ଡେବ୍ୟୁ’ ଆଓ୍ବାର୍ଡ ହାତେଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଜଗତରେ ଏମିତି କେତେଜଣ ହାତ ଗଣତି କଳାକାର ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ଲୁକ୍ସ ଅପେକ୍ଷା ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ...

ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା...

ଅଟୋରେ ଗଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍‌ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା...

ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ

ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର।...

‘ଇନ୍‌-ଶା-ଆଲ୍ଲା’ରେ ସଲମାନ୍‌-ଆଲିଆ

ମୁମ୍ବାଇ: ନିର୍ମାଣ ହେବାକୁ ଯାଉଥିବା ଆଗାମୀ ଫିଲ୍ମ ‘ଇନ୍‌-ଶା-ଆଲ୍ଲା’ରେ ଅଭିନୟ କରିବେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌। ତାଙ୍କ ସହ ଆଲିଅ ଭଟ୍ଟଙ୍କ ଯୋଡି ବେଶ୍‌...

ଓସ୍କାର ପ୍ୟାନେଲରେ ସାମିଲ ହେବାକୁ କାଜୋଲ-ସୂର୍ଯ୍ୟାଙ୍କୁ ନିମନ୍ତ୍ରଣ

ବମ୍ବେ: ଓସ୍କାର ପ୍ୟାନେଲରେ ସାମିଲ ହେବେ ବଲିଉଡ ଅଭିନେତ୍ରୀ କାଜୋଲ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ମଙ୍ଗଳବାର ଦ ଏକାଡେମି ଅଫ ମୋଶନ ପିକ୍ଚର ଆର୍ଟସ...

କାଟ୍ରିନାଙ୍କ ସହ ବିବାହକୁ ନେଇ ଏମିତି କହିଲେ ଭିକିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ: ଆଜିକାଲି ଭିକି କୌଶଲ-କାଟ୍ରିନା କୈଫ୍‌ଙ୍କ ଯୋଡ଼ି ଚର୍ଚ୍ଚାରେ ରହିଛି। ଏହା ବି ଶୁଣିବାକୁ ମିଳିଛି କି ଦୁହେଁ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ...

ଶେର୍ଲିନଙ୍କ ବିରୋଧରେ ମାମଲା ଦାୟର କଲେ ରାକ୍ଷୀ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ସାଜିଦ୍‌ ଖାନ୍‌ଙ୍କୁ ନେଇ ଜୋରସୋର ଝଗଡ଼ା ହୋଇଛି। ଉଭୟ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି।...

Advertisement
Archives

Model This Week